ETV Bharat / state

କଲେଜ କ୍ୟାମ୍ପସକୁ ନିଶାମୁକ୍ତ କରାଯାଉ, ପୋଲିସ କମିଶନରଙ୍କୁ ଅଲ୍ ଓଡିଶା ଷ୍ଟୁଡେଣ୍ଟସ ଭଏସର ଅନୁରୋଧ - regarding student issue

କଲେଜରେ ନିଶା ସେବନ ବନ୍ଦ କରିବା, ଅଣଛାତ୍ର ପ୍ରବେଶ ଓ ଛାତ୍ରଛାତ୍ରୀଙ୍କ ଉପରେ ରାଗିଂକୁ ବନ୍ଦ କରିବା ପାଇଁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଛନ୍ତି ଅଲ୍ ଓଡିଶା ଷ୍ଟୁଡେଣ୍ଟସ ଭଏସ । ଏନେଇ AOSV ଏକ ଶୋଭାଯାତ୍ରା କରି କମିଶନରଙ୍କ ନିକଟରେ ପହଞ୍ଚିଥିଲେ । ଅଧିକ ପଢ଼ନ୍ତୁ

ପୋଲିସ କମିଶନରଙ୍କୁ ଅଲ୍ ଓଡିଶା ଷ୍ଟୁଡେଣ୍ଟସ ଭଏସର ଅନୁରୋଧ

author img

By

Published : Nov 17, 2022, 9:15 PM IST

ଭୁବନେଶ୍ବର : କଲେଜରେ ନିଶା ସେବନ ବନ୍ଦ କରିବା, ଅଣଛାତ୍ର ପ୍ରବେଶ ଓ ଛାତ୍ରଛାତ୍ରୀଙ୍କ ଉପରେ ରାଗିଙ୍ଗକୁ ବନ୍ଦ କରିବା ପାଇଁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଛନ୍ତି ଅଲ୍ ଓଡିଶା ଷ୍ଟୁଡେଣ୍ଟସ ଭଏସ । ଏନେଇ AOSV ଏକ ଶୋଭାଯାତ୍ରା କରି କମିଶନରଙ୍କ ନିକଟରେ ପହଞ୍ଚିଥିଲେ(All odisha student voice )। ସେଠାରେ ସେମାନଙ୍କ ସମସ୍ୟା ସମ୍ପର୍କରେ କଥା ହୋଇଥିଲେ । ଓଡିଶା ଷ୍ଟୁଡେଣ୍ଟସ ଭଏସ କହିଛି ଯେ ପିଲାଙ୍କ କ୍ଯାମ୍ପସ ସୁରକ୍ଷାକୁ ନେଇ ଆଗାମୀ ଦିନରେ ଯଦି କୌଣସି ପଦକ୍ଷେପ ନନିଆଯାଏ ତେବେ ଆମ ସଂଗଠନ ବାଧ୍ୟ ହୋଇ କଲେଜ ପାଖରେ ଥିବା ନିଶା କାରବାର କରୁଥିବା ଦୋକାନ ଭାଙ୍ଗିବୁ ।

ପୋଲିସ କମିଶନରଙ୍କୁ ଅଲ୍ ଓଡିଶା ଷ୍ଟୁଡେଣ୍ଟସ ଭଏସର ଅନୁରୋଧ

ଏ ସମ୍ପର୍କରେ AOSVର ସଭାପତି ବାବୁ ଜେନା କହିଛନ୍ତି ଛାତ୍ରଛାତ୍ରୀ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କମିଶନରଙ୍କୁ ଭେଟିଛନ୍ତି । ଆଉ ସମସ୍ଯା ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଏନେଇ କମିଶନର ଧ୍ୟାନ ଦେବା ସହ ପିଲା ସୁରକ୍ଷାକୁ ନଜରରେ ରଖି କଲେଜର ଅଧକ୍ଷ ମାନଙ୍କ ସହ କଥା ହୋଇ ଏ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଯଦି କୌଣସି ପଦକ୍ଷେପ ନନିଆଯାଏ ତେବେ ଆମ ସଂଗଠନ ବାଧ ହୋଇ କଲେଜ ପାଖରେ ଥିବା ନିଶା କାରବାର ଦୋକାନ ଭିଙ୍ଗିବୁ ।

ଏ ସମ୍ପର୍କରେ ବାବୁ ଜେନା କହିଛନ୍ତି, ''କଲେଜ କ୍ୟାମ୍ପସକୁ ନିଶାମୁକ୍ତ କରାଯାଉ । କାରଣ ଏହାଦ୍ବାରା ଯୁବପୀଢ଼ି ଅନେକ ପଥଭ୍ରଷ୍ଟ ହେଉଛନ୍ତି । ଏବେ ଯେଉଁ ଭଳି ଭାବେ କଲେଜରେ ରାଗିଂ ବଢୁଛି ତାହାର ମୂଳକାରଣ ନିଶା । ତେଣୁ କଲେଜକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରାଯାଉ । ଏପରିକି କଲେଜ ଠାରୁ ୧୦୦-୨୦୦ ମିଟର ଦୂରତା ମଧ୍ୟରେ କେବଳ ଚା, ଜଳଖିଆ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକନ ଖୋଲାନଯାଉ ।

ଏପରିକି କୌଣସି ବି ନିଶା ଦ୍ରବ୍ୟ ଖୋଲାନଯାଉ । ଏହାଦ୍ବାରା ପିଲା ପଥଭ୍ରଷ୍ଟ ହେବାସହ କଲେଜ ପରିସର ମଧ୍ୟ ନଷ୍ଟ ହେଉଛି । ଏଥିପାଇଁ କିଛି ସ୍ଥାନରେ ମଧ୍ୟ କଲେଜ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାଁନ୍ତି । ଫଳରେ ପିଲାମାନେ ଅବାଟରେ ଚାଲିଯାଉଛନ୍ତି । ଏହାଦ୍ବାରା ସେମାନଙ୍କ ଭବିଷ୍ୟତ ନଷ୍ଟ ହେବାସହ ପରିବାରରେ ମଧ୍ୟ ଏକ ପ୍ରକାରର ମାନସିକ ଚିନ୍ତା ବଢୁଛି । ତେଣୁ କମିଶନରେଟ ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଅଲ୍ ଓଡିଶା ଷ୍ଟୁଡେଣ୍ଟସ ଭଏସର କର୍ମକର୍ତ୍ତା ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.