ଖୋର୍ଦ୍ଧା: କେନ୍ଦ୍ର ସରକାର LICକୁ ବରବାଦ କରିବା ପାଇଁ ଲାଗିଛନ୍ତି । ସେଥିପାଇଁ LICରେ IPO ଜରିଆରେ ଘରୋଇକରଣ କରିବାକୁ ପଥପରିଷ୍କାର କରୁଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ସର୍ବଭାରତୀୟ ବୀମା କର୍ମଚାରୀ ସଂଘର ଉପସଭାପତି କେ. ବେଣୁଗୋପାଳ(All India Insurance Employees' Association vice president K. Venugopala) ।
ଏହା ବିରୋଧରେ ଆସନ୍ତା ଫେବୃଆରୀ 23 ଏବଂ 24 ତାରିଖରେ ହେବାକୁ ଥିବା ଶ୍ରମିକ ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତି ଜଣାଇଛନ୍ତି । ସେହିପରି ଏହି IPO, ଦେଶ ଓ ଜନ ବିରୋଧୀ ବୋଲି ସେ ଆଜି(ରବିବାର) ଖୋର୍ଦ୍ଧାରେ ସର୍ବଭାରତୀୟ ବୀମା କର୍ମଚାରୀ ସଂଘର ବାର୍ଷିକ ଉତ୍ସବରେ ଯୋଗ ଦେଇ ନିଜର ମତ ରଖିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ