ETV Bharat / state

କୃଷକଙ୍କୁ ଅବହେଳା କରୁଛନ୍ତି ରାଜ୍ୟ ସରକାର, ରାଜଧାନୀରେ ଗର୍ଜିବ ଭାରତୀୟ କିଶାନ ସଂଘ

author img

By ETV Bharat Odisha Team

Published : Sep 5, 2023, 8:02 AM IST

ଆସନ୍ତା ନଭେମ୍ବର ୩ରେ ୮ ଦଫା ଦାବି ନେଇ ଭାରତୀୟ କିଶାନ ସଂଘ ତରଫରୁ ରାଜଧାନୀ ଭୁବନେଶ୍ବରରେ କୃଷକ ଗର୍ଜନ ସମାବେଶ ଆୟୋଜନ କରାଯିବ । ଅଧିକ ପଢନ୍ତୁ

୮ ଦଫା ଦାବି ନେଇ ଭୁବନେଶ୍ୱରରେ କୃଷକ ଗର୍ଜନ ସମାବେଶ କରିବ ; ଭାରତୀୟ କିସାନ ସଂଘ

ଭୁବନେଶ୍ବର: ଦେଶରେ ନିର୍ବାଚନ ସମୟ ପଖେଇ ଆସିଲାଣି ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ଆରମ୍ଭ ହୋଇ ଗଲାଣି ସଭାସମିତି, ଶୋଭାଯାତ୍ରା ଏବଂ ପ୍ରତିବାଦ । ଏହି କ୍ରମରେ କୃଷକମାନଙ୍କ ପାଇଁ କାମ କରୁଥିବା ଭାରତୀୟ କିଶାନ ସଂଘ ଭୁବନେଶ୍ବରରେ ଦେବ ରଣହୁଙ୍କାର । ଆସନ୍ତା ନଭେମ୍ବର ୩ରେ ଭାରତୀୟ କିଶାନ ସଂଘ ତରଫରୁ ରାଜଧାନୀ ଭୁବନେଶ୍ବରରେ କୃଷକ ଗର୍ଜନ ସମାବେଶ ଆୟୋଜନ କରାଯିବ ।

ସୂଚନାଯୋଗ ୮ ଦଫା ଦାବି ନେଇ ଭୁବନେଶ୍ୱରରେ କୃଷକ ଗର୍ଜନ ସମାବେଶ ଆୟୋଜନ କରିବ ଭାରତୀୟ କିଶାନ ସଂଘ । ନଭେମ୍ବର ୩ରେ ୫୦ ହଜାର ଓଡ଼ିଶାର ଚାଷୀଙ୍କୁ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କୃଷକମାନେ ରଣହୁଙ୍କାର ଦେବେ । ଓଡ଼ିଶା ସରକାର ଚାଷୀଙ୍କୁ କରାଯାଉଥିବା ଅବହେଳାର ବିରୁଦ୍ଧରେ ଏବଂ ଚାଷୀଙ୍କ ସ୍ବରକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ରଣହୁଙ୍କାର ଦେବ ଭାରତୀୟ କିଶାନ ସଂଘ । ଏକାଠି ହୋଇ କୃଷକ କଲ୍ୟାଣ ପାଇଁ ଦେବେ ଗର୍ଜନ କରିବେ ।

କାରଣ ଓଡ଼ିଶାରେ କୃଷି ଓ କୃଷକ ଦୟନୀୟ ସ୍ଥିତିରେ ରହିଥିବା ବେଳେ ସରକାର ସେମାନଙ୍କର ବିକାଶକୁ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ଫଳରେ ଚାଷୀଟିକୁ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ପଡ଼ୁଛି । ଆଉ ଓଡ଼ିଶାରେ କୃଷକ ଆତ୍ମହତ୍ୟା ସଂଖ୍ୟା ଭାରତ ବର୍ଷରେ ବେଶ ଆଗରେ ରହିଛି । ତେଣୁ ରାଜ୍ୟରେ କୃଷକଙ୍କର ସ୍ବାର୍ଥର ଲଢ଼େଇକୁ ନେଇ ସଂଘର୍ଷର ଶଙ୍ଖନାଦ ନେଇ ରାଜ୍ୟ ସରକାରଙ୍କୁ ଘେରିବ ସଂଘ । ଆଗାମୀ ଆନ୍ଦୋଳନ ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ କିଶାନ ସଙ୍ଘ ଚେତାବନୀ ଦେଇଛି । ଆଉ କୃଷି ଓ କୃଷକଙ୍କର ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଅନୁରୋଧ କରିଛି ସଂଘ ।

ଏହା ମଧ୍ୟ ପଢନ୍ତୁ...ଶୁଣୁ ନାହାନ୍ତି ସରକାର, ସମୂହ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଲେ କୃଷି ଅଧିକାରୀ

ଯଦି ଆଗାମୀ ଦିନରେ ସରକାର କୃଷି ଓ କୃଷକଙ୍କର ସମସ୍ୟାର ସମାଧାନ ନକରନ୍ତି ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଭାରତୀୟ କିଶାନ ସଂଘ କହିଛି । ତେବେ ଧାନ କିଣାରେ କୁଇଣ୍ଟାଲ ପିଛା ୫୦୦ ଟଙ୍କା ପର୍ଯ୍ୟନ୍ତ ବୋନସ, କୃଷି କ୍ଷେତ୍ରରେ ବ୍ୟବହୃତ ବିଜୁଳିର ଦେୟ ମୁକ୍ତ କରିବା, ଟୋକାନ ବ୍ୟବସ୍ଥାର ଉଚ୍ଛେଦ କରି ଚାଷୀଙ୍କର ଉତ୍ପାଦିତ ଧାନକୁ ମଣ୍ଡିର ସୁବ୍ୟବସ୍ତା କରାଯାଇ ବିକ୍ରି କରଯାଉ । ଉଠା ଜଳସେଚନର ଓ ନଦୀ ବନ୍ଧା ଯୋଜନା ବ୍ୟାପକ କରାଯାଉ, ମକା ପିଆଜର ରକ୍ଷଣ ଓ ପ୍ରକ୍ରିୟାକରଣର ସୁବ୍ୟବସ୍ଥା କରିବା ସହ ରାଜ୍ୟରେ ବନ୍ଦ ପଡିଥିବା ଚିନିକଳ, ସୂତାକଳ, ଶୀତଳ ଭଣ୍ଡାର ତୁରନ୍ତ କାର୍ଯ୍ୟକ୍ଷମ କରିବା ଭଳି ୮ ଗୋଟି ଦାବିକୁ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.