ETV Bharat / state

ଆନ୍ଦୋଳନକୁ ଓହ୍ଲାଇଲା ସର୍ବ ଭାରତୀୟ ଡିଲର ଫେଡେରେସନ - ରାଜ୍ୟ ଯୋଗାଣ ବିଭାଗ

୩୧ ମାସର ବଣ୍ଟନ ବାବଦ ପାରିଶ୍ରମିକ ରାଜ୍ୟ ସରକାର ଦେଇନଥିବାରୁ ଆଜି ମାଷ୍ଟର କ୍ୟାଣ୍ଟିନରେ ବିଶାଳ ଶୋଭାଯାତ୍ରା କରିବା ସହ ଆନ୍ଦୋଳନକୁ ଓହ୍ଲାଇଛି ଡିଲର ଫେଡେରେସନ । ଅଧିକ ପଢନ୍ତୁ

ଆନ୍ଦୋଳନକୁ ଓହ୍ଲାଇଛି ସର୍ବଭାରତୀୟ ଡିଲର ଫେଡେରେସନ

author img

By ETV Bharat Odisha Team

Published : Sep 27, 2023, 9:23 PM IST

ଆନ୍ଦୋଳନକୁ ଓହ୍ଲାଇଛି ସର୍ବଭାରତୀୟ ଡିଲର ଫେଡେରେସନ

ଭୁବନେଶ୍ବର: ଆନ୍ଦୋଳନକୁ ଓହ୍ଲାଇଛି ସର୍ବଭାରତୀୟ ଡିଲର ଫେଡେରେସନ । ୩୧ ମାସର ବଣ୍ଟନ ବାବଦ ପାରିଶ୍ରମିକ ରାଜ୍ୟ ସରକାର ଦେଇନଥିବାରୁ ଆଜି ମାଷ୍ଟର କ୍ୟାଣ୍ଟିନରେ ବିଶାଳ ଶୋଭାଯାତ୍ରା କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡିଲର ଫେଡେରେସନ । ଡିଲରମାନେ ଆନ୍ଦୋଳନ କରିଥିବା ବେଳେ ସରକାର ବରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାର ପାରିଶ୍ରମିକ ଅର୍ଥ ରାଜ୍ୟ ଯୋଗାଣ ବିଭାଗକୁ ଦେଇଥିଲେ ମଧ୍ୟ ଆମ ରାଜ୍ୟର ଡିଲରମାନଙ୍କୁ କାହିଁକି ଏଯାବତ ମିଳିନାହିଁ ବୋଲି ପ୍ରଶ୍ନ କରିଛି ଫେଡେରେସନ ।

ଏପରିକି ରାଜ୍ୟ ଯୋଗାଣ ବିଭାଗ ଯୋଗାଣ ନିଗମକୁ ମଧ୍ୟ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ କାହିଁକି ଆମ ପରି ଖୁଚୁରା ବିକ୍ରେତାଙ୍କ ପ୍ରଦାନ କରିଯାଇ ନାହିଁ ବୋଲି ପ୍ରଶ୍ନ କରିଛି ସଂଘ । ରାଜ୍ୟ ସରକାର ଓ ଆମ ଜୀବିକା ଜୀବନ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରିଛି ଫେଡେରେସନ । ବକେୟା ଦରମା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି । ଯଦି ଆଗାମୀ ଦିବାରେ ସରକାର ନ ଶୁଣନ୍ତି ତାହାଲେ କାର୍ଯ୍ୟ ବନ୍ଦ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ଚେତାବନୀ ଦେଆଯାଇଛି ।

ଏହା ମଧ୍ୟ ପଢନ୍ତୁ....ପେନସନ ପାଇଁ ହନ୍ତସନ୍ତ, 500 ଟଙ୍କା ଭତ୍ତା ପାଇଁ 300 ଟଙ୍କା ଖର୍ଚ୍ଚ କରୁଛନ୍ତି ହିତାଧିକାରୀ

ଅନ୍ୟପଟେ ଫେଡେରେସନର ସଭାପତି କହିଛିନ୍ତି,'କୋରୋନା ସମୟରେ ଆମେ ଆମ ଜୀବନକୁ ପାଣି ଛଡାଇ ୪୦ ମାସ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ରାଜ୍ୟର ପଡ଼ିକାର୍ଡ଼ଧାରୀଙ୍କୁ ମାଗଣାରେ ଖାଉଟି ସାମଗ୍ରୀ ଯୋଗାଇଥିଲୁ । ଏଥିରେ ବହୁ ଡିଲର କୋରୋନାରେ ମୃତ୍ୟୁ ବରଣ କରିଛନ୍ତି । ମାସ ମାସ ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସାମଗ୍ରୀ ବାଣ୍ଟିବା ସତ୍ତ୍ବେ ବି ଦରମା ନ ପାଇବାରୁ ଆମେ ଆଜି ବହୁତ କଷ୍ଟରେ ଜୀବନ ଯାପନ କରୁଛୁ । ତଥାପି ସରକାରଙ୍କୁ ଆମ ଦୁଃଖ ଦେଖାଯାଉନି । ତେଣୁ ଆମେ ଅଧିକ ଦିନ ଆଉ ନିରବ ନରହି ଆମ ପାରିଶ୍ରମିକ ପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛୁ ସରକାରଙ୍କୁ ଅନୁରୋଧ କରୁଛୁ ଆମ ପାରିଶ୍ରମିକ ଦେବା ସହ ଯେଉଁ ଡିଲରମାନେ କୋରୋନାରେ ମୃତ୍ୟୁ ବରଣ କରିଛନ୍ତି ,ତାଙ୍କ ପରିବାରରୁ ସଦସ୍ୟଙ୍କୁ ସେହି ସ୍ଥାନରେ ପୁନଃ ଥଇଥାନ କରନ୍ତୁ । ଆଜି ୩୦ ଜିଲ୍ଲାରୁ ୫୦୦୦ ହଜାରରୁ ଉର୍ଧ୍ଵ ଡିଲର ମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ...Ayurvedic Student Protest: ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ଧାରଣାରୁ ଘୋଷାଡ଼ି ନେଲା ପୋଲିସ

ଇଟିଭି ଭରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.