ETV Bharat / state

ମାଓବାଦୀଙ୍କ ହାତରେ AK-47, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ବଢାଉଛି ଭୟ - ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟ

ଟାପରଙ୍ଗରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର । ମାଓବାଦୀଙ୍କ ନିକଟରୁ ଏକେ 47 ବନ୍ଧୁକ ଜବତ କଲେ ସୁରକ୍ଷାକର୍ମୀ । ଅଧିକ ପଢନ୍ତୁ

police naxal shoot out in kalahandi
police naxal shoot out in kalahandi
author img

By

Published : May 11, 2023, 1:45 PM IST

ଆହତ ପୋଲିସ ଡିଏସପିଙ୍କୁ ଭେଟିଲେ ଡିଜିପି

ଭୁବନେଶ୍ବର: ମଙ୍ଗଳବାର କଳାହାଣ୍ଡି ଟାପରଙ୍ଗରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ 3ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ମଧ୍ୟ ଆହତ ହୋଇଥିଲେ । ଆହତ ପୋଲିସ ଡିଏସପି ଏୟାରଲିଫ୍ଟ ହୋଇ ଏବେ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ତାଙ୍କୁ ଭେଟିଛନ୍ତି ଡିଜିପି ସୁନୀଲ ବଂଶଲ । ଅନ୍ୟପଟେ ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କ ଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଘଟଣାସ୍ଥଳରୁ ଏକେ 47 ବନ୍ଧୁକ ସୁରକ୍ଷାକର୍ମୀ ଜବତ କରିଛନ୍ତି । ମାଓବାଦୀ ମାନେ ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି‌ ବୁଲିବା ଏବେ ଚିନ୍ତା ବଢ଼ାଇଛି । କିଏ ଏମାନଙ୍କୁ ଏହି ମାରଣାସ୍ତ୍ର ଯୋଗାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗତ ମାସରେ ଛତିଶଗଡ଼ ବର୍ଡର ଦନ୍ତେଓ୍ବାଡାରେ ବଡ଼ ଧରଣର ହମଲା କରିଥିଲେ ମାଓବାଦୀ । ରାସ୍ତାରେ ଆମ୍ବୁସ କରି ଲାଣ୍ଡମାଇନ ବିଛାଇ ଯବାନଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ ମାଓବାଦୀ । ଫଳରେ ୧୦ ଯବାନ ଶହୀଦ ହୋଇଥିଲେ । ଏହି ଘଟଣା ପରେ ଏବେ ମାଓ ଆକ୍ରମଣ ନେଇ ଭୟ ବଢୁଛି । କାହିଁକି ନା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ନେଇ ବିଚରଣ କରୁଛନ୍ତି ମାଓବାଦୀ । କେବଳ AK-47ନୁହେଁ ଇନସାସ ଓ ଏସ ଏଲ ଆର ଭଳି ସୋଫିଷ୍ଟିକେଟେଡ ବନ୍ଧୁକ ମାଓବାଦୀ ବ୍ୟବହାର କରୁଥିବା ମଧ୍ୟ ନଜିର ରହିଛି । ପୂର୍ବରୁ ମାଓକ୍ୟାମ୍ପରୁ ଏକାଧିକ ଥର ଏପରି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଯାହାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ନେଇ ଚିନ୍ତିତ ଥିବା ଜଣାପଡିଛି । ତେବେ ମାଓବାଦୀଙ୍କ ନିକଟରୁ କେଉଁଠୁ ଆସୁଛି ଏସବୁ ମାରଣାସ୍ତ୍ର ସେନେଇ ଡିଜିଙ୍କୁ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଏହାକୁ ସେ ଏଡାଇ ଦେଇଥିଲେ ।

ଓଡ଼ିଶାରେ ଓଡିଆ ମାଓବାଦୀ ସେତେଟା ସକ୍ରିୟ ନଥିବା ବେଳେ ୯୦ପ୍ରତିଶତ ମାଓବାଦୀ ରାଜ୍ୟ ବାହାରୁ ଆସିଥାନ୍ତି ବୋଲି ପୂର୍ବରୁ ବରିଷ୍ଠ ଅଧିକାରୀ କହିଥିଲେ । ଅନ୍ୟପଟେ ନେଇ ସୀମାନ୍ତ ଜିଲ୍ଲାରେ ହାଇ ଆଲର୍ଟ ସହ ଅପରେସନ ଜୋରଦାର କରିଛି ଓଡ଼ିଶା ପୋଲିସ । ତେବେ ମାଓବାଦୀଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିବା ପରେ ଏବେ ‌ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ । କିଏ ଏମାନଙ୍କୁ ଯୋଗାଉଛି ଅସ୍ତ୍ରଶସ୍ତ୍ର, ଏହା ପଛରେ ଆତଙ୍କୀ ସଂଗଠନର ଲିଙ୍କ ନାହିଁ ତ । ଏପରି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କାରଣ ପୂର୍ବରୁ ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାଇ ଶଙ୍କର ଭଳି ମାଓବାଦୀକୁ ଏନେଇ ପୂର୍ବରୁ ଝାରପଡ଼ା ଜେଲରେ ପଚରାଉଚରା କରିସାରିଛି ଏନ୍ ଆଇଏ ଟିମ୍ ।

ଏନେଇ ପୂର୍ବତନ ନୌସେନା ଅଧିକାରି ବିଶ୍ୱଜିତ ନାୟକ କହିଛନ୍ତି ଯେ, ''ମାଓବାଦୀଙ୍କ ପାଖକୁ ଆସୁଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିଶେଷ କରି ଉତ୍ତର ଭାରତ,ବାଂଲାଦେଶ,ବିହାର, ପଶ୍ଚିମବଙ୍ଗ, ନେପାଳ ଦେଇ ଚୋରାଚାଲାଣ ହୋଇଥାଏ । ବର୍ଡର ଦେଇ ଏସବୁ କାରବାର କରୁଥାଇ ପାରନ୍ତି ଟପ ମାଓ ନେତା । ଗ୍ରାଉଣ୍ଡରେ କାମ କରୁଥିବା ମାଓବାଦୀଙ୍କୁ ପଠାଇଥାନ୍ତି । ଲୋକଙ୍କୁ ଧମକାଇବା ଓ ପୋଲିସ ଉପରକୁ ଆକ୍ରମଣ କରିବା ଏଥିରେ ସହଜ‌ ହୋଇଥାଏ ବୋଲି କହିଛନ୍ତି ପୂର୍ବତନ ନୌସେନା ଅଧିକାରୀ ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.