ETV Bharat / state

ଡେଟା ଲକର୍ ଅନୁଯାୟୀ ସିଗ୍ନାଲ ଗ୍ରୀନ ଥିଲା, କେହି ଟ୍ୟାମ୍ପର କରିବାକୁ ଚେଷ୍ଟା କରିଛି: ଖୋର୍ଦ୍ଧା DRM

author img

By

Published : Jun 5, 2023, 10:56 PM IST

ଡେଟା ଲକର୍ ଅନୁଯାୟୀ ସିଗ୍ନାଲ ଗ୍ରୀନ ଥିଲା । ଏହାକୁ କେହି ଟ୍ୟାମ୍ପର କରିବାକୁ ଚେଷ୍ଟା କରିଛି ବୋଲି ପୂର୍ବତଟ ରେଳପଥ DRM ସନ୍ଦେହ କରିଛନ୍ତି । ସେପଟେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିବିଆଇ । ଅନ୍ୟପଟେ ମୃତଦେହ ଚିହ୍ନଟରେ ଦ୍ଵନ୍ଦ୍ବ ହେଲେ ଡିଏନ୍‌ଏ ପରୀକ୍ଷା ହେବ ବୋଲି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି । ଅଧିକ ପଢ଼ନ୍ତୁ

Khordha DRM Press Meet
Khordha DRM Press Meet
Khordha DRM Press Meet

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର ? ଉତ୍ତର ଖୋଜିବାକୁ ଏବେ ଆକ୍ସନ ମୋଡରେ ସିବିଆଇ । ରେଳ ବିଭାଗର ସୁପାରିଶ ପରେ ତଦନ୍ତ ଆରମ୍ଭ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ସେପଟେ ପ୍ରାୟ ୧୧୦୦ ଯାତ୍ରୀଙ୍କ ମଧ୍ୟରୁ ସୁସ୍ଥ ହୋଇ ଏବେ ୨୦୦ରୁ କମ ଲୋକଙ୍କ ଚିକିତ୍ସା ଚାଲିଛି ବୋଲି DRM ସୂଚନା ଦେଇଛନ୍ତି । ଅନେକ ମୃତଦେହ ଏବେ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନଥିବା ବେଳେ ବହୁ ଅନୁଷ୍ଠାନର ବିଶେଷଜ୍ଞ ମାନେ ସେଗୁଡ଼ିକୁ ସଂରକ୍ଷଣ କ୍ଷେତ୍ରରେ ନିୟୋଜିତ ଅଛନ୍ତି ବୋଲି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ମୃତଦେହ ଚିହ୍ନଟରେ ଦ୍ଵନ୍ଦ୍ବ ହେଲେ ଡିଏନଏ ପରୀକ୍ଷା ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ରେଲୱେ ପକ୍ଷରୁ ମୃତଦେହ ଫେରାଇବା ପାଇଁ ସମ୍ପର୍କୀୟଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପ ଲାଇନ ନମ୍ବର୍ ୮୪୫୫୮୮୫୯୯୯ ଓ ୦୬୭୪ ୨୫୩୪୦୨୭ ଜାରି କରିଛି ବିଭାଗ । ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଅନେକ ଯାତ୍ରୀ ଯାତ୍ରା କରୁଥିଲେ । ୮ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ରେଲୱେ ପକ୍ଷରୁ ମୃତକଙ୍କ ଫଟୋ ଏବଂ ମୃତ ଶରୀର ପାଖରୁ ମିଳିଥିବା ସାମଗ୍ରୀର ଫଟୋ ନେଇ ଜଣାଇବା ପାଇଁ ଚେଷ୍ଟା ଚାଲିଛି । ଅନ୍ୟପଟେ ଆଜି ସିବିଆଇର ୧୦ ଜଣିଆ ଦଳ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ପଛରେ କିଛି ଅପରାଧିକ ଷଡ଼ଯନ୍ତ୍ର ଅଛି କି ନାହିଁ, ସେନେଇ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଡେଟା ଲକର୍ ଅନୁଯାୟୀ ସିଗ୍ନାଲ ଗ୍ରୀନ ଥିଲା । ଏହା ଟେକ୍ନିକାଲ ଭାବେ ସମ୍ଭବ ନୁହେଁ । ଏହାକୁ କେହି ଟ୍ୟାମ୍ପର କରିବାକୁ ଚେଷ୍ଟା କରିଛି ବୋଲି ପୂର୍ବତଟ ରେଳପଥ DRM ସନ୍ଦେହ କରିଛନ୍ତି । ୬ ହଜାର ଟନ୍‌ର ଏକ ଗାଡ଼ିକୁ ପାସେଞ୍ଜର ଟ୍ରେନ ଧକ୍କା ଦେଇଛି । ଦୁଇ ଜଣ ଲୋକ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଉଭୟ ଏବେ ଚିକିତ୍ସିତ ବୋଲି ପୂର୍ବତଟ ରେଳପଥ DRM ରିଙ୍କେଶ ରାୟ ସୂଚନା ଦେଇଛନ୍ତି ।

ସେପଟେ ଏମ୍ସ ଭୁବନେଶ୍ବରରୁ ୧୨୩ ମୃତଦେହ ମଧ୍ୟରୁ ୪୩ଟି ହସ୍ତାନ୍ତର ହୋଇଥିବାବେଳେ ୮୦ଟି ମୃତଦେହର ପରିଚୟ ଏବେ ମଧ୍ୟ ଜଣାପଡ଼ିନାହିଁ । ମୃତଦେହ ସଂରକ୍ଷଣ ପାଇଁ ଏମ୍ସରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମୃତକଙ୍କ ପରିବାର ପାଇଁ ସମସ୍ତ ବ୍ୟବସ୍ଥା କରିଛି ଏମ୍ସ । ୨୪ ଘଣ୍ଟା ଫୋରେନ୍ସିକ ଲ୍ୟାବ ଖୋଲା ରହୁଛି । ଏବେ ପର୍ଯ୍ୟନ୍ତ ୫୦ ପ୍ରତିଶତ କାମ ସରିଛି । ବହୁ ଅନୁଷ୍ଠାନର ବିଶେଷଜ୍ଞ ମାନେ ମୃତଦେହକୁ ସଂରକ୍ଷଣ ରଖିବା କ୍ଷେତ୍ରରେ ନିୟୋଜିତ ଅଛନ୍ତି । ୨ ଜଣ ଗୁରୁତର ଭାବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ମୃତଦେହ ଚିହ୍ନଟ ପ୍ରକ୍ରିୟା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା । ମୃତଦେହ ଚିହ୍ନଟରେ ଦ୍ଵନ୍ଦ୍ବ ହେଲେ ଡିଏନଏ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.