ETV Bharat / state

ଫେବୃଆରୀରେ ଓଡିଶା ଆସିବେ ଖଡ଼ଗେ ଓ ପ୍ରିୟଙ୍କା - ପିସିସି ସଭାପତି ଶରତ ପଟ୍ଟନାୟକ

ଆସନ୍ତା ଫେବୃଆରୀରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଆଣି ବିଶାଳ ସମାବେଶ ପାଇଁ ଯୋଜନା ଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ପିସିସି ସଭାପତି ଶରତ ପଟ୍ଟନାୟକ
ପିସିସି ସଭାପତି ଶରତ ପଟ୍ଟନାୟକ
author img

By

Published : Jan 14, 2023, 7:53 AM IST

ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ ଆସୁଛି । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଭୋଟରଙ୍କ ନିକଟତର ହେବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ତେବେ ରାଜ୍ୟରେ କଂଗ୍ରେସକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ଫେବୃଆରୀରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଆଣି ବିଶାଳ ସମାବେଶ ପାଇଁ ଯୋଜନା ଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଶାସକ ବିଜେଡି ନବୀନଙ୍କ କ୍ରେଜ, ସ୍ବଚ୍ଛ ଶାସନ ଏବଂ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖେ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଥିବାବେଳେ ବିରୋଧି ବିଜେପି ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ନେତାଙ୍କୁ ଘନ ଘନ ଓଡିଶା ଆଣି ମୋଦି ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛି । ତେବେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । କଂଗ୍ରେସ ମଧ୍ୟ କେନ୍ଦ୍ରୀୟ ନେତୃତ୍ବଙ୍କ ଉପରେ ଭରସା କରି ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ସଜବାଜ ହେଉଛି । ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି କର୍ମୀ ଓ ନେତା ।

ପ୍ରଦେଶ କଂଗ୍ରେସ ପକ୍ଷରୁ ଭାରତ ଯୋଡୋ ପରିବର୍ତ୍ତନ ଯାତ୍ରା ଓଡ଼ିଶାରେ ଶେଷ ପର୍ଯ୍ୟାୟରେ ଜାରି ରହିଛି । ଏହାପରେ ହାଥ୍‌ ସେ ହାଥ୍‌ ଯୋଡ଼ୋ କାର୍ଯ୍ୟକ୍ରମ କରି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଆରମ୍ଭ କରିଛି ଦଳ । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଣି ବିଶାଳ ଜନସମାବେଶ କରିବାକୁ ପ୍ରସ୍ତୁତି ଚାଲିଛି ବୋଲି ଗତକାଲି (ଶୁକ୍ରବାର) ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ରାଜ୍ୟରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବାକୁ ଦଳ ଯୋଜନା କରୁଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା, ରାଜ୍ୟରେ ମହିଳା ଅସୁରକ୍ଷିତ, ଚାଷୀ ସମସ୍ୟା, ଦରଦାମ ବୃଦ୍ଧି, ଓ ବଢ଼ୁଥିବା ବେକାରୀ ସମସ୍ୟା ନେଇ ବିଜେଡି ଏବଂ ମୋଦି ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । ଫେବ୍ରୁଆରୀରେ ଓଡ଼ିଶା ଆସିବେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି । କଂଗ୍ରେସର ହାଥ୍‌ ସେ ହାଥ୍‌ ଯୋଡୋ ଯାତ୍ରାରେ ଯୋଗ ଦେବେ ଉଭୟ । ଉଭୟ ଆସିବା ନେଇ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "କଂଗ୍ରେସ ଓଡିଶାବାସୀଙ୍କ ବିଶ୍ବାସଭାଜନ ହେବ । ଆଗକୁ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଲଢେଇ ହେବ । ଉଭୟଙ୍କ ମୁଖା ଖୋଲିବ କଂଗ୍ରେସ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.