ETV Bharat / state

ନବ କଂଗ୍ରେସରେ ଥିଲେ ମରିନଥାନ୍ତେ: ଜିତେନ୍ଦ୍ର ସିଂହ

author img

By

Published : May 28, 2023, 10:56 AM IST

କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ସମୟରେ ଦିବଙ୍ଗତ ନେତା ନବ ଦାସଙ୍କ କଥା ମନେ ପକାଇଲେ ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ । କହିଲେ ନବ କଂଗ୍ରେସରେ ଥିଲେ ମରିନଥାନ୍ତେ । ଅଧିକ ପଢ଼ନ୍ତୁ

ନବ ଦାସଙ୍କ କଥା ମନେ ପକାଇଲେ ଜିତେନ୍ଦ୍ର ସିଂହ
ନବ ଦାସଙ୍କ କଥା ମନେ ପକାଇଲେ ଜିତେନ୍ଦ୍ର ସିଂହ

ଭୁବନେଶ୍ବର: ଦିମ୍ବଙ୍ଗତ ନେତା ନବ ଦାସଙ୍କ କଥା ମନେ ପକାଇଲେ ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ । କହିଲେ ନବ କଂଗ୍ରେସରେ ଥିଲେ ମରିନଥାନ୍ତେ । ନବ ଦାସ କଂଗ୍ରେସରେ ଥିଲେ ମରିନଥାନ୍ତେ ବୋଲି ସେ କହିଛନ୍ତି । ସେ ବିଜେଡିକୁ ଗଲେ, ମନ୍ତ୍ରୀ ହେଲେ, ତା ପରେ ଗୁଳି ହେଲା । ବିଜେଡିରେ ମାଫିଆ ରାଜ୍ ଚାଲିଛି ବୋଲି ସେ କହିଛନ୍ତି । ନବ ଦାସ ହତ୍ୟାକୁ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ ।

ସେ କହିଛନ୍ତି, "ପୂର୍ବରୁ ନବ ଦାସଙ୍କ ସହ ମିଶି ବହୁ କାମ କରିଛି । ମୁଁ ଓଡ଼ିଶା ପ୍ରଭାରୀ ଥିଲି, ସେତେବେଳେ ନବ ବାବୁ ଓଡ଼ିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ । ମିଶିକି ଏଇ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିଛୁ । ସେ ବହୁ ଦକ୍ଷ ଲୋକେ ଥିଲେ । ତାଙ୍କ ମୃତ୍ୟୁ ରାଜନୀତିରେ ବଡ଼ ଅପୂରଣୀୟ କ୍ଷତି । ସେ ଆଜି ଉପରେ ଥାଇ ଭାବୁଥିବେ ଯେ, ସେ କଂଗ୍ରେସ ଛାଡି ବିଜେଡିରେ ମିଶି ନଥିଲେ ଆଜି ସେ ବଞ୍ଚିଥାନ୍ତେ, ମରି ନଥାନ୍ତେ । ମୋଦି ଓ ଅମିତ ଶାହ ହେଉଛନ୍ତି ବିଜେଡି ସରକାରର ରିମୋଟ କଣ୍ଟ୍ରୋଲର । ଓଡ଼ିଶାରେ ନିର୍ବାଚିତ ସରକାର ନୁହେଁ, ଅଫିସର ସରକାର ଆଉ ଦିଲ୍ଲୀରେ ରିମୋଟ । ଇଡି ଆଉ ସିବିଆଇ ଓଡ଼ିଶା ଫାଇଲ ଧରି ବସିଛନ୍ତି । କର୍ଣ୍ଣାଟକରେ ବିଜେପି ସରକାର ଭଳି ୪୦ ପ୍ରତିଶତ ପିସି ସରକାର ଚାଲିଛି ଓଡ଼ିଶାରେ ।"

ସେ ଆହୁରି କହିଛନ୍ତି, "ରାଜ୍ୟ ସରକାର ତୃତୀୟ ମହଲାରୁ ଚାଲେ । ଯାହାର ରିମୋଟ ଦିଲ୍ଲୀରେ କାମ କରେ । ଇଂରେଜ ସମୟରେ ଚାଲିଥିବା ସରକାର ସହ ବିଜେଡି ସମାନ । ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ହାତରେ ଏମାନଙ୍କ ଚାବି ରହିଛି । ଦେଶର ଭ୍ରଷ୍ଟାଚାରରେ ଏକ ନମ୍ବର ସ୍ଥାନରେ ହେଉଛି ବିଜେଡି ସରକାର ।" କର୍ଣ୍ଣାଟକ ଭଳି ଏ ସରକାରକୁ ମଧ୍ୟ ହଟାଇବାକୁ ହେବ ବୋଲି କହିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ । ଏହା ସହିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ସମ୍ପର୍କରେ ଜିତେନ୍ଦ୍ର ଆହୁରି କହିଛନ୍ତି, "ନବ ଦାସ ଆଗରୁ କଂଗ୍ରେସରେ ଥିଲେ । ମୋ ସହ ତାଙ୍କର ଭଲ ସମ୍ପର୍କ । କିନ୍ତୁ ବିଜେଡିକୁ ଯିବା ତାଙ୍କର ବଡ ଭୁଲ ନିଷ୍ପତ୍ତି ଥିଲା । ହୁଏତ କଂଗ୍ରେସରେ ଥିଲେ ନବ ଦାସଙ୍କର ଏଭଳି ମୃତ୍ୟୁ ହୋଇନଥାନ୍ତା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.