ETV Bharat / state

ନିଆଳିରେ ଅଜଣା ଜନ୍ତୁ ଆତଙ୍କ, ବନ କର୍ମଚାରୀଙ୍କ ରାତ୍ର ପାଟ୍ରୋଲିଂ ଆରମ୍ଭ

ନିଆଳିରେ ପୁଣି ମାତିଲାଣି ଅଜଣା ଜନ୍ତୁ । ଗତ ଦୁଇଦିନ ମଧ୍ୟରେ ବ୍ଳକର ସାତ ମେଣ୍ଢାଙ୍କ ଜୀବନ ନେଲାଣି । ଜନ୍ତୁଙ୍କୁ ଠାବ କରିବା ପାଇଁ ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ରାତ୍ର ପାଟ୍ରୋଲିଂ ଆରମ୍ଭ । ଅଧିକ ପଢ଼ନ୍ତୁ

author img

By

Published : Jul 17, 2023, 6:38 PM IST

mysterious animal fear in niali
ନିଆଳିରେ ଅଜଣା ଜନ୍ତୁ ଆତଙ୍କ
ନିଆଳିରେ ଅଜଣା ଜନ୍ତୁ ଆତଙ୍କ

ନିଆଳି: କଟକ ଜିଲ୍ଲା ନିଆଳି ଓ ଆଖପାଖ ଅଞ୍ଚଳରେ ପୁଣି ମାତିଲାଣି ଅଜଣା ଜନ୍ତୁ । ଗତ ଦୁଇଦିନ ମଧ୍ୟରେ ନିଆଳି ବ୍ଳକର ଓଳାଷ ଗାଁରେ ବାଛୁରୀ ଛୁଆକୁ ଖାଇବା ସହିତ ପୂର୍ବ ଖଣ୍ତ ଗ୍ରାମରେ ସାତ ମେଣ୍ଢାଙ୍କ ଜୀବନ ନେଇଛି ଅଜଣା ଜନ୍ତୁ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗତକାଲି(ସୋମବାର) ରାତି ଠାରୁ ଫୁଲନଖରା ରେଞ୍ଜ ପକ୍ଷରୁ ଆରମ୍ଭ ହୋଇଛି ରାତ୍ର ପାଟ୍ରୋଲିଂ ।

ନିଆଳି ବ୍ଳକର ଓଳାଷଂ ଗାଁର ନିକୁଞ୍ଜ ବିହାରୀ ସାହୁଙ୍କ ଗୁହାଳରୁ ଅଢେଇ ମାସର ବାଛୁରୀର ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ବାଛୁରୀର ପଛ ପଟରେ କ୍ଷତ ଥିବା ଦେଖିବାକୁ ମିଳିଥିଲା । ଗୁହାଳ ନିକଟରେ ଅଜଣା ଜନ୍ତୁର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଓଳାଷ ଗାଁରେ ଆତଙ୍କ ସୃଷ୍ଟି ହୋଇଛି । ସେହିପରି ନିଆଳି ତହସିଲ ପଛପଟ ପୂର୍ବଖଣ୍ଡ ଗାଁର ଖିରୋଦ ଚନ୍ଦ୍ରସେଠୀ ଓ ନିରଞ୍ଜନ ସେଠୀଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୪ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ବନ ବିଭାଗ ନିକଟରେ ଅଭିଯୋଗ କରିବା ପରେ ଫୁଲନଖରା ରେଞ୍ଜ ପକ୍ଷରୁ ରାତ୍ର ପାଟ୍ରୋଲିଂ ଆରମ୍ଭ ହୋଇଛି । ବନ କର୍ମଚାରୀ କହିଛନ୍ତି, "ଅଜଣା ଜନ୍ତୁ ଆକ୍ରମଣରେ ଗୃହପାଳୁତ ପଶୁଙ୍କୁ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିବା ପରେ ଫୁଲନଖରା ବନ ବିଭାଗ ପକ୍ଷରୁ ଏକ ଟିମ ଏହି ଗାଁକୁ ଆସିଛି । ରାତିସାରା ଏହି ଅଞ୍ଚଳରେ ପାଟ୍ରୋଲିଂ କରାଯିବ ।"

ଏହୀ ମଧ୍ୟ ପଢ଼ନ୍ତୁ: ନିଆଳିକୁ ଫେରିଲା ଅଜଣା ଜନ୍ତୁ: ଖାଇଗଲା ବାଛୁରୀ, 4 ମେଣ୍ଢା ମୃତ

ସୂଚନା ଅନୁଯାୟୀ, ୨୦୧୭ ମସିହାଠାରୁ ବର୍ଷା ଦିନରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତର ଖୁଲିସ ଗ୍ରାମରୁ ଅଜଣା ଜନ୍ତୁ ଶିକାର ମେଣ୍ଢା କରିଥିଲା । ସେହି ଗ୍ରାମରେ ବାଳକାଟି ବନ ବିଭାଗ ରେଞ୍ଜ ପକ୍ଷରୁ ଯନ୍ତା ବସିଲା କିନ୍ତୁ ଅଜଣା ଜନ୍ତୁ ଧରା ଦେଲାନି । ଅଜଣା ଜନ୍ତୁର ଆତଙ୍କ ଥମିବା ପରିବର୍ତ୍ତେ ଆତଙ୍କ ବଢ଼ିବାରେ ଲାଗିଲା । ଖୁଲିସ ଗାଁରୁ ଆରମ୍ଭ ହୋଇଥିବା ମେଣ୍ଢା ମଡକ ନିଆଳି ବ୍ଳକର ବିଭିନ୍ନ ଗାଁରେ ବ୍ଯାପିଲା । ନିର୍ଜନ ରାତିର ଅନ୍ଧାରକାରର ସୁଯୋଗ ନେଇ ଗୁହାଳେ ପଶି ମେଣ୍ଢାମାନଙ୍କୁ ଶିକାର କରୁଥିଲା ଅଜଣା ଜନ୍ତୁ । ଏହି ଖବର ଗଣମାଧ୍ୟମର ଶିରୋନାମ ପାଲଟିଗଲା । ବିଧାନସଭା ପ୍ରସଙ୍ଗ ହେଲା । ରାଜ୍ୟର ବଡ଼ ବଡ଼ ବନ ଅଧିକାରୀଙ୍କ ସମେତ ଡେରାଡୁନର ବିଶେଷଜ୍ଞ ଟିମ୍ ନିଆଳିର ବିଭିନ୍ନ ଗାଁ ଗଣ୍ଡାରେ ଡେରା ପକାଇଲେ । ବସିଲା ଯନ୍ତା, ଲାଗିଲା ସିସିଟିଭି, ଟ୍ରାପ କ୍ୟାମେରା, ଡ୍ରୋନ କ୍ୟାମେରା ସାଙ୍ଗକୁ ଟ୍ରାଙ୍କୁଲାଇଜର ଟିମ ମଧ୍ଯ ନିୟୋଜିତ ହେଲେ । କିନ୍ତୁ ସବୁ ଉଦ୍ଯମ ଫେଲ ମାରିଲା । ବିଶେଷ କରି ବର୍ଷା ଦିନରେ ଅଜଣା ଜନ୍ତୁଙ୍କ ଆର୍ବିଭାବ ଯୋଗୁଁ ସାଧାରଣ ମେଣ୍ଢା ପାଳକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥାଏ । ଏବେ ପୁଣି ବର୍ଷା ଦିନରେ ଗତ ଦୁଇ ଦିନରେ ଗୋଟିଏ ବାଛୁରୀ ଏବଂ ସାତ ମେଣ୍ଢାଙ୍କ ଜୀବନ ନେଇଛି ଅଜଣା ଜନ୍ତୁ । ପୂର୍ବରୁ ଏତେ ସବୁ ବ୍ୟବସ୍ଥା ପରେ ଅଜଣା ଜନ୍ତୁଙ୍କୁ ଠାବ କରାଯାଇ ପାରିନଥିଲା । କିନ୍ତୁ ଏବେ ଫୁଲନଖରା ବନ ବିଭାଗ କର୍ମଚାରୀ କିପରି ଅଜଣା ଜନ୍ତୁଙ୍କୁ ଠାବ କରିବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.