ETV Bharat / state

ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଡାକ୍ତର ନାରାୟଣୀ ପଣ୍ଡା ଦେଲେଣି 65 ଲକ୍ଷ ଦାନ

author img

By ETV Bharat Odisha Team

Published : Dec 11, 2023, 10:45 PM IST

‘ମୋ କଲେଜ’ ପାଣ୍ଠିକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଡା. ନାରାୟଣୀ ପଣ୍ଡା। ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଆସବାବପତ୍ର କ୍ରୟ ତଥା ଭିତ୍ତିଭୂମି ବିକାଶ ନେଇ ଏହି ଅର୍ଥ ପ୍ରଦାନ କରିଛନ୍ତି ଡାକ୍ତରାଣୀ। ଅଧିକ ପଢନ୍ତୁ

ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଡାକ୍ତର ନାରାୟଣୀ ପଣ୍ଡା ଦେଲେଣି 65 ଲକ୍ଷ ଦାନ
ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଡାକ୍ତର ନାରାୟଣୀ ପଣ୍ଡା ଦେଲେଣି 65 ଲକ୍ଷ ଦାନ

ଭୁବନେଶ୍ବର: ମୁଁ ଜାଣିଛି ସଂସାରରେ ଅନ୍ନଦାନ ଠାରୁ କୌଣସି ବଡ଼ ଦାନ ନାହିଁ । ଜଣେ ଅନ୍ନଦାତା ହିଁ ଅଭାବୀର ପ୍ରକୃତ ଦୁଃଖ ବୁଝିପାରେ ବୋଲି ମା’ ପିଲା ଦିନୁ ଶିଖାଇଛନ୍ତି । ଅନ୍ନ ପାଇବା ନିମନ୍ତେ ଯାହା ଦରକାର ତାହା ହେଉଛି ଶିକ୍ଷା। ଗୁଣାତ୍ମକ ଶିକ୍ଷା ବିନା ଜଣେ ସ୍ବାବଲମ୍ବୀ ହେବା କଷ୍ଟକର । ଏଣୁ ଗୋଟିଏ ଶିକ୍ଷାନୁଷ୍ଠାନର ବିକାଶ ଦ୍ବାରା ସହସ୍ରାଧିକଙ୍କୁ ସ୍ଥାୟୀ ଭାବେ ଅନ୍ନ ଯୋଗାଯାଇ ପାରିବ। ଏନେଇ ସମସ୍ତ ପୁରାତନ ବିଦ୍ୟାର୍ଥୀ ଆଗେଇ ଆସନ୍ତୁ। ‘ମୋ କଲେଜ’ ସହ ସାମିଲ ହୋଇ ନିଜ ସକ୍ଷମ ମୁତାବକ ନିଜ କଲେଜ ଓ ବିଶ୍ବବିଦ୍ୟାଳୟର ବିକାଶ କରାନ୍ତୁ। ଏହା କହିଛନ୍ତି ରାଜ୍ୟର ଖ୍ୟାତାନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ନାରାୟଣୀ ପଣ୍ଡା।

ନିକଟରେ ‘ମୋ କଲେଜ’ ପାଣ୍ଠିକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଡା. ନାରାୟଣୀ ପଣ୍ଡା। ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଆସବାବପତ୍ର କ୍ରୟ ତଥା ଭିତ୍ତିଭୂମି ବିକାଶ ନେଇ ଏହି ଅର୍ଥ ପ୍ରଦାନ କରି ସେ ଏହା କହିଛନ୍ତି ।

ଅଧିକ ପଢନ୍ତୁ- ମୋ କଲେଜ ଅଭିଯାନ: ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ୨ କୋଟି ୪୦ ଲକ୍ଷ ମଞ୍ଜୁରୀ

ଶିକ୍ଷାନୁଷ୍ଠାନର ବିକାଶ ନେଇ ଡା. ପଣ୍ଡା ହାତ ଖୋଲି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ‘ମୋ କଲେଜ’ ଜରିଆରେ ସମୁଦାୟ ୬୫ ଲକ୍ଷର ଅନୁଦାନ ଦେଲେଣି । ବଡ଼ କଥା ହେଉଛି, ନିକଟରେ ଦେଇଥିବା ଅନୁଦାନ ନେଇ ସେ ନିଜର ଏକ ମୂଲ୍ୟବାନ ସମ୍ପତ୍ତି ବିକ୍ରି କରି ଦେଇଛନ୍ତି । ପୂର୍ବରୁ ସେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଅତ୍ୟାଧୁନିକ ଆଇଟି ସେଣ୍ଟର ସ୍ଥାପନ ନେଇ ୩୦ ଲକ୍ଷ ପ୍ରଦାନ କରିଥିଲେ । ଅନୁରୂପ ସରକାରୀ ମହିଳା ମହାବିଦ୍ୟାଳୟର ନବ ନିର୍ମିତ ବହୁମୁଖୀ ସମ୍ମିଳନୀ କକ୍ଷ ଓ ଭିତ୍ତିଭୂମିର ବିକାଶ ନେଇ ୨୦ ଲକ୍ଷର ଅନୁଦାନ ଦେଇଛନ୍ତି। ବିଭିନ୍ନ ମହାବିଦ୍ୟାଳୟର ସ୍ବତନ୍ତ୍ର ‘କର୍ପସ’ ପାଣ୍ଠିକୁ ବି ଲକ୍ଷାଧିକ ଟଙ୍କା ଦେଇଛନ୍ତି ।

ଏନ୍‍ଏସ୍‍ସିବି ମହାବିଦ୍ୟାଳୟ ‘ମୋ କଲେଜ’ ପାଣ୍ଠିକୁ ୧୫ ଲକ୍ଷର ଅନୁଦାନ ପ୍ରଦାନ ସମୟରେ କଲେଜର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ହରପାଲ, ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ସିକତା ପଣ୍ଡା ଉପସ୍ଥିତ ଥିଲେ । ନାରାୟଣୀଙ୍କ ବଦାନ୍ୟତାକୁ ପ୍ରଶଂସା କରିବା ସହ ଏହା ସଭିଙ୍କ ପାଇଁ ପ୍ରେରଣା ସାଜିବ ବୋଲି ସମସ୍ତେ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.