ETV Bharat / state

BJP To Boycott Speaker Election: ବିଧାନସଭା ବାଚସ୍ପତି ନିର୍ବାଚନ ବର୍ଜନ କରିବ ବିଜେପି

author img

By ETV Bharat Odisha Team

Published : Sep 15, 2023, 8:23 PM IST

ବିଧାୟକ ନାଉରୀ ଆହୁରୀ କହିଛନ୍ତି ଯଦି ଏହି ନିଷ୍ପତ୍ତି ସଂସଦୀୟ ବ୍ୟାପାର ବିଭାଗର। କିନ୍ତୁ ବର୍ତ୍ତମାନ ରାଜ୍ୟରେ ଚାଲିଥିଲା ସଚିବ ସର୍ବସ୍ବ ଶାସନ ବ୍ୟବସ୍ଥା ଏଥିପାଇଁ ଦୟୀ । କେତେକ ଅଣଓଡିଆ ଅଧିକାରୀ ବର୍ତ୍ତମାନ ସରକାର ଚଳାଉଛନ୍ତି । ସମସ୍ତ ନିଷ୍ପତ୍ତି ନେଉଛନ୍ତି । ସେମାନେ ନୂଆଖାଇର ଗୁରୁତ୍ବକୁ ଜାଣିବା ଓ ବୁଝିବା ନିଶ୍ଚିତ ଭାବରେ ଅସମ୍ଭବ । ଅଧିକ ପଢନ୍ତୁ

ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି

ସମ୍ବଲପୁର: କଂଗ୍ରେସ ରାସ୍ତାରେ ବିଜେପି । ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ଭାରତୀୟ ଜନତା ପାର୍ଟି(ବିଜେପି) । ଏନେଇ ଆଜି ଦଳୀୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକ ବିଦ୍ଧିବଧ ଭାବେ ଘୋଷଣା କରିଛନ୍ତି । ସମ୍ବଲପୁର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ନାଉରୀ କହିଛନ୍ତି, ‘‘ଆସନ୍ତା 20 ତାରିଖରେ ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । 21 ତାରିଖ ଦିନ ବାସୀନୂଆଖାଇ ତଥା ନୂଆଖାଇ ଭେଟଘାଟ । ଦୁଇ ଦିନ ଧରି ପୁରା ପଶ୍ଚିମାଞ୍ଚଳ ଉତ୍ସବ ମୁଖର ରହିବ । ଖାଲି ଏହି ଦୁଇ ଦିନ ନୁହେଁ... ନୂଆଖାଇର ଚାରି ଦିନ ପୂର୍ବରୁ ଓ ନୂଆଖାଇର ଚାରି ଦିନ ଯାଏଁ ନୂଆଖାଇର ମାହୋଲ ରହିଥାଏ । ନୂଆଖାଇ ପାଇଁ ସରକାରୀ ଭାବେ ଦୁଇ ଦିନ ଛୁଟି ମଧ୍ୟ ମିଳିଥାଏ । ହେଲେ ରାଜ୍ୟ ସରକାର 21 ତାରିଖ ଦିନ ବିଧାନସଭା ବାଚସ୍ପତି ନିର୍ବାଚନ ରଖିଛନ୍ତି । ଏପରି ସ୍ଥିତିରେ 21 ତାରିଖ ଦିନ ପଶ୍ଚିମ ଓଡିଶାର କୌଣସି ବିଧାୟକ ଭୁବନେଶ୍ବର ଯାଇ ବିଧାନସଭା ଯାଇପାରିବେ ନାହିଁ । ଏହି ତାରିଖକୁ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କଲା ପରେ ମଧ୍ୟ ସରକାର ନିଜ ଜିଦରେ ଅଟଳ ରହିଛନ୍ତି । ସରକାରଙ୍କର ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଜିଦ'ଖୋର ମନୋବୃତ୍ତିକୁ ପ୍ରଦର୍ଶିତ କରୁଛି । ତ ତ ସଙ୍ଗେ ସଙ୍ଗେ ଚିରାଚରିତ ଢଙ୍ଗରେ ପଶ୍ଚିମାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ରହିଥିବା ବୈମାତୃକ ମନୋଭାବକୁ ପୁନଃ ପ୍ରମାଣିତ କରୁଛି ବୋଲି ନାଉରୀ କହିଛନ୍ତି ।’’

ଏହାବି ପଢନ୍ତୁ- ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ କିପରି ଅଂଶ ଗ୍ରହଣ କରିବୁ: ନରସିଂହ ମିଶ୍ର

ନାଉରୀ ଆହୁରୀ କହିଛନ୍ତି ଯଦି ଏହି ନିଷ୍ପତ୍ତି ସଂସଦୀୟ ବ୍ୟାପାର ବିଭାଗର। କିନ୍ତୁ ବର୍ତ୍ତମାନ ରାଜ୍ୟରେ ଚାଲିଥିଲା ସଚିବ ସର୍ବସ୍ବ ଶାସନ ବ୍ୟବସ୍ଥା ଏଥିପାଇଁ ଦୟୀ । କେତେକ ଅଣଓଡିଆ ଅଧିକାରୀ ବର୍ତ୍ତମାନ ସରକାର ଚଳାଉଛନ୍ତି । ସମସ୍ତ ନିଷ୍ପତ୍ତି ନେଉଛନ୍ତି । ସେମାନେ ନୂଆଖାଇର ଗୁରୁତ୍ବକୁ ଜାଣିବା ଓ ବୁଝିବା ନିଶ୍ଚିତ ଭାବରେ ଅସମ୍ଭବ । ତେଣୁ ରାଜ୍ୟର ମୁଖିଆ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଷୟରେ ହସ୍ତକ୍ଷେପ କରି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟା କରିବା ଉଚିତ। ବିଧାନସଭାର ସମ୍ମାନ ରକ୍ଷା ପାଇଁ ନିରପେକ୍ଷ, ଗଠନାତ୍ମକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ଯେଉଁଠି ଶାସକ ଦଳର ସାଂସଦ, ମନ୍ତ୍ରୀ ବିଧାୟକ ମାନେ ଜଣେ ସଚୀବଙ୍କ କାର୍ଯ୍ୟକ୍ରମରେ ଟେଣ୍ଟ ଲଗେଇବା, ବାଉଁଶ ପୋତିବା, ଲୋକ ବୋହିବା କାର୍ଯ୍ୟ ସମ୍ପାଦନ କରୁଛନ୍ତି, ସେଇ ସଚିବଙ୍କ ନିଷ୍ପତ୍ତିକୁ ବିରୋଧ କିମ୍ବା ଚ୍ୟାଲେଞ୍ଜ କରିବାର ସତ ସାହସ ସେମାନଙ୍କର କେଉଁଠୁ ଆସିବ ବୋଲି ନାଉରୀ ନାଏକ କହିଛନ୍ତି l ତେଣୁ ଆସନ୍ତା 21 ତାରିଖରେ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି ବିଧାୟକ ଦଳ l ରାଜ୍ୟ ସଭାପତି ମନ ମୋହନ ସାମଲ ଓ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ନିଷ୍ପତ୍ତି କ୍ରମେ ବିଧାୟକ ଦଳ ଏହି ନିଷ୍ପତି ନେଇଥିବା ନାଉରୀ କହିଛନ୍ତି ।

ଏହାବି ପଢନ୍ତୁ- ପଶ୍ଚିମ ଓଡିଶା ପ୍ରତି ନାହିଁ ବୈମାତୃକ ଭାବ: ଯୋଜନା ଓ ସମନ୍ବୟ ମନ୍ତ୍ରୀ

ସେହିପରି ନାଉରୀ କହିଛନ୍ତି ଆସନ୍ତା 20 ତାରିଖ ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଥିବା ବେଳେ 21 ତାରିଖରେ ବାସୀନୂଆଖାଇ । ଏହିଭଳି ସ୍ଥିତିରେ ପଶ୍ଚିମ ଓଡିଶାର ବିଧାୟକ ମାନେ ବାଚସ୍ପତି ନିର୍ବାଚନ ରେ ଭାଗ ନେଇ ପାରିବେ ନାହିଁ । ବାଚସ୍ପତି ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଏନେଇ ଦଳୀୟ ବିଧାୟକ ମୁକେଶ ମହାଲିଙ୍ଗ ବିରୋଧ କରିଥିଲେ । ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ହେଲେ ରାଜ୍ୟ ସରକାର ଏହାକୁ କୌଣସି ଗୁରୁତ୍ବ ନଦେବାରୁ ରାଜ୍ୟ ବିଜେପି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି l ବିଧାୟତ ନାଉରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶାର ଲୋକଙ୍କ ପ୍ରତି ସମ୍ମାନ ନାହିଁ l ଏହି ସରକାର ତୃତୀୟ ମହଲାରୁ ସଚିବ ମାନଙ୍କ ଦ୍ବାରା ପରିଚାଳିତ ହେଉଛି l ଆଉ ସଚିବଙ୍କ ପଶ୍ଚିମ ଓଡିଶାର ପର୍ବ ପର୍ବାଣିକୁ ନେଇ କୌଣସି ଜ୍ଞାନ ନାହିଁ । ତେଣୁ ଏହିଭଳି ନିଷ୍ପତି ନିଆଯାଉଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ, ବିଜେପି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡଙ୍ଗୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ଵିନୀ ମାଝୀ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.