ETV Bharat / state

କବକ ସଂକ୍ରମଣ ଓ ନିରାକରଣ ପାଇଁ ଅତ୍ୟାଧୁନିକ ମଲିକୁଲାର ଗବେଷଣା କେନ୍ଦ୍ର ଉଦଘାଟିତ - ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ

ଏମ୍ସ ଭୁବନେଶ୍ୱରରେ କବକ ସଂକ୍ରମଣ ଓ ନିରାକରଣ ପାଇଁ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଇଛି । ଏହା ପୂର୍ବ ଭାରତର ପ୍ରଥମ ଗବେଷଣା କେନ୍ଦ୍ର । ଉନ୍ନତ ଗବେଷଣା ପାଇଁ ଏକ ରେଫରାଲ୍ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଅଧିକ ପଢନ୍ତୁ

କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଗବେଷଣା କେନ୍ଦ୍ର

author img

By

Published : Nov 26, 2022, 7:39 AM IST

ଭୁବନେଶ୍ବର: ଏମ୍ସ ଭୁବନେଶ୍ବରରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଯାଇଛି । କବକ ଚିହ୍ନଟ, ଏନେଇ ହେଉଥିବା ସଂକ୍ରମଣ ଏବଂ ଏହାର ନିରାକରଣ ପାଇଁ ଆଜି ଏମ୍ସ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନ କେନ୍ଦ୍ର ପୂର୍ବ ଭାରତରେ ପ୍ରଥମ । ଏନେଇ ଅଧିକ ଗବେଷଣା ପାଇଁ ଏହାଏକ ରେଫରାଲ୍ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ନିକଟରେ ଫଙ୍ଗାଲ୍ ସଂକ୍ରମଣର ବ୍ୟାପକତା ବୃଦ୍ଧି ପାଇଛି । ବିଭିନ୍ନ ବ୍ୟବସ୍ଥା ସତ୍ତ୍ବେ କବକ ସଂକ୍ରମଣର ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଭଳି ଅନେକ ଅଭାବ ରହିଛି ।

ତେବେ ଏହାକୁ ପୂରଣ ପାଇଁ ସମଗ୍ର ଭାରତରେ କବକ ପାଇଁ ଉନ୍ନତ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଏବଂ ଡ. ମଧୁଛନ୍ଦା ଦାସ ଗୁରୁତ୍ବାରୋପ କରିଛନ୍ତି ଯେ ଉନ୍ନତ ଲାବୋରେଟୋରୀ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାବାସୀଙ୍କ ପାଇଁ ଫଙ୍ଗଲ୍ ସଂକ୍ରମଣ ପାଇଁ ଅତ୍ୟାଧୁନିକ ନିରାକରଣ ଉପଲବ୍ଧ କରାଇବା । ଫଙ୍ଗଲ୍ ସଂକ୍ରମଣର ଚିହ୍ନଟ ତଥା ଚିକିତ୍ସା ପାଇଁ ଓଡ଼ିଆ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ତାଲିମ ଦେବା ଏବଂ ଫଙ୍ଗଲ୍ ସଂକ୍ରମଣର ନିରାକରଣ ଏବଂ ପରିଚାଳନା ପାଇଁ ପୂର୍ବ ଭାରତର ବିଭିନ୍ନ ମେଡିକାଲ୍ ଡାକ୍ତରଖାନାକୁ ସହଯୋଗ କରିବା ।

କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଗବେଷଣା କେନ୍ଦ୍ର
କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଗବେଷଣା କେନ୍ଦ୍ର

ଅନ୍ୟପଟେ ଏହି କେନ୍ଦ୍ର ବିଭିନ୍ନ ଫଙ୍ଗଲ୍ ସଂକ୍ରମଣ ରୋଗୀଙ୍କ ପାଇଁ ଏକାଧିକ ସେରୋଲୋଜିକାଲ୍, ମଲିକୁଲାର୍ ଏବଂ ଆଣ୍ଟିଫଙ୍ଗାଲ୍ ସମ୍ବେଦନଶୀଳତା ପରୀକ୍ଷା ସେବା ପ୍ରଦାନ କରି ମେଡିକାଲ୍ ଫଙ୍ଗଲ୍ ଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଏଥିସହିତ ଏହି କେନ୍ଦ୍ରରେ ମାଇକ୍ରୋବାୟୋଲୋଜି ଟ୍ରେନିଂ କିମ୍ବା ମାଇକ୍ରୋବାୟୋଲୋଜିଷ୍ଟମାନଙ୍କୁ ଅଭ୍ୟାସ କରୁଥିବା ପର୍ଯ୍ୟବେକ୍ଷକ ବା ହ୍ୟାଣ୍ଡ-ଅନ୍ ଲାବୋରେଟୋରୀ ତାଲିମ ସୁଯୋଗ ପ୍ରଦାନ କରିବ । କବକ ସଂକ୍ରମଣର ଶିକାର ହୋଇଥିବା ଡାକ୍ତରଖାନାଗୁଡ଼ିକ ଏହି କେନ୍ଦ୍ରରୁ ସହାୟତା ଲୋଡିପାରିବେ ଯାହାଦ୍ଵାରା ଏହି ସଂକ୍ରମଣ ଏପିସୋଡ୍ ବନ୍ଦ ହେବାର ମୂଳ କାରଣ ଚିହ୍ନଟ କରାଯାଇପାରିବ ଏବଂ ଭବିଷ୍ୟତରେ ଘଟୁଥିବା ଘଟଣାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରିବ ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.