ETV Bharat / state

Odia University Admission: 28ରୁ ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା

author img

By ETV Bharat Odisha Team

Published : Aug 25, 2023, 8:14 PM IST

ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଓଡିଆ ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ M.A. Ph.D. ପାଇଁ ହେବ ନାମଲେଖା। ଏନେଇ ଆରମ୍ଭ ହୋଇଛି ପକ୍ରିୟା। ଓଡିଆ ବିଶ୍ବବିଦ୍ୟାଳୟର ନିଜସ୍ବ କ୍ୟାମ୍ପସ କାର୍ଯ୍ୟ ଶେଷ ହୋଇନଥିବା ବେଳେ ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ହେବ ଓଡିଆ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ନାମଲେଖା। 28 ଏବଂ 29 ତାରିଖ ଦୁଇ ଦିନ ଧରି ଏହି କଲେଜ କ୍ୟାମ୍ପସରେ ନାମଲେଖା ହେବ । ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ବିଷୟ ଗୁଡିକ ହେଉଛି। ଅଧିକ ପଢନ୍ତୁ

Odia University admission: 28 ରୁ ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା

ଭୁବନେଶ୍ବର: ଆସନ୍ତା 28 ରୁ ଓଡିଆ ବିଶ୍ବବିଦ୍ୟାଳୟରେ ହେବ ନାମଲେଖା। ଓଡିଆ ବିଶ୍ବବିଦ୍ୟାଳୟର ନିଜର କ୍ୟାମ୍ପସ ନଥିବାରୁ ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ହେବ ନାମଲେଖା। 28 ଏବଂ 29 ଦୁଇ ଦିନ ଧରି ଏହି କଲେଜ କ୍ୟାମ୍ପସରେ ନାମଲେଖା ହେବାକୁ ଥିବାବେଳେ ଇଣ୍ଟିଗ୍ରେଟେଡ M.A. ଓ Ph.D. ପାଇଁ ହେବ ନାମଲେଖା।

ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଓଡିଆ ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ M.A. Ph.D. ପାଇଁ ହେବ ନାମଲେଖା। ଏନେଇ ଆରମ୍ଭ ହୋଇଛି ପକ୍ରିୟା। ଓଡିଆ ବିଶ୍ବବିଦ୍ୟାଳୟର ନିଜସ୍ବ କ୍ୟାମ୍ପସ କାର୍ଯ୍ୟ ଶେଷ ହୋଇନଥିବା ବେଳେ ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ହେବ ଓଡିଆ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ନାମଲେଖା। 28 ଏବଂ 29 ତାରିଖ ଦୁଇ ଦିନ ଧରି ଏହି କଲେଜ କ୍ୟାମ୍ପସରେ ନାମଲେଖା ହେବ । ଓଡିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ବିଷୟ ଗୁଡିକ ହେଉଛି। ଓଡିଆ ଭାଷା ଏବଂ ସାହିତ୍ୟ, ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଏବଂ ଐତିହ୍ୟ ଅଧ୍ୟୟନ। ଏହି 3 ଟି ବିଭାଗରେ ମୋଟ 72 ଟି ସିଟ ରହିଛି। ତେବେ ପ୍ରତ୍ୟେକ ବିଭାଗରେ 24 ଟି ଲେଖାଏଁ ସିଟ ରହିଛି । ଆଡମିଶନ, ସାମ୍ସ ଡିଇଓ, ଆକାଉଣ୍ଟାଣ୍ଟ ଏବଂ ଦୁଇଟି ପିଅନ ସହିତ ତିନୋଟି ଅଧ୍ୟାପକ ଏହି ନାମଲେଖା ପ୍ରକ୍ରିୟାରେ ସାହାଯ୍ୟ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଦୁଇ ଦିନ ଧରି ନାମଲେଖା ଉଦ୍ଦେଶ୍ୟରେ କଲେଜର ସାମ୍ସ ପାଣ୍ଠିରୁ 10 ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ମଧ୍ୟ କୁହାଯାଇଛି।

ଏହାବି ପଢନ୍ତୁ- ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ, ଏଯାଏଁ କାର୍ଯ୍ୟକ୍ଷମ ହୋଇନି ନିଜସ୍ୱ ୱେବ୍‌ସାଇଟ୍

ସୂଚନା ଅନୁଯାୟୀ, ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ପ୍ରଫେସର ସବିତା ପ୍ରଧାନଙ୍କୁ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର। କୁଳପତି ଭାବରେ ପ୍ରଫେସର ସବିତାଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଶାନ୍ତି ନିକେତନ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରେ ପ୍ରଫେସର ଅଛନ୍ତି ସବିତା ପ୍ରଧାନ। ଏହି ନାମଲେଖା ପକ୍ରିୟା ଆରମ୍ଭ ହେବାକୁ ରହିଥିବା ବେଳେ ଏପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ୱେବସାଇଟ ତିଆରି ହୋଇପାରିନାହିଁ। www.odiauniversity.ac.in ୱେବସାଇଟ‌ରେ ବିଶ୍ବବିଦ୍ୟାଳୟ ସମ୍ପର୍କିତ ସମସ୍ତ ତଥ୍ୟ ରହିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରିନାହିଁ। ଏପଟେ ନିଜର କ୍ୟାମ୍ପସ ନଥିବା ବେଳେ ସତ୍ୟବାଦୀ ପାନ୍ଥନିବାସରେ ହେବ ପାଠ ପଢା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.