ETV Bharat / state

ସରିଲା ଆଦିବାସୀ ମେଳା, ୧୦ ଦିନରେ ୨.୫୦ କୋଟି ବ୍ୟବସାୟ - ଆଦିବାସୀ ମେଳା 2023

ରାଜଧାନୀ ଭୁବନେଶ୍ବରରେ 10 ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ହୋଇଛି । 10 ଦିନରେ 2.50 କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହୋଇଛି । ଅଧିକ ପଢନ୍ତୁ

adivasi mela concluded
ସରିଲା ଆଦିବାସୀ ମେଳା
author img

By

Published : Mar 2, 2023, 9:51 AM IST

Updated : Mar 2, 2023, 12:58 PM IST

ସରିଲା ଆଦିବାସୀ ମେଳା

ଭୁବନେଶ୍ବର: ଆଦିବାସୀ ମେଳା ୨୦୨୩ ଉଦଯାପିତ ହୋଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳା 10 ଦିନ ହେବ ଚାଲିଥିଲା । ଫେବୃଆରୀ 20ରୁ ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ମେଳା । ଦଶ ଦିନ ଧରି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଛି । ମେଳାରେ ୧୦ ଦିନରେ 2.50 କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଥିବା ସୂଚନା ମିଳିଛି ।

ଜନଜାତି କ୍ଷେତ୍ରରେ ୧୮ ଜଣ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ଉପାୟନ, ମାନପତ୍ର ଏବଂ ଅର୍ଥରାଶି ଦେଇ ସମ୍ମାନୀତ କରାଯାଇଛି । ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡ଼ାର ଡାକ୍ତର ଭୀଷ୍ମନାରାୟଣ ଶବର, ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ କଳାହାଣ୍ଡିର ପବିତ୍ର ଶବର, ଲୋକସଙ୍ଗୀତ ଓ ଲୋକନୃତ୍ୟ କ୍ଷେତ୍ରରେ କଳାହାଣ୍ଡିର ସଦନ ପ୍ରଗଣିଆ, ଲୋକସାହିତ୍ୟ, ଲୋକକଳା ଓ ସଙ୍ଗୀତ କ୍ଷେତ୍ରରେ କଳାହାଣ୍ଡିର କ୍ଷିତୀଶ ଚନ୍ଦ୍ର ମାଝୀ, ଯୋଗ ଓ ନାଟକ କ୍ଷେତ୍ରରେ ନୂଆପଡ଼ାର କୁମାରୀ ଜୈମିନୀ ଝାଙ୍କର, ପାରମ୍ପରିକ ଚିକିତ୍ସା ଓ ସାନ୍ତାଳୀ ଭାଷା ସାହିତ୍ୟ ପାଇଁ ମୟୂରଭଞ୍ଜର କୁଶାଲ ହେମ୍ବ୍ରମ, ଲୋକନୃତ୍ୟ ପାଇଁ କଳାହାଣ୍ଡିର କୁମୁଦଚନ୍ଦ୍ର ପୁଝାରୀ, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ କଳାହାଣ୍ଡିର ଗୋପୀନାଥ ଶବରଙ୍କୁ ସମ୍ମାନିତ କରାଯାଇଛି ।

ସରିଲା ଆଦିବାସୀ ମେଳା
ସରିଲା ଆଦିବାସୀ ମେଳା

ସେହିପରି ଜନଜାତି ସାହିତ୍ୟ ପାଇଁ କନ୍ଧମାଳର ପ୍ରଦୀପ କହଁର, ସାହିତ୍ୟ ପାଇଁ ସୁନ୍ଦରଗଡ଼ର କ୍ଷୀରେଶ୍ବରୀ କିଷାନ, ଜନଜାତି ଲୋକବାଦ୍ୟ ଓ ଗୀତ ପାଇଁ ବଲାଙ୍ଗୀରର ସୁଦାମ ବିଶି, ସମାଜ ସେବା ଓ ଯୋଗ ପାଇଁ ବଲଙ୍ଗିରର ଦମୟନ୍ତୀ କୁମୁରା, ଚିତ୍ରକଳା ପାଇଁ ବଲାଙ୍ଗୀରର କୁମାରୀ ସଙ୍ଗୀତା ମାଝୀ, ସାନ୍ତାଳୀ ସାହିତ୍ୟ ପାଇଁ ମୟୂରଭଞ୍ଜର ଜୟରାମ ଟୁଡୁ, ସାନ୍ତାଳୀ ସାହିତ୍ୟ ଓ ସମାଜ ସେବା ପାଇଁ ମୟୂରଭଞ୍ଜର ଗଣେଶ୍ବର ହେମ୍ବ୍ରମ, ମୁଣ୍ଡାରୀ ଭାଷା ଓ ସାହିତ୍ୟ ପାଇଁ ମୟୂରଭଞ୍ଜର ସନ୍ତୋଷ କୁମାର ସିଂହ, ରଗ୍‌ବି କ୍ରୀଡ଼ା ପାଇଁ ମୟୂରଭଞ୍ଜର ଦିବ୍ୟ ରଞ୍ଜନ ଦାସ, ଓଡ଼ିଆ ସାହିତ୍ୟ ପାଇଁ ମୟୂରଭଞ୍ଜର ଡାକ୍ତର ରାଜକୁମାର ନାଏକ ପ୍ରମୁଖ ସମ୍ମାନିତ ହୋଇଛନ୍ତି ।

ଉଦଯାପନ ଦିବସ ଅବସରରେ ଏକାଡେମୀ ଦ୍ବାରା ପ୍ରକାଶିତ ପତ୍ରିକା ‘ବନଜା’ ଉନ୍ମୋଚିତ ହୋଇଛି । ଆଦିବାସୀ ମେଳାରେ ପ୍ରାଚୀନ ଜନଜାତିଙ୍କ ନମୁନା ଘର ପ୍ରଦର୍ଶନରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ଲାଞ୍ଜିଆ ସଉରା ଘର ପ୍ରଥମ, ନୂଆପଡ଼ା ଜିଲ୍ଲା ସୁନାବେଡ଼ାର ଚୁକୁଟିଆ ଭୂଞ୍ଜିଆ ଏବଂ ଜମରଡିହିର ପାଉଡ଼ି ଭୂୟାଁ ଘର ଦ୍ବିତୀୟ ଏବଂ କନ୍ଧମାଳ ଜିଲ୍ଲାର ବେଲଘରର କୁଟିଆ କନ୍ଧ ଘର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଚଳିତ ବର୍ଷ ଆଦିବାସୀ ମେଳାରେ ୨.୫୦ କୋଟିରୁ ଉର୍ଦ୍ଧ୍ବର ବ୍ୟବସାୟ ହୋଇଛି । ଚଳିତ ଆଦିବାସୀ ମେଳାରେ 300ରୁ ଅଧିକ ଷ୍ଟଲ ପଡିଥିଲା । ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲ୍‌ରେ ଜନଜାତିମାନେ ସେମାନଙ୍କର କଳା ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ପ୍ରଦର୍ଶିତ କରିବା ସହ ବିକ୍ରିବଟା କରିଥିଲେ ।

ଉଦଯାପନ ଦିବସର ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବିକାଶ ସହ ସଂସ୍କୃତିକୁ ଯୋଡି ଉନ୍ନୟନ କାର୍ଯ୍ୟ କରାଗଲେ ଯଥାର୍ଥ ବିକାଶ ସମ୍ଭବ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ଆଦିବାସୀମାନଙ୍କ ବାସ୍ତବ ବିକାଶ ପାଇଁ ନେଇଥିବା ପଦକ୍ଷେପ ଯୋଗୁଁ ସମସ୍ତ ଜନଜାତି ଗୌରବାନ୍ବିତ ବୋଲି କହିଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା। ଉତ୍ସବରେ ଅତିଥି ଭାବେ ଅନୁସୂଚିତ ଜନଜାତି ବ୍ୟାପାର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା ତାହାରା ଖାତୁନ, ଅନ୍ୟାନ୍ୟ ପଛୁଆ ବର୍ଗ ବ୍ୟାପାର ଉପଦେଷ୍ଟା ପୃଥିରାଜ ସାହୁଙ୍କ ସମେତ ବିଭାଗୀୟ କମିଶନର ରୂପା ରୋଶନ ସାହୁ ଏବଂ ସ୍ବତନ୍ତ୍ର ଶାସନ ସଚିବ ବିଶ୍ବରଞ୍ଜନ ସାସମଲ ତଥା ଓଟିଇଏଲପିର ପ୍ରକଳ୍ପ ନିର୍ଦ୍ଦେଶକ ପି. ଅର୍ଥନାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 2, 2023, 12:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.