ETV Bharat / state

Casting Couch: ‘କାଷ୍ଟିଂ କାଉଚ ବିଷୟରେ ଯିଏ କହୁଛନ୍ତି, ସେ ନିଜେ ଗୋଟେ ଏହାର ପ୍ରଡକ୍ଟ'

ଓଲିଉଡରେ କାଷ୍ଟିଂ କାଉଚକୁ ନେଇ ପ୍ରତିକ୍ରିୟା ରଖିଲେ ନବାଗତା ଅଭିନେତ୍ରୀ ରୂପଶ୍ରୀ ପଣ୍ଡା । ଏନେଇ ସେ ସିଧାସଳଖ ନାରୀମାନଙ୍କୁ ଦାୟୀ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 13, 2023, 8:03 PM IST

Updated : Jun 13, 2023, 8:12 PM IST

Actress Rupashree Panda
Actress Rupashree Panda
Casting Couch: ‘କାଷ୍ଟିଂ କାଉଚ ବିଷୟରେ ଯିଏ କହୁଛନ୍ତି, ସେ ନିଜେ ଗୋଟେ ଏହାର ପ୍ରଡକ୍ଟ'

ଭୁବନେଶ୍ବର: ଓଲିଉଡରେ କାଷ୍ଟିଂ କାଉଚ ମାମଲା । ଅଭିନେତ୍ରୀ ପ୍ରକୃତି, ଜସ୍ମିନଙ୍କ ପରେ ବତ୍ତମାନ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରୂପଶ୍ରୀ ପଣ୍ଡା । ସେ କହିଛନ୍ତି ମୁଁ ବି ଏବେ ଯାଏ ବୁଝିନି କାଷ୍ଟିଂ କାଉଚ ମାନେ କଣ ? ଓଧ ସଙ୍ଗେ ବଣଭୁଆ ବାଇ ହେଲା ପରି ଜଣଙ୍କ ପରେ ଜଣେ କାଷ୍ଟିଂ କାଉଚ ଅଭିଯୋଗ କରୁଛନ୍ତି । ଭିତ୍ତିହୀନ କଥାକୁ ଯୋଡୁଛନ୍ତି ଯାହା ବାସ୍ତବିକ ନୁହେଁ । ସବୁରି ମୂଳରେ ନାରୀ ବୋଲି କହିଛନ୍ତି ନବାଗତା ନାୟିକା ରୂପଶ୍ରୀ ପଣ୍ଡା ।

ଏନେଇ ରୂପଶ୍ରୀ କହିଛନ୍ତି, "ଶସ୍ତା ହୋଇ ଅନ୍ୟକୁ ବଦନାମ କରି ନିଜକୁ ଓ ଓଡ଼ିଆ ସିନେମା ଶିଳ୍ପକୁ ବଦନାମ ସେହିମାନେ କରୁଛନ୍ତି ସେମାନେ ନିଜେ ଜଣେ ଜଣେ କାଷ୍ଟିଙ୍ଗ କାଉଚର ପ୍ରଡକ୍ଟ । ତେଣୁ ଭିତ୍ତି ନଥାଇ ଅଭିଯୋଗ ନକରି ପ୍ରମାଣ ସହ ଅଭିଯୋଗ କର । ଏଭଳି ନିଜକୁ ଚର୍ଚ୍ଚାରେ ରହିବା ପାଇଁ କରନ୍ତୁ ନାହିଁ କି ଅନ୍ୟ ବନ୍ଧୁକରେ ଗୁଳି ରଖି ଫୁଟାନ୍ତୁ ନାହିଁ । ଏଭଳି କଲେ ଆପଣ ତ କାଷ୍ଟିଂ କାଉଚ ନାଁ ନେଇ ଚର୍ଚ୍ଚାରେ ଆସିଯିବେ, କିନ୍ତୁ ସ୍ବପ୍ନ ପୂରଣ ପାଇଁ ଆସୁଥିବା କଳାକାରର ଲୁହ ଆପଣଙ୍କ ଉପରେ ପଡିଯିବ। ତେଣୁ କାଦୁଅକୁ ଟେକା ଫିଙ୍ଗିଲେ ନିଜ ଉପରେ କାଦୁଅ ପଡ଼ବ । ନିଜେ କାଦୁଅ ହୁଅନ୍ତୁ ନାହିଁ କି ସିନେମା ଶିଳ୍ପକୁ ବଦନାମ କରନ୍ତୁ ।"

ଏହା ବି ପଢନ୍ତୁ-ollywood Casting Couch: ଶୋଷଣକାରୀ ପ୍ରଯୋଜକଙ୍କ ନାଁ ବାହାରକୁ ଆସିବା ଦରକାର: ପୁପୁଲ ଭୂୟାଁ

ସେ ଆହୁରି କହିଛନ୍ତି, "ଏଠି ପୁରୁଷ ନାରୀ ସବୁ କାଷ୍ଟିଂ କାଉଚର ଶିକାର ହେଉଛନ୍ତି । ଏଠି ମହିଳା କାର୍ଡ ନ ଖାଲି ସତକୁ ସାମ୍ନାକୁ ସାମନାକୁ ଆଣନ୍ତୁ । ତେବେ ଯାଇ ବିନା ଡର ବିନା କମ୍ପରମାଇଜରେ ସମସ୍ତେ ଏଠି କାମ କରିବେ । ଆମେ ତାଙ୍କୁ ସହିଲେ ସେ ଆମକୁ ବ୍ୟବହାର କରିବେ । ମୁଁ ତ କହିବି ଏହି କାରଣରୁ ଝିଅମାନେ ହିଁ କାଷ୍ଟିଂ କାଉଚ ପାଇଁ ଦାୟୀ । ଏଭଳି ଆରୋପ ପ୍ରତ୍ୟାରୋପର ବହୁତ ଦୁଃଖ ଲାଗୁଛି। ତେଣୁ ପ୍ରତିଭାର ବାଟ ଦେଇ କର୍ମ ସ୍ଥଳୀରେ ସମସ୍ତେ ସଫଳ ହୁଅନ୍ତୁ କମ୍ପରମାଇଜ କରିକି ନୁହେଁ ।"

ସେ ମଧ୍ୟ ଏଭଳି କାଷ୍ଟିଂ କାଉଚର ଶିକାର ହୋଇଥିବା କହିଛନ୍ତି । ତାଙ୍କୁ କିଛି ସିଧାସଳଖ କହିଥିବା ବେଳେ ଆଉ କିଛି ଇସାରା ମଧ୍ୟ ଦେଇଛନ୍ତି ବୋଲି କ୍ୟାମେରା ସମ୍ମୁଖରେ କହିଛନ୍ତି । ସୂଚନା ଥାଉ କି ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଜସ୍ମିନ ରଥ ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକ ଓରଫ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚକୁ ନେଇ ଅଭିଯୋଗ ଆଣିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପରେ ଗୋଟିଏ ସିନେ ଜଗତର ଷ୍ଟାର କ୍ୟାମେରା ସମ୍ମୁଖକୁ ଆସି ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 13, 2023, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.