ETV Bharat / state

Manoj Mishra Ban: ମନୋଜଙ୍କୁ ସମର୍ଥନ ସହ ଟୁଟୁଙ୍କ ଉପରେ ବର୍ଷିଲେ ପ୍ରକୃତି

author img

By ETV Bharat Odisha Team

Published : Oct 30, 2023, 10:37 PM IST

ଓଲିଉଡ ବିବାଦ ପ୍ରସଙ୍ଗରେ ଏଣ୍ଟ୍ରି ମାରିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ ମନୋଜଙ୍କ ବ୍ୟାନକୁ ଭୁଲ ନିଷ୍ପତ୍ତି ବୋଲି କହିବା ସହ ଟୁଟୁ ନାୟକଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

prakriti mishras reaction on manoj ban
ମନୋଜଙ୍କୁ ସମର୍ଥନ କଲେ ପ୍ରକୃତି
prakriti mishras reaction on manoj ban
ମନୋଜଙ୍କୁ ସମର୍ଥନ କଲେ ପ୍ରକୃତି

ଭୁବନେଶ୍ବର: ଓଲିଉଡ ଦୁଇ ଫାଳ ପ୍ରସଙ୍ଗରେ ଟ୍ୱିଟର ଯୋଗେ ନିଜର ମତ ରଖିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସିଧାସଳଖ ପ୍ରଯୋଜକ ଟୁଟୁ ନାୟକଙ୍କୁ ଟାର୍ଗେଟ କରିଛନ୍ତି ପ୍ରକୃତି । ଏହାସହ ସେ ମନୋଜ ମିଶ୍ରଙ୍କ ସପକ୍ଷରେ ବାହରିଛନ୍ତି । ଏ ପ୍ରସଙ୍ଗରେ ଟ୍ବିଟ୍ କରି ପ୍ରକୃତି କହିଛନ୍ତି, "ଟୁଟୁ ନାୟକ ଜଣେ ଅନଭିଜ୍ଞ ପ୍ରଯୋଜକ । ସେ କଳାକାର ଓ ଓଡ଼ିଆ ସିନେମା ସମ୍ବନ୍ଧରେ କିଛି ବି ଜାଣନ୍ତି ନାହିଁ । ସେ କିଛି ଲୋକଙ୍କୁ ନେଇ ଓଡ଼ିଆ ସିନେମା ଶିଳ୍ପକୁ ଏକ ଭୁଲ ବୁଝାମଣା ଓ ଖରାପ ଦିଗରେ ନେଇକି ଯାଉଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଶେଷ କରି ମନୋଜ ଦାଦାକୁ ଭୁଲ ଧାରାରେ ଚିତ୍ରିତ କରୁଛନ୍ତି ଟୁଟୁ ନାୟକ । ଯାହା ସମ୍ପୂର୍ଣ୍ଣ ଭୁଲ । ତାଙ୍କୁ ବ୍ୟାନ କରିବାଟା ଏକ ପ୍ରକାର ଭୁଲ ନିଷ୍ପତ୍ତି । କାରଣ ସେ ଖାଲି ଯେ ଜଣେ ଭଲ ଅଭିନେତା ତାହା ନୁହେଁ ସେ ଓଡିଶାକୁ ଦେଶ ଓ ଦେଶ ବାହାରର ବିଭିନ୍ନ ଫୋରମରେ ପ୍ରତିନିଧିତ୍ବ ମଧ୍ୟ କରନ୍ତି । ସବୁବେଳେ ଓଡ଼ିଆ ଶିଳ୍ପ ପାଇଁ ସେ ତାଙ୍କର ସହଯୋଗିତା ଓ ସହଭାଗିତାରେ ପ୍ରତିପାଦିତ କରିଥାନ୍ତି । ତାଙ୍କୁ ନେଇ ଏଭଳି ନିଷ୍ପତି ସମ୍ପୂର୍ଣ୍ଣ ଭୁଲ ।"

ଏହା ବି ପଢନ୍ତୁ...Manoj Mishra Controversy: ନଭେମ୍ବର 15ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ଏହା ବି ପଢନ୍ତୁ...Manoj Mishra Ban Controversy: ସମାଧାନ ହେଉ ଭାଇ ଭାଇ ବିବାଦ କହିଲେ ଅରିନ୍ଦମ

ଏହା ବି ପଢନ୍ତୁ...Ban on Manoj Mishra: ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ: UCC

ସେହିପରି ଟୁଟୁଙ୍କୁ ଟାର୍ଗେଟ କରି ପ୍ରକୃତି କହିଛନ୍ତି, "ସିଏ ନିଜକୁ ପ୍ରଯୋଜକ କହୁଛନ୍ତି କିନ୍ତୁ ଏହି ସମୟ ଭିତରେ ତାଙ୍କର ସିନେମା ଅଛିକି ନାହିଁ । ଖାଲି ସେତିକି ନୁହେଁ ତାଙ୍କ ନିଜର କିଛି ସ୍ୱତନ୍ତ୍ରତା ବି ନାହିଁ । ସେ ଅନ୍ୟର ସମ୍ମାନକୁ କାହିଁକି ହାନି କରୁଛନ୍ତି ? ତେଣୁ ତାଙ୍କର କୌଣସି ନିଷ୍ପତ୍ତି ଓ ଆଇଡୋଲୋଜିକୁ କେହି ସମର୍ଥନ କରନ୍ତୁ ନାହିଁ । ସେ ସାମନା ଲୋକକୁ କେତେ ସମ୍ମାନ କରନ୍ତି ମୁଁ ନିଜେ ତାର ତା'ର ଏକ ବଡ ଉଦାହରଣ । ଓଲିଉଡ ବିବାଦ ପ୍ରସଙ୍ଗରେ ଟ୍ୱିଟରରେ ଏହିଭଳି କିଛି ମତ ରଖି ପ୍ରଯୋଜକ ଟୁଟୁ ନାୟକଙ୍କ ଉପରେ ବର୍ଷିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.