ETV Bharat / state

ଅଙ୍ଗଦାନ କରିବେ ପିଣ୍ଟୁ ନନ୍ଦଙ୍କ ମାଉସୀ, ପଞ୍ଜୀକରଣ କରାଇଲେ ନାମ - ଅଙ୍ଗଦାନ ପାଇଁ ନାମ ପଞ୍ଜୀକରଣ କଲେ ପିଣ୍ଟୁ ନନ୍ଦଙ୍କ ମାଉସୀ

ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ନିଜ ନାଁକୁ ପଞ୍ଜୀକୃତ କରିଛନ୍ତି ଶାନ୍ତିଲତା କର । ଅଧିକ ପଢନ୍ତୁ

ଅଙ୍ଗଦାନ କରିବାକୁ ନାମ ପଞ୍ଜୀକରଣ
ଅଙ୍ଗଦାନ କରିବାକୁ ନାମ ପଞ୍ଜୀକରଣ
author img

By ETV Bharat Odisha Team

Published : Oct 15, 2023, 7:12 AM IST

ଭୁବନେଶ୍ବର: ଅଙ୍ଗଦାନ କରିବାକୁ ନାମ ପଞ୍ଜୀକରଣ କଲେ ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ମାଉସୀ । ୭୩ ବର୍ଷରେ ବଞ୍ଚିଥିବା ଅବସ୍ଥାରେ ସ୍ବଇଚ୍ଛାରେ ନିଜ ଅଙ୍ଗଦାନ କରିବାକୁ ନାମ ପଞ୍ଜୀକରଣ କରି ଉଦାହରଣ ସାଜିଲେ ବୃଦ୍ଧା । ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ନିଜ ନାଁକୁ ପଞ୍ଜୀକୃତ କରିଛନ୍ତି ଶାନ୍ତିଲତା କର ।

ତେବେ ଅଙ୍ଗଦାନକୁ ଦୁନିଆର ସର୍ବଶ୍ରେଷ୍ଠ ଦାନ ଭାବେ ଆଖ୍ୟା ଦିଆଯାଇଛି । ଏହାକୁ ଭଲ ଭାବେ ବୁଝିଛନ୍ତି କେତେକ ସଦ୍ ବ୍ୟକ୍ତି ନିଜ ଇଚ୍ଛାରେ ଅଙ୍ଗ ଦାନ କରି ପୂର୍ଣ୍ଣ ଅର୍ଜନ କରୁଛନ୍ତି । ଏହି ପରି ଭାବେ ପିଣ୍ଟୁ ନନ୍ଦଙ୍କ ମାଉସୀ ତଥା ସାଲେପୁର ଅଞ୍ଚଳର ୭୩ ବର୍ଷିୟା ବୃଦ୍ଧା ଶାନ୍ତିଲତା କର ମଧ୍ୟ ଏହି ମହାମ କର୍ମରେ ନିଜକୁ ଯୋଡ଼ିଛନ୍ତି । ଅଙ୍ଗଦାନ କରିବା ପାଇଁ କିଛି ଦିନ ହେଲା ନାମ ପଞ୍ଜୀକରଣ କରିବାକୁ ମନସ୍ଥ କରିଥିଲେ ।

ଶାନ୍ତିଲତା କରଙ୍କ କହିବାନୁସାରେ, ସେ କୌଣସି ସ୍ଵେଚ୍ଛାସେବୀ ସଂଗଠନକୁ ଭଲ ଭାବେ ଜାଣି ନଥିଲେ । ସେଥିପାଇଁ ତାଙ୍କୁ ସୁଯୋଗ ମିଳି ନଥିଲା । ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହୃଦୟରୁ ବହୁତ ସମ୍ମାନ କରନ୍ତି । ସେହି ଉଦ୍ଦେଶ୍ୟରେ ସେ ଓଡ଼ିଶା-ମୋ ପରିବାରର ଅଙ୍ଗଦାନ ପଞ୍ଜୀକରଣ କାର୍ଯ୍ୟକ୍ରମ ବିଷୟରେ ସୂଚନା ପାଇବା ପରେ ସିଧା ସଳଖ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟକୁ ଆସି ନିଜ ନାମ ପଞ୍ଜୀକରଣ କରାଇଥିଲେ । ତାଙ୍କ ଭଳି ସମସ୍ତ ବ୍ୟକ୍ତି ମଧ୍ୟ ସ୍ଵଇଚ୍ଛାରେ ଅଙ୍ଗଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ଶାନ୍ତିଲତା କର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ସୁରଜ ପୁରସ୍କାର ପାଇଲେ ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧି, ଉଭୟଙ୍କ ପରିବାରକୁ ଆର୍ଥିକ ପୁରସ୍କାର

ଶାନ୍ତିଲତା କର କହିଛନ୍ତି,"ପ୍ରତିଟି ଜୀବନ ମୂଲ୍ୟବାନ । ଯଦି ଆମେ ମୃତ୍ୟୁ ପରେ ଅଙ୍ଗଦାନ କରି ଅନ୍ୟ କାହାର ଉପକାର କରୁଛନ୍ତି ତେବେ ଏହା ଭଗବାନଙ୍କ ଆଶୀର୍ବାଦ ।" ତାଙ୍କ ପରି ମହିଳା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ । ବୃଦ୍ଧାବସ୍ଥା ଯୋଗୁଁ ଠିକ୍ ଭାବେ ଚାଲି ପାରୁ ନଥିଲେ ମଧ୍ୟ ସେ ନିଜ ନାମ ପଞ୍ଜୀକରଣ କରାଇବା ପାଇଁ ବହୁ ଦୂରରୁ ଆସିଥିଲେ । ଏହାସହ ଓଡ଼ିଶା-ମୋ ପରିବାର ଦ୍ଵାରା କରାଯାଉଥିବା ସମସ୍ତ ସେବାକାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ....ମୃତ୍ୟୁ ପରେ ବି ଅମର, ଦୁଇ ଜଣଙ୍କୁ ପୁନର୍ଜନ୍ମ ଦେଲେ ବ୍ରେନ୍ ଡେଡ୍ ଘୋଷିତ ମହିଳା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.