ETV Bharat / state

୨ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ ଦିଆଯିବନି ଅଭିନୟ ସୁଯୋଗ

author img

By ETV Bharat Odisha Team

Published : Oct 24, 2023, 8:41 PM IST

Updated : Oct 24, 2023, 9:23 PM IST

ଓଡ଼ିଆ ଚଳଚ୍ଚିତ୍ର 'ରାମ୍‌'କୁ ଚଲେଇ ନେଦବା ଅଭିଯୋଗ । ପ୍ରଯୋଜନା ଆସୋସିଏସନର ବଡ଼ ନିଷ୍ପତ୍ତି । ୨ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ ଦିଆଯିବନି ଅଭିନୟ ସୁଯୋଗ । ଅଧିକ ପଢନ୍ତୁ

Actor Manoj Mishra banned
Actor Manoj Mishra banned
୨ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ ଦିଆଯିବନି ଅଭିନୟ ସୁଯୋଗ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର 'ରାମ୍‌'କୁ ସମ୍ବଲପୁରରେ ବିରୋଧ ଘଟଣା । ବିରୋଧକୁ ନେଇ ପ୍ରଡ୍ୟୁସର ଆସୋସିଏସନର ସାମ୍ବାଦିକ ସମ୍ମିଳନୀ । ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଛି ସଂଘ । ବିଶେଷ କରି ମନୋଜ ମିଶ୍ରଙ୍କୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ଦେବେ ନାହିଁ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ କରି ଏଭଳି ନିଷ୍ପତ୍ତି ନେଇଛି ସଂଘ ।

ଅଭିଯୋଗ ମୁତାବିକ ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା ତାଙ୍କର ବ୍ୟକ୍ତିଗତ ଝଗଡା ଥିଲା । ହେଲେ ଏଥିପାଇଁ ବଳିପଡୁଛନ୍ତି ପ୍ରଯୋଜକ । ବ୍ୟକ୍ତିଗତ କାରଣକୁ ନେଇ ଫିଲ୍ମକୁ ଷଡ଼ଯନ୍ତ୍ର କରି ବନ୍ଦ କରୁଛନ୍ତି ଅଭିନେତା । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଅଭିନେତା ଅରିନ୍ଦମ । କାରଣ ଫିଲ୍ମଟି ଗୋଟିଏ ଅଭିନେତା ପାଇଁ ଚାଲିନଥାଏ ଏହା ଗୋଟେ ଟିମକୁ ନେଇ ପ୍ରସ୍ତୁତ ହୋଇଥାଏ । ତେଣୁ ଫିଲ୍ମଟି ବ୍ୟାନ ହେଲେ ପୁରା ସିନେମା ଶିଳ୍ପ ଏଥିରେ ପ୍ରଭାବିତ ହୁଏ ବୋଲି କହିଛନ୍ତି ଅରିନ୍ଦମ । ଫଳରେ ଏ ନେଇ ମନୋଜ ମିଶ୍ରଙ୍କୁ ଫିଲ୍ମ ବ୍ୟାନ କରିଛି ସଂଘ ।

ଏହା ବି ପଢନ୍ତୁ- ‘ରାମ୍’ ସହ ପରଦାକୁ କମବ୍ୟାକ୍ କଲେ ଅରିନ୍ଦମ, ହଲରେ ଫ୍ୟାନ୍ସଙ୍କ ଭିଡ

ତେବେ ବିଗ ବଜେଟରେ ରାମ୍ ଫିଲ୍ମ କରିଛନ୍ତି ଅଭିନେତା ଅରିନ୍ଦମ୍ । ଗତ ୨୦ ତାରିଖରେ ସାରା ଓଡ଼ିଶାରେ ହୋଇଥିଲା ରିଲିଜ । ସମ୍ବଲପୁରରେ ମନୋଜଙ୍କ ସମର୍ଥକ ଶୋ' ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବ୍ୟୁଟର । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏ ନେଇ ଅବଗତ କରାଇଥିଲେ । ଅରିନ୍ଦମଙ୍କ ଅଭିଯୋଗକୁ ନେଇ ଆଜି ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସଂଘ । ଦୁଇ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ କୌଣସି ପ୍ରଯୋଜକ ଫିଲ୍ମରେ ନ ନେବା ପାଇଁ ହୋଇଛି ନିଷ୍ପତ୍ତି ।

‘ରାମ୍’ରେ ଓଲିଉଡ଼ର ଦୁଇ ମେଗା ଆକ୍ସନ ଷ୍ଟାର ଅରିନ୍ଦମ ଏବଂ ଅନୁଭବ ନଜର ଆସିଛନ୍ତି । ପ୍ରଥମ ଦିନରେ ଓଡ଼ିଶାର ପ୍ରାୟ ସବୁ ପ୍ରେକ୍ଷାଳୟ ଫୁଲ୍ ରହିଥିଲା । ତାଙ୍କ ସହିତ ବଲିଉଡ ତଥା ଟଲିଉଡର ଦୁର୍ଦ୍ଦାନ୍ତ ଖଳନାୟକ ଅଭିନେତା ରାହୁଲ ଦେବ ଅଭିନୟ କରିଛନ୍ତି । ଅରିନ୍ଦମଙ୍କ ସହିତ ବଙ୍ଗୀୟ ସୁନ୍ଦରୀ ନାୟିକା ରୁପ୍ସାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସହ କଳାକାର ଭାବେ ଓଲିଉଡ଼ର ଅନେକ ଅଭିଜ୍ଞ ଅଭିନେତାଙ୍କୁ ଏହି ଚଳଚ୍ଚିତ୍ରରେ ବ୍ରେକ୍‌ ମିଳିଛି । ନିର୍ଦ୍ଦେଶକ ଅଶୋକ ପତିଙ୍କ ଦମଦାର ନିର୍ଦ୍ଦେଶନା ଯୁବପିଢ଼ିଙ୍କୁ ବେଶ ପ୍ରଭାବିତ କରିଛି । ଆକ୍ସନ ସାଙ୍ଗକୁ ରୋମାନ୍ସ, କମେଡି ଓ ଟ୍ରାଜେଡି ଭରପୁର ରହିଛି ‘ରାମ୍’ରେ ବୋଲି କହିଛନ୍ତି ଅଭିନେତା ଅରିନ୍ଦମ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 24, 2023, 9:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.