ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ କାଣ୍ଡ । ଯୁବତୀଙ୍କ ଉପରେ ଏସିଡ ଫିଙ୍ଗି ଫେରାର ଯୁବକ । ଘଟଣା ଘଟିଛି ଭୁବନେଶ୍ବର ଧଉଳି ଥାନା ଅଞ୍ଚଳରେ ।
ତେବେ ପୂର୍ବରୁ ନିମାପଡ଼ାର ଜଣେ ଯୁବକ ପିପିଲିର ଜଣେ ଯୁବତୀଙ୍କୁ ପ୍ରେମ କରି କୋର୍ଟରେ ବିବାହ କରିଥିଲେ । କିନ୍ତୁ ପରେ ଝିଅକୁ ନିଜ ଘରକୁ ନେଇନଥିଲେ ପ୍ରେମିକ। ଏ ସମ୍ପର୍କରେ ଯୁବକକୁ ଧଉଳି ଡାକି ଯୁବତୀ ଜଣକ ତାଙ୍କ ଘରକୁ ଯିବାକୁ ଜିଦ ଧରିବାରୁ, ଯୁବକ ହଠାତ ତାଙ୍କ ଉପରକୁ ଏସିଡ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ଖବର ପାଇବା ପରେ ଘଟଣାସ୍ଥଳରେ ଧଉଳି ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରିଛି। ଏହାସହ ଅଭିଯୁକ୍ତକୁ ଖୋଜିବା ସହ ତଦନ୍ତ ଜାରି ରଖିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ