ଭୁବନେଶ୍ବର: ରେଳ କର୍ମଚାରୀ ମାନେ ସଚେତନ ହେଲେ ଦୁର୍ଘଟଣାରୁ ବର୍ତ୍ତି ପାରିବ ଭାରତୀୟ ରେଳ । ବିଗତ ଦିନ ମାନଙ୍କରେ ରେଳ ଦୁର୍ଘଟଣା ଯେତେ ହେଉଥିଲା ବର୍ତ୍ତମାନ ସମୟରେ ଦୁର୍ଘଟଣା ବହୁ ମାତ୍ରାରେ କମିଛି । ଏପରିକି ଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ଏହା କହିଛନ୍ତି ପୂର୍ବତନ ରେଳ ଅଧିକାରୀ ପିସି ମିଶ୍ର ।
ପିସି ମିଶ୍ର କହିଛନ୍ତି, "ରେଳ କର୍ମଚାରୀମାନେ ସଚେତନ ହେଲେ ଦୁର୍ଘଟଣାରୁ ବର୍ତ୍ତି ପାରିବ ଭାରତୀୟ ରେଳ । ବିଗତ ଦିନ ମାନଙ୍କରେ ରେଳ ଦୁର୍ଘଟଣା ଯେତେ ହେଉଥିଲା ତାହା ତୁଳନାରେ ବର୍ତ୍ତମାନ ସମୟରେ ଦୁର୍ଘଟଣା ବହୁ ମାତ୍ରାରେ କମିଛି । ଏପରିକି ଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ମଧ୍ୟ କମିଛି। ବର୍ତ୍ତମାନ ସମୟରେ ଯେଉଁ ସବୁ ଟେକ୍ନୋଲୋଜି ବ୍ୟବହାର କରାଯାଉଛି ତାହା ଆଗାମୀ ଦିନ ମାନଙ୍କ ପାଇଁ ଭଲ, କିନ୍ତୁ ରେଳ ବିଭାଗରେ ଅଧିକରୁ ଅଧିକ ମ୍ୟାନପାୱାର ଆବଶ୍ୟକ । ୫୦ରୁ ୬୦ ପ୍ରତିଶତ ରେଳ କମର୍ଚାରିଙ୍କ ଦ୍ଵାରା ଭୁଲ ରହିଥାଏ। ଯଦି ରେଳ କର୍ମଚାରୀମାନେ ସୁରକ୍ଷା ପ୍ରତି ସଚତେନ ରହିବେ କିଛି ମାତ୍ରାରେ ରେଳ ଦୁର୍ଘଟଣା କମିବାର ସମ୍ଭାବନା ରହିଛି । ଆଗକୁ କେତେ ମାତ୍ରାରେ ଟେକ୍ନୋଲୋଜି କାର୍ଯ୍ୟ କରିବ ସେନେଇ ଏବେ ଠାରୁ କିଛି କହି ହେବନି ।"
ସୂଚନାଯୋଗ୍ୟ ଯେ, ବିଗତ ଦିନରେ ବହୁ ବଡ଼ ରେଳ ଦୁର୍ଘଟଣା ଘଟିଛି । ଯେଉଁଥିରେ ରହିଛି ଓଡ଼ିଶାର ବାଲେଶ୍ଵର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା । ସବୁଠାରୁ ବଡ କଥା ହେଉଛି ବାହାନଗା ଷ୍ଟେସନରେ ସିଗନାଲ ବ୍ୟବସ୍ଥାରେ ପୂର୍ବରୁ ତ୍ରୁଟି ରହିଥିଲା। ସିଗନାଲ ତ୍ରୁଟିକୁ ସୁଧାରିବା ବେଳେ ଏସଓପିକୁ ଅନୁସରଣ କରାଯାଇନଥିଲା । ତ୍ରୁଟି ରହିଥିବା ନେଇ ଷ୍ଟେସନ ମାଷ୍ଟର ଉପରିସ୍ଥ ଅଧିକାରୀଙ୍କୁ ଜଣାଇନଥିଲେ। କ୍ରସ୍ ଓଭର ଅପ୍ ଲୁପ୍ ଲାଇନକୁ ରହିଥିବାବେଳେ ସିଗ୍ନାଲ ଗ୍ରୀନ ହୋଇଗଲା୍ । ସଂପୂର୍ଣ୍ଣ ମାନବୀୟ ଅବହେଳା ପାଇଁ ଏତେବଡ଼ ଦୁର୍ଘଟଣା ଘଟିଗଲା।
ସେହିପରି ଦୁଇ ଦିନ ତଳେ ପୂର୍ବତଟ ରେଲୱେ ଜୋନର ୱାଲ୍ଟିୟର ଡିଭିଜନର ଅଧୀନ ବିଜୟନଗର କୋଟ୍ଟାଭାଲାସା ରେଳ ବିଭାଗର ଆଲାମଣ୍ଡା-କଣ୍ଟାକାପଲ୍ଲୀ ମଧ୍ୟରେ ରେଳ ଦୁର୍ଘଟଣା ଘଟିଛି । ଏପରିକି ରେଳ ଧାରଣରେ ପଥର, ଇଟା ଓ ଲୁହା ରଡ ଥିବା ମଧ୍ୟ ନଜରକୁ ଆସିଛି । ରେଳ ଦୁର୍ଘଟଣାକୁ ନେଇ ଅନେକ ସମୟରେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଦେଶରେ ଅଧିକାଂଶ ଲୋକ ରେଳ ଉପରେ ନିର୍ଭର କରିଥାନ୍ତି। ଫଳରେ ରେଳବାଇର ସୁରକ୍ଷା ବର୍ତ୍ତମାନ ନିଶ୍ଚିତ ହୋଇପଡିଛି ।
ଇଟିଭି ଭାରତ, ଭୁବନେଶ୍ବର