ETV Bharat / state

ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ , ଦୋଷୀକୁ ଗିରଫ ଦାବି କଲା ABVP

author img

By ETV Bharat Odisha Team

Published : Oct 15, 2023, 8:30 AM IST

Updated : Oct 15, 2023, 8:53 AM IST

ବିଜେବି କଲେଜରେ ଛାତ୍ରମାନଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ABVPର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢ଼ନ୍ତୁ

students clash in bjb college
students clash in bjb college
students clash in bjb college

ଭୁବନେଶ୍ବର: ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । 6 ଜଣ ଗୁରୁତର ଆହତ ହୋଇଥିବା ସୂଚନା । ଏହି ଘଟଣାରେ ତୁରନ୍ତ ଦୋଷୀଙ୍କୁ ଗିରଫ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କଲେ ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ । କଲେଜରେ ନିର୍ବାଚନ ନକରାଇ ବିଜୁ ଛାତ୍ର ଜନତା ଦଳ ଗଠନ କରି ଗୁଣ୍ଡାରାଜ କରାଯାଉଥିବା ଅଭିଯୋଗ ଆଣିଛି ଏବିଭିପି । ଏପଟେ ବିଜେବି କଲେଜରେ ସ୍ବୟଂଶାସିତ ମାନ୍ୟତା ପାଇଁ କର୍ତ୍ତୃପକ୍ଷ ବେଫିକର ହୋଇପଡ଼ିଛନ୍ତି ବୋଲି କହିଛି ABVP ।

ଶୁକ୍ରବାର ବିଜେବି କଲେଜରେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଫଳରେ ଏବିଭିପିର ୬ ଜଣ ଛାତ୍ର ଆହତ ହୋଇଥିଲେ । ତେବେ ଏବିଭିପି କୋର କମିଟି ଗଠନକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ଏହି ଆକ୍ରମଣରେ ବିଜୁ ଛାତ୍ର ଜନତା ଦଳର ୩୦-୪୦ ଛାତ୍ର ଓ ଅଣ ଛାତ୍ର ସାମିଲ ଥିଲେ। ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ଘଟଣା କୁ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଏନେଇ ଶନିବାର ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ଅଶାନ୍ତ ବିଜେବି କଲେଜ: ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୬ ଆହତ

ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟର ଏକ ପ୍ରତିଷ୍ଠିତ ମହାବିଦ୍ୟାଳୟ ଭାବରେ ବିଜେବି ମହାବିଦ୍ୟାଳୟ ରହିଥିବା ବେଳେ ଏଠାରେ ବାରମ୍ବାର ଗଣ୍ଡଗୋଳ ହେଉଛି। କ୍ୟାମ୍ପସରେ ପସି ଛାତ୍ର ଓ ଅଣଛାତ୍ର ମାନେ ମିଶି ଅନ୍ୟ ଗୋଷ୍ଠୀର ଛାତ୍ର ମାନଙ୍କୁ ଆକ୍ରମଣ କରୁଛନ୍ତି । ଏପରିକି କ୍ୟାମ୍ପସରେ ଛାତ୍ରମାନେ ଖୁଲମ ଖୋଲା ଭାବରେ ନିଶାଦ୍ରବ୍ୟ ସେବନ କରୁଛନ୍ତି । ଏହାରି ମଧ୍ୟରେ କଲେଜର ଅଧ୍ଯକ୍ଷ CCTV ଲଗେଇବା ପାଇଁ କାହିଁକି ପଛ ଘୁଞ୍ଚା ଦେଉଛନ୍ତି ? ମୁଖ୍ୟମନ୍ତ୍ରୀ ଏହି ସବୁ ବିଷୟରେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି । କାହିଁକି ବାରମ୍ବାର ଏହି ଭଳି ଘଟଣାରେ ସମସ୍ତେ ଚୁପ ରହୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛି ଏବିଭିପି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସାରା ରାଜ୍ୟରେ ଜୋର୍‌ସୋର୍ ଭାବରେ କ୍ୟାମ୍ପସ୍‌ ୟୁନିଟ୍‌ ଘୋଷଣା ଆରମ୍ଭ କରିଛି । ଏହି କ୍ୟାମ୍ପସ ୟୁନିଟରେ ହଜାର ହଜାର ଛାତ୍ରଛାତ୍ରୀ ମାନେ ଭାଗ ନେଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଢ଼ି ବିଜୁ ଛାତ୍ର ଜନତା ଦଳ ବିଭିନ୍ନ କ୍ୟାମ୍ପସରେ ଗୁଣ୍ଡାରାଜ ଆରମ୍ଭ କରୁଥିବା ଅଭିଯୋଗ କରିଛି ଏବିଭିପି । ଶୁକ୍ରବାରଠାରୁ ସମସ୍ତେ ଜାଣିଲେଣି ଯେ କଲେଜର ସ୍ବୟଂଶାସିତ ମାନ୍ୟତା କଟି ସରିଲାଣି । NAAC ପାଇଁ ଦରଖାସ୍ତ ମଧ୍ଯ ଦିଆଯାଉନାହିଁ। CCTV ଲାଗୁ ନାହିଁ । ଅଣଛାତ୍ର ମାନେ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରୁଛନ୍ତି ବୋଲି ଅଭିଯୋଗ ଆଣିଛି ଏବିଭିପି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 15, 2023, 8:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.