ETV Bharat / state

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ସରକାର: ABVP - ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା

ରାଜ୍ୟରେ ଗତ 4 ବର୍ଷ ଧରି ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଖୁବଶୀଘ୍ର ତାରିଖ ଘୋଷଣା କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ଏବିଭିପି । ଅଧିକ ପଢନ୍ତୁ

Student Union Election
Student Union Election
author img

By

Published : Jul 15, 2023, 10:20 PM IST

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର: ଏବିଭିପି

ଭୁବନେଶ୍ବର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର । କ୍ୟାମ୍ପସରେ ଏକ ଛତ୍ରବାଦ ଶାସନକୁ ସହନ କରିବନି ବୋଲି କହିଛି ଏବିଭିପି । ଏହାସହ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ଅବସ୍ଥାକୁ ଗଲାଣି ବୋଲି ଅଭିଯୋଗ ମଧ୍ୟ କରିଛି । କାହା ପ୍ରରୋଚନାରେ ସଚିବଙ୍କ କାର୍ଯ୍ୟକ୍ରମରେ କ୍ୟାମ୍ପସରୁ ବସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିଆଯାଉଛି ବୋଲି ପ୍ରଶ୍ନ କରିଛି ଏଭିବିପି ।

ଦୀର୍ଘ ୪ ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ନେତୃତ୍ବରେ ଭୃଣ ହତ୍ୟା ରାଜ୍ୟ ସରକାର କରୁଛନ୍ତି ବୋଲି ଏଭିବିପି କହିଛି । ରାଜ୍ୟ ସରକାର ବିଭିନ୍ନ ପ୍ରକାର ବାହାନ ଦେଖାଇ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ କଥା ରାଜ୍ୟ ସରକାର କହିଥିଲେ । କିନ୍ତୁ ଶୈକ୍ଷିକ ବାତାବରଣର ଉଦହାରଣ କଣ ଉତ୍କଳ ବିଶ୍ବବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର NAAC ଗ୍ରେଡ କମିବା ? ମହର୍ଷି ମହାବିଦ୍ୟାଳୟ ଓ ବିଜେବି କଲେଜରେ ଅଣଛାତ୍ରମାନଙ୍କ ଆତଙ୍କରାଜ । ନା ଗଞ୍ଜାମର ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣାରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି କନଭେନରଙ୍କ ସମ୍ପୃକ୍ତି ?

ଏହା ବି ପଢନ୍ତୁ- ଛାତ୍ର ସଂସଦ ନିର୍ବାଚନ ତାତି: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଗର୍ଜିଲେ ଛାତ୍ର

କ୍ୟାମ୍ପସକୁ ଗୁଣ୍ଡାରାଜ ଦ୍ବାରା ଚଳାଇବା ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖାଯାଇଛି ବୋଲି କହିଛି ଏଭିବିପି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟକ୍ରମରେ କ୍ୟାମ୍ପସ ବିଦ୍ୟାର୍ଥୀମାନଙ୍କୁ ବସରେ ସଭାକୁ ନେଉଛନ୍ତି ଅଧ୍ୟକ୍ଷମାନେ । ଆଜି ମଧ୍ୟ ସମ୍ବଲପୁର ଜିଲ୍ଲା ଗସ୍ତରେ NSCB କଲେଜ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ବାତିଲ କରାଇ ବସରେ ପଠାଯାଉଥିୂବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବିଭିପି ଜୋରଦାର ବିରୋଧ କରିଥିଲା ।

ଅନ୍ୟପଟେ ଏଭିବିପି କହିଛି ଯେ, ରାଜ୍ୟରେ ଅଧ୍ୟାପକ ପଦବୀ ଖାଲି ପଡିଛି। କ୍ୟାମ୍ପସରେ ଦୁର୍ନୀତି ବଢିବାରେ ଲାଗିଛି। ବାଙ୍କୀ କଲେଜରେ ଗ୍ୟାଲେରୀ ଭୁଶୁଡ଼ିଯାଉଛି ତ ଆଉ କେତେବେଳେ ରମାଦେବୀ ବିଶ୍ବବିଦ୍ୟାଳୟର ପାଚେରୀ ଭୁଶୁଡ଼ି ଯାଉଛି । ସେହିପରି ଭଦ୍ରକ କଲେଜରେ ଜାଲ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସିଥିବା ବେଳେ କ୍ୟାମ୍ପସରେ ମାଳ ମାଳ ସମସ୍ୟା ଘେରରେ ରହିଛି । ଏହାର ସମାଧାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ବୋଲି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ।

ତେବେ ଏ ସମସ୍ତ ବ୍ୟବସ୍ଥା ଓ ଘଟଣାକୁ ଦୃଷ୍ଟିରେ ରଖି ଏଭିବିପି ଦାବି କରିଛି ଯେ ତୁରନ୍ତ ରାଜ୍ୟ ସରାକର ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ । ରାଜ୍ୟର ଶିକ୍ଷା ସମସ୍ୟାର ସମାଧାନ କରନ୍ତୁ । ଯଦି ଆଗାମୀ ଦିନରେ ଏହାର ସମାଧାନ ନ ହୁଏ ତେବେ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବା ସହ ନବୀନ ନିବାସ ଘେରିବ ଏବିଭିପି ବୋଲି କହିଛନ୍ତି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.