ETV Bharat / state

ବାଣୀବିହାରରେ ଛାତ୍ର ଅଶାନ୍ତି, ରାଜ୍ୟପାଳଙ୍କ ଫେରାଦ ହେଲେ ଏବିଭିପି ଓ କଂଗ୍ରେସ

author img

By

Published : Feb 15, 2023, 7:31 PM IST

Updated : Feb 15, 2023, 8:56 PM IST

ବାଣୀବିହାରରେ ଛାତ୍ର ଅସନ୍ତୋଷ ନେଇ ରାଜ୍ୟପାଳଙ୍କ ଫେରାଦ ହେଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

ଉତ୍କଳ ବିଶ୍ବବିଦ୍ୟାଳୟରେ ହିଂସା ଘଟଣା
unrest at utkal university
ବାଣୀବିହାରରେ ଛାତ୍ର ଅଶାନ୍ତି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଘଟିଥିବା ହିଂସା ଓ ପୋଲିସର ଏକ ପାଖିଆ ତଦନ୍ତ ବିରୋଧରେ ରାଜ୍ୟପାଳଙ୍କ ଫେରାଦ ହେଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ବିଶ୍ବବିଦ୍ୟାଳୟରେ ଗୋଟିଏ ସଂଗଠନକୁ ଆଲୋଚନା ଚକ୍ର ପାଇଁ ଅନୁମତି ମିଳିଥିବା ବେଳେ ଆଉ ଗୋଟିଏ ସଂଗଠନ କାର୍ଯ୍ୟକ୍ରମ କରିବା ଏବଂ ଏ ବିଷୟରେ କୁଳପତି ନ ଜାଣିବା ନେଇ ରାଜ୍ୟପାଳଙ୍କୁ ଭେଟି ଏବିଭିପି ଅବଗତ କରିଛି ।

ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟରେ ହୋଇଥିବା କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ପ୍ରଦାନ କରିଛି ଏବିଭିପି । ବିନା ଅନୁମତିରେ ଏଭଳି କାର୍ଯ୍ୟକ୍ରମକୁ କିଭଳି ବିଶ୍ବବିଦ୍ୟାଳୟ ପରିସରରେ କରାଗଲା ତାହାର ତଦନ୍ତ କରିବା ପାଇଁ ଅନୁରୋଧ କରାଯାଇଛି। ଏବିଭିପି କର୍ମକର୍ତ୍ତାଙ୍କୁ ପୋଲିସ ନିର୍ଦ୍ଦୋଷରେ ମାଡ଼ ମାରିବା ସହ ଅଚେତ ଅବସ୍ଥାରେ କୋର୍ଟରୁ ଜେଲ ନେବା ବିଷୟରେ ରାଜ୍ୟପାଳଙ୍କୁ ଜଣାଇଛି । ସଞ୍ଜୟ ମଲ୍ଲିକ ଘଟଣା ଦିନ ଉପସ୍ଥିତ ନଥିବା ବେଳେ ପୋଲିସ ଜାଣି ଜାଣି ତାଙ୍କୁ ଫସାଇଛି । ଆଉ ହସ୍ପିଟାଲ ନେବା ବଦଳରେ କୋର୍ଟ ନେଇଛି ବୋଲି ଏବିଭିପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: JNU ପ୍ରଫେସରଙ୍କୁ ମାଡ଼ ଘଟଣା, ବାଣୀବିହାରରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ

ଏନେଇ ଏବିଭିପି ରାଜ୍ୟ ସମ୍ପାଦକ କହିଛନ୍ତି," ସରକାରୀ ଚାପରେ ରହି ଅମାନୁଷିକ ଭାବେ ଯେଭଳି ତାଙ୍କୁ ମାଡ ମରାଯାଇଛି ତାହା ଅତି ନିନ୍ଦନୀୟ । ଏପରି ଘଟଣାକୁ ଦେଖିଲେ ରାଜ୍ୟର ଆଇନ ଶୃଙ୍ଖଳା କେଉଁ ଆଡକୁ ଗତି କଲାଣି ସ୍ପଷ୍ଟ ବାରି ହେଉଛି । "ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗରେ ଥାଇ ମଧ୍ୟ ଏଭଳି ଘଟଣାକୁ କିଭଳି ପ୍ରଶ୍ରୟ ଦିଆଯାଉଛି ବୋଲି ସଂଗଠନ ପ୍ରଶ୍ନ କରିଛି । ତେଣୁ ଏଭଳି ଦେଶଦ୍ରୋହୀ ମନ୍ତବ୍ୟରେ ସଠିକ ତଦନ୍ତ କରାଯାଇ ଦୁଇ ପକ୍ଷର ଅଭିଯୋଗ ଆଧାରରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Guidelines For Cops: ମନ୍ତ୍ରୀଙ୍କୁ ହତ୍ୟା ପରେ ଚେତିଲା ପୋଲିସ୍, ଫିଟ୍‌ ରହିବାକୁ ଜାରି ହେଲା SOP

ସେପଟେ ବିଶ୍ବବିଦ୍ୟାଳୟରେ ହିଂସାକୁ ନେଇ ଯୁବ କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି । ଏବିଭିପି ସାମ୍ପ୍ରଦାୟିକତା ସୃଷ୍ଟି କରି କଲେଜ ଓ ବିଶ୍ବବିଦ୍ୟାଳୟରେ ହିଂସା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ଜଗନ୍ନାଥଙ୍କ ଦେଶରେ ଏଭଳି ସାମ୍ପ୍ରତିକ ରାଜନୀତିକୁ ନେଇ ହିଂସା ହେଉଥିବା ବେଳେ ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାର୍ତ୍ତାବରଣ ନଷ୍ଟ ହେଉଛି ଏବଂ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି । ତେଣୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଛି କଂଗ୍ରେସ । ଆଉ ପୁଣିଥରେ କ୍ୟାମ୍ପସରେ କିଭଳି ଶୈକ୍ଷିକ ବାତାବରଣ ଫେରିବ ସେ ଦିଗରେ ଧ୍ୟାନ ଦେବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ଯୁବ କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 15, 2023, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.