ETV Bharat / state

ରାଜ୍ୟରେ ଶାଖା ମେଲାଇବାକୁ ପ୍ରସ୍ତୁତ ହେଉଛି ଆପ୍: ଖୁବଶୀଘ୍ର ଓଡିଶା ଆସିବେ କେଜ୍ରିୱାଲ

author img

By

Published : Jan 12, 2023, 7:49 AM IST

ଆମ୍ ଆଦମୀ ପାର୍ଟି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ଦୃଷ୍ଟିରୁ ଦିଲ୍ଲୀରେ ବସିଲା ଆପ୍ ଓଡିଶା ଶାଖାର ଗୁରୁତ୍ତ୍ବପୂର୍ଣ୍ଣ ସାଙ୍ଗଠନିକ ବୈଠକ । ସଂଗଠନ ମଜବୁତ ପାଇଁ ଗୁରୁମନ୍ତ୍ର ଦେଲେ କେଜ୍ରିୱାଲ । ଅଧିକ ପଢନ୍ତୁ

ଦିଲ୍ଲୀରେ ଆପ୍ ଓଡ଼ିଶା ଶାଖାର ସାଙ୍ଗଠନିକ ବୈଠକ

ଭୁବନେଶ୍ବର: ଦିଲ୍ଲୀ ଓ ପଞ୍ଜାବ ଦଖଲ ପରେ ଓଡ଼ିଶାରେ ଶାଖା ମେଲାଇବାକୁ ପ୍ରସ୍ତୁତ ହେଉଛି ଆମ୍ ଆଦମୀ ପାର୍ଟି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନେଉଛି ଦଳର ଓଡ଼ିଶା ଶାଖା । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସ୍ଥିତ ଆପ୍ ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା ଶାଖାର ଏକ ଗୁରୁତ୍ତ୍ବପୂର୍ଣ୍ଣ ସାଙ୍ଗଠନିକ ବୈଠକ ବସିଛି । ଦଳର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓଡ଼ିଶାରୁ ଯାଇଥିବା ଆପ୍ ନେତୃମଣ୍ଡଳୀ ସହ ସାକ୍ଷାତକାର ଏବଂ ଆଲୋଚନା କରିଛନ୍ତି ।

କେଜ୍ରିୱାଲ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ସମ୍ବନ୍ଧରେ ବ୍ୟାପକ ଆଲୋଚନା କରିଛନ୍ତି । ଓଡିଶା ଶାଖାର କର୍ମକର୍ତ୍ତାଙ୍କୁ ମଧ୍ୟ ବହୁ ଗୁରୁତ୍ତ୍ବପୂର୍ଣ୍ଣ ଟାସ୍କ ଓ ପରାମର୍ଶ ଦେଇଛନ୍ତି । ପଦ ପଦବୀ ଲାଳସାରୁ ଦୂରରେ ରହି ନିଃସ୍ବାର୍ଥପର ମନୋଭାବ, ମିଳିତ ଉଦ୍ୟମ ଦ୍ଵାରା ରାଜ୍ୟରେ ଏକ ବଳିଷ୍ଠ ସଙ୍ଗଠନ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶାରେ ଆପ୍ ସଙ୍ଗଠନକୁ ମଜଭୁତ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଖୁବଶୀଘ୍ର ଓଡିଶା ଗସ୍ତରେ ଆସିବେ ବୋଲି ଇଚ୍ଛା ବ୍ୟକ୍ତ କରିଥିବା ଜଣାପଡିଛି ।

ଏହି ସାଙ୍ଗଠନିକ ବୈଠକରେ ଆପ୍ ସାଂସଦ ସନ୍ଦିପ ପାଠକ ଓଡ଼ିଶାରୁ ଯାଇଥିବା ସଙ୍ଗଠନର ବିଭିନ୍ନ ପଦାଧିକାରୀଙ୍କୁ ଉଦବୋଧନ ଦେଇଛନ୍ତି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦୃଢ ପ୍ରସ୍ତୁତି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଉପସ୍ଥିତ ପଦାଧିକାରୀମାନେ ଓଡ଼ିଶାରେ ସଙ୍ଗଠନକୁ ମଜଭୁତ କରିବା ପାଇଁ ବିଭିନ୍ନ ରଣକୌଶଳ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ସନ୍ଦିପ ପାଠକ କହିଛନ୍ତି ଯେ, ''ଯେତେ ବେଶୀ ଓଡ଼ିଶାବାସୀ ଆପରେ ସାମିଲ ହେବେ, ସଙ୍ଗଠନ ସେତିକି ମଜଭୁତ ହେବ । ସମସ୍ତଙ୍କ ମତାମତକୁ ନେଇ ଆଗକୁ ବଢିବା । ଏହି ପ୍ରକ୍ରିୟା ମାଧ୍ୟମରେ ପାର୍ଟି ଏବଂ ସଙ୍ଗଠନ ମଧ୍ୟରେ ବିଶ୍ବାସ ପ୍ରତିଷ୍ଠା ହେବା ସହ ଏକ ମଜଭୁତ ସଙ୍ଗଠନର ନିର୍ମାଣ ହେବ । ଗୁଜୁରାଟ ଲୋକେ ଗୁଜୁରାଟ ନିର୍ବାଚନ ଲଢିଥିଲେ । ଆମେ କେବଳ ସହଯୋଗର ମାଧ୍ୟମ ଥିଲୁ । ବର୍ତ୍ତମାନ ଆପଣମାନଙ୍କୁ ଓଡ଼ିଶାରେ ଲଢିବା ପାଇଁ ପଡିବ । କେବଳ ମଜଭୁତ ସଙ୍ଗଠନ ଦ୍ଵାରା ଆପଣ ଏହି ଲଢେଇରେ ବିଜୟୀ ହେଇପାରିବେ ।''

ଓଡ଼ିଶାରୁ ଯାଇଥିବା ବିଭିନ୍ନ ପ୍ରଦାଧିକାରୀମାନେ ନିଜ ନିଜର ବ୍ୟକ୍ତିଗତ ମତାମତ ଉପସ୍ଥାପନା କରିଛନ୍ତି । ତୃଣମୂଳ ସ୍ତରରେ କିପରି ସଙ୍ଗଠନକୁ ମଜଭୁତ କରାଯିବ ସେଥିପାଇଁ ବିଭିନ୍ନ ରଣନୀତି ତଥା ଯୋଜନା ପ୍ରସ୍ତୁତ କରାଯାଇଛି । ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ବଳିଷ୍ଠ ନେତୃତ୍ବ ଏବଂ ଦୂରଦର୍ଶିତା ତଥା ଆପ୍ ବିଚାରଧାରା ଅନୁଯାୟୀ ଆଗାମୀ ଦିନମାନଙ୍କରେ ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ଵରାନ୍ଵିତ ହେବ । ଏହି ବୈଠକରେ ଓଡ଼ିଶା ଆପ୍ ପ୍ରଭାରୀ ବିରେନ୍ଦର ସିଂ କଡ଼ିଆନ, ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ସମେତ ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ଓ ରାଜ୍ୟ ସଂଗଠନର ବହୁ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.