ETV Bharat / state

ରାଜ୍ୟରେ ବିଜୁଳି ବିଭ୍ରାଟ, ଶକ୍ତି ମନ୍ତ୍ରୀଙ୍କୁ ତିନୋଟି ପ୍ରଶ୍ନ କଲା ଆପ୍

author img

By

Published : Apr 14, 2023, 12:05 PM IST

ଓଡ଼ିଶାରେ ବିଜୁଳି ବିଭ୍ରାଟ ନେଇ ବିଜେଡି ସରକାରକୁ ଘେରିଲା ଆପ୍ । ସାମ୍ବାଦିକ ସମ୍ମିଳନୀ କରି ଶକ୍ତି ମନ୍ତ୍ରୀଙ୍କୁ ତିନୋଟି ପ୍ରଶ୍ନ ପଚାରିଲା । ଅଧିକ ପଢନ୍ତୁ

ଭୁବନେଶ୍ବରରେ ଆପ୍ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ବରରେ ଆପ୍ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ବିଭ୍ରାଟକୁ ନେଇ ବିଜେଡି ସରକାରକୁ ଘେରିଲା ଆପ୍ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ରାଜଧାନୀ ଓ ଏହାର ତଳିଆ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍ ହେଉଛି । ବେଳେବେଳେ ରାତିସାରା ବିଦ୍ୟୁତ ଯୋଗାଣ ବନ୍ଦ ରହୁଛି । ଏଭଳି ଅଭିଯୋଗ ଆଣି ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କୁ କିଛି ପ୍ରଶ୍ନ ପଚାରିଛି ଆମ ଆଦମୀ ପାର୍ଟି । ଆଗକୁ ଯଦି ବିଦ୍ୟୁତ ଯୋଗାଣ ସମସ୍ୟାରେ ସୁଧାର ନଆସେ ତାହାହେଲେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଆପ୍ ଚେତାବନୀ ଦେଇଛି ।

ଦୁଇ ଦିନ ପୂର୍ବେ ଶକ୍ତିମନ୍ତ୍ରୀ ବିଦେଶ ଗସ୍ତରୁ ଫେରି କହିଛନ୍ତି, ଯଦି ବିଜୁଳି କଟୁଛି ତା ଅର୍ଥ ନୁହେଁ ଯେ ପାୱାର କଟ୍ ହେଉଛି । ସାମ୍ବାଦିକମାନେ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହେବା ବିଷୟରେ ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି ଯେ ସବୁ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନାହିଁ । ଓଡିଶାରେ ଯଥେଷ୍ଟ ବିଜୁଳି ଉତ୍ପାଦନ ହେଉଥିବାରୁ ପାୱାର୍ କଟ୍ ହେବାର ସମ୍ଭାବନା ନାହିଁ । ଟ୍ରାନ୍ସଫର୍ମର ପୋଡ଼ି, ତାର ଛିଣ୍ଡିବା ଓ କଣ୍ଡକ୍ଟର ଅକାମୀ ହେଉଥିବା ଯୋଗୁଁ ଲାଇନ୍ କଟୁଛି । ଯାନ୍ତ୍ରିକ କାରଣରୁ ଯଦି ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହେଉଛି । ତେଣୁ ବିଦ୍ୟୁତ ଯୋଗାଣ ବ୍ୟାହତ ହେବା ଘଟଣା ଏକ ସାମାନ୍ୟ କଥା ବୋଲି ରାଜ୍ୟ ସରକାର ଭାବୁଥିବା ମନ୍ତ୍ରୀଙ୍କ କଥାରୁ ସ୍ପଷ୍ଟ ହେଉଛି ।

ଏହାକୁ ନେଇ ଭୁବନେଶ୍ୱର ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଦେବଙ୍କୁ ଆପ୍ ତିନୋଟି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛି । ଆପ୍ କହିଛି ଯେ, ମନ୍ତ୍ରୀଙ୍କ ପାଖରେ ହୁଏତ ଖବର ନଥାଇ ପାରେ ହେଲେ ଖୋଦ୍ ରାଜଧାନୀ ଭୁବନେଶ୍ବର ଓ ତାହାର ସହରତଳି ଅଞ୍ଚଳଗୁଡିକରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହେଉଛି । ବେଳେବେଳେ ରାତିସାରା ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହୁଛି । ଗାଁ ଗହଳି ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ପରିସ୍ଥିତି ଆହୁରି ସଙ୍ଗୀନ ରହିଛି । ମନ୍ତ୍ରୀ ଚାହିଁଲେ ନିଜେ ଟାଟା କମ୍ପାନୀର ଅଭିଯୋଗ ଲଗ୍ ବୁକ୍ ଦେଖ୍ ଜାଣି ପାରିବେ ସାଧାରଣ ଉପଭୋକ୍ତାଙ୍କ ପାଖରୁ କେତେ ଅଭିଯୋଗ ଆସୁଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ସମଗ୍ର ଭୁବନେଶ୍ବର ସହରରେ ବିଭିନ୍ନ ଯାନ୍ତ୍ରିକ ଅସୁବିଧାର ମରାମତି ପାଇଁ ଟାଟା କମ୍ପାନୀ ପାଖରେ ମାତ୍ର ଗୋଟିଏ ବାହନ ଅଛି । ମନ୍ତ୍ରୀ ଏ ବିଷୟରେ ଅବଗତ ଅଛନ୍ତି ତ ?

ଯାନ୍ତ୍ରିକ ତ୍ରୁଟି ପାଇଁ ମନ୍ତ୍ରୀ ନିଜ ମୁଣ୍ଡରୁ ଦୋଷ ଖସାଇ ଦେବାକୁ ଚେଷ୍ଟା କରୁଥିବା ଆପ୍ ଅଭିଯୋଗ କରିଛି । ବାରମ୍ବାର ଯାନ୍ତ୍ରିକ ତ୍ରୁଟିର ଏକମାତ୍ର କାରଣ ହେଲା ବିଭିନ୍ନ ବିଦ୍ୟୁତ୍ ଯନ୍ତ୍ରପାତି ଓ ତାର ପୁରୁଣା ହୋଇଯାଇଛି । ଯାହାକୁ ଖରାପ ହେବା ପୂର୍ବରୁ ବଦଳା ଯାଇନାହିଁ । ଏଥିଯୋଗୁଁ ବିଦ୍ୟୁତ୍‌ ସରବରାହ ଜନିତ କ୍ଷତି ଓଡ଼ିଶାରେ ଏବେ ବି ପ୍ରାୟ ୩୦% ରହିଛି । ଓଡ଼ିଶାରେ ଏ ସମସ୍ୟା ନୂଆ ନୁହେଁ । ଏ ସରକାର ଗତ ୨୩ ବର୍ଷ ଧରି କ୍ଷମତାରେ ଅଛି । ଦିଲ୍ଲୀ ଆୟତନରେ ଓଡ଼ିଶାର ଶହେ ଭାଗରୁ ଭାଗେ ହେଲେ ମଧ୍ୟ ବିଦ୍ୟୁତ୍ ଭିତ୍ତିଭୂମି କ୍ଷେତ୍ରରେ ଦିଲ୍ଲୀ ଓଡ଼ିଶା ଠାରୁ ବହୁଗୁଣରେ ଅଧିକ ଖର୍ଚ୍ଚ କରୁଛି । ସେଥିପାଇଁ ସାରା ଭାରତରେ ଦିଲ୍ଲୀରେ ସର୍ବନିମ୍ନ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହେଉଛି । ଯଦି ଗୋଟିଏ ନୂତନ ସରକାର ମାତ୍ର ୫ ବର୍ଷ ମଧ୍ୟରେ ରାଜ୍ୟର ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଦ୍ରୁତ ଉନ୍ନତି ଆଣି ପାରିଲା ତେବେ ଓଡ଼ିଶାରେ ନିରବଚ୍ଛିନ୍ନ ଭାବେ ୨୩ ବର୍ଷ କ୍ଷମତାରେ ଥିବା ସରକାର କାହିଁକି ପାରିଲା ନାହିଁ, ମନ୍ତ୍ରୀ ତାହାର ଉତ୍ତର ରଖିବେ କି ?

ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନରେ ବଳକା ରାଜ୍ୟ ହେବା ସହ ବିଦ୍ୟୁତ୍ ଯୋଗାଣର କୌଣସି ସମ୍ପର୍କ ନାହିଁ । ଆପ୍ ଶାସିତ ଦିଲ୍ଲୀରେ ଆଦୌ ବିଦ୍ୟୁତ୍ ଉତ୍ପାଦନ ହେଉ ନଥିବା ସତ୍ତ୍ୱେ ସେଠାରେ ୨୪ ଘଣ୍ଟା ବିଦ୍ୟୁତ୍‌ ଯୋଗାଣ ସମ୍ଭବ ହୋଇପାରୁଛି । ଓଡ଼ିଶା ବିଦ୍ୟୁତରେ ବଳକା ରାଜ୍ୟ ହେବାର ଅନ୍ୟତମ କାରଣ ହେଲା ଏଠାରେ ବିଦ୍ୟୁତ୍ ଚାହିଦା କମ୍ ଅଛି । ସର୍ବଭାରତୀୟ ସ୍ତରରେ ସମୁଦାୟ ବିଦ୍ୟୁତ୍ ବ୍ୟବହାରର ୨୦.୫% କୃଷି ପାଇଁ ହେଉଥିବା ବେଳେ ଓଡ଼ିଶାରେ ତାହା ମାତ୍ର ୩% ରହିଛି । ତେଣୁ ଶକ୍ତିମନ୍ତ୍ରୀ ସମସ୍ୟାର ସାମାନ୍ୟକରଣ ନକରି ତାହାର ସମାଧାନ କରିବା ପୂର୍ବରୁ ସମସ୍ୟା ରହିଛି ବୋଲି ସ୍ୱୀକାର କରିବେ କି ?

୨୦୦ ୟୁନିଟ୍ ଦେୟମୁକ୍ତ ବିଦ୍ୟୁତ୍ ଦାବିରେ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଓଡ଼ିଶା ଆପ୍ ସଂଯୋଜକ ନିଶିକାନ୍ତ ମହାପାତ୍ର ୨୦୨୧ ତାରିଖରେ ୧୦ ଦିନ ଅନଶନରେ ବସିଥିଲେ ବୋଲି ମନ୍ତ୍ରୀ ଜାଣିଛନ୍ତି । ଯଦି ଖୁବଶୀଘ୍ର ବିଦ୍ୟୁତ ପରିସ୍ଥିତିରେ ଉନ୍ନତି ନ ଆସେ ତେବେ ଆମ୍ ଆଦମୀ ପାର୍ଟି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.