ETV Bharat / state

ରାଜଧାନୀରେ ମଦ ମୃତ୍ୟୁ ! ବିକ୍ରି ହେଉଛି କି ବିଷାକ୍ତ ମଦ ?

author img

By

Published : Mar 12, 2023, 11:04 PM IST

ରାଜଧାନୀରେ ବିଷାକ୍ତ ମଦ ଦ୍ବାରା ଯୁବକଙ୍କ ଜୀବନ ଯାଉଥିବା ଆଭିଯୋଗ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ । ଅଧିକ ପଢ଼ନ୍ତୁ

ବିଷାକ୍ତ ମଦ ଦ୍ବାରା ଯୁବକଙ୍କ ଜୀବନଥିବା ଆଭିଯୋଗ

ଭୁବନେଶ୍ବର: ଜୀବନ ନେଲା ବିଷାକ୍ତ ମଦ ! ରାଜଧାନୀରେ ବିଷାକ୍ତ ମଦ ପିଇ ଯୁବକଙ୍କ ଜୀବନ ଯାଇଥିବା ଆଭିଯୋଗ ହୋଇଛି । ଆଭିଯୋଗ ଆଣିଲା ମୃତକଙ୍କ ପତ୍ନୀ । ତେବେ ଏପରି ଏକ ଦୁଃଖଦ ଘଟଣା ମୈତ୍ରିବିହାର ଥାନା ଅଞ୍ଚଳର ବାଜପେୟୀ ନଗରରୁ ସାମ୍ନାକୁ ଆସିଛି । ରବିବାର କ୍ୟାପିଟାଲ ହସ୍ପିଟାଲରେ ଜଣେ ଯୁବକଙ୍କୁ ଅଣାଯାଇଥିଲା । ମାତ୍ର ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଛନ୍ତି ଡାକ୍ତ ର।

ତେବେ ମୃତ୍ୟୁର କାରଣ ମଦମୃତ୍ୟ ନା ଆଉ କିଛି ସେନେଇ ସ୍ପଷ୍ଟ ହୋଇନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ । ମୃତକଙ୍କ ଙ୍କ ନାଁ ରମେଶ ନାୟକ ଘର ରାମଚନ୍ଦ୍ରପୁର ବୋଲଗଡ଼ ବୋଲି ଜଣାପଡିଛି । ସେ ଭୁବନେଶ୍ବର ବାଜପେୟୀ ନଗରରେ ପତ୍ନୀ ରେଖା ନାୟକଙ୍କ ସହ ରହୁଥିଲେ ।

ତେବେ ପତ୍ନୀଙ୍କ ଅଭିଯୋଗ ପରେ ଏନେଇ ମୈତ୍ରିବିହାର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ତେବେ ମୃତକଙ୍କ ପତ୍ନୀ ଅଭିଯୋଗରେ ତାଙ୍କ ସ୍ବାମୀ ଅତ୍ୟଧିକ ମଦପାନ କରନ୍ତି ବୋଲି ଲିଖିତ ଜଣାଇଛନ୍ତି । ତେବେ ମଦ୍ୟପାନ ଯୋଗୁଁ ଯୁବକଙ୍କ ଏପରି ମୃତ୍ୟୁ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ ଯୁବକଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବିଷାକ୍ତ ମଦ୍ୟପାନ ଯୋଗୁଁ ରମେଶଙ୍କର ମୃତ୍ୟୁ ହୋଇଛି କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ଦିନହେବ ସାଲିଆ ସାହିରେ ବେଆଇନ ଭାବେ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ରହିଛି । ଘରେଘରେ ପୋଚ ଚାଉଳି ଭଳି ମାଟି ତଳେ ଦେଶୀ ମଦ ରାନ୍ଧି ବ୍ୟବସାୟ କରୁଛନ୍ତି ।

ଗତ ୨୦ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଏକ ବଡ଼ ଧରଣର ରେଡ୍‌ ହୋଇଥିଲା । ଦେଶୀ ମଦ ପ୍ରସ୍ତୁତକାରୀ ଓ ଭାଟି ଉପରେ ଚଢ଼ାଉ କରି ଅନେକ ମଦ ନଷ୍ଟ କରାଯାଇଥିଲା । ସେତେବେଳେ ମଧ୍ୟ ଏନେଇ ପୋଲିସ ମଧ୍ୟ ପୂଜାକୁ ଆଖି ଆଗରେ ରଖି ଏଭଳି ମଦ ଭାଟି ଉପରେ ଚଢାଉ କରାଯାଇଥିବା ଡିସିପି କହିଥିଲେ ।

ତେବେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଚୋରାମଦ କାରବାର ଘଟଣା ସାମ୍ନାକୁ ଆସିବା ମଧ୍ୟ ଏହା ଇସାରା କରୁଛି । ଅର୍ଥାତ୍ ରାଜଧାନୀରେ ଖୁଲମଖୁଲା ଚୋରାମଦ କାରବାର ହେଉଛି । ଏନେଇ କିଛି ଅସାଧୁ ବ୍ୟବସାୟୀ ଏପରି ଚୋରାମଦ କାରବାର କରୁଥିବା ବେଳେ ଚଢା ଦରରେ ମଦବିକ୍ରି କରି ମାଲମାଲ ହେଉଛନ୍ତି । ପଇସା ପାଇଁ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.