ETV Bharat / state

ବଜ୍ରାଘାତରେ ଯୁବତୀ ମୃତ, ଜଣେ ଆହତ

author img

By

Published : Aug 9, 2021, 10:55 PM IST

ବଜ୍ରାଘାତ ନେଲା ଯୁବତୀଙ୍କ ଜୀବନ । ବିଲକୁ ଧାନ ରୁଆ ପାଇଁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ...

ବଜ୍ରପାତ ଘଟି ଯୁବତୀ ମୃତ, ଜଣେ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି

ଖୋର୍ଦ୍ଧା: ବୋଲଗଡ଼ ତହସିଲ ଅନ୍ତର୍ଗତ ଆରିକିମା ପଞ୍ଚାୟତ ଅଧିନ କଅଁରପୁର ଗ୍ରାମର ଦୁଇଜଣ ଆଦିବାସୀ ଯୁବତୀ ବିଲରେ କୃଷି ଶ୍ରମିକ ଭାବେ ଜମିରେ ଧାନ ରୁଆ କାର୍ଯ୍ୟ କରୁଥିବା ବେଳେ ବ୍ରଜପାତ ଘଟି ଦୁଇଜଣ ଗୁରୁତର ହୋଇଥିଲେ ।

ତେବେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଗୁରୁତର ଦୁଇ ଯୁବତୀଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଇଛନ୍ତି । ସେଠାରେ ଡାକ୍ତର ଜଣେ ଯୁବତୀଙ୍କୁ ମୃତ ଘୋଷଣା କରିବା ସହ ଆଉ ଜଣେ ଗୁରୁତର ଯୁବତୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଆଧିକ ଗୁରୁତର ହେବାରୁ ଭୁବନେଶ୍ବାରକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାନୁଯାୟୀ ଦୁଇ ଯୁବତୀ ରୁନି ଓ ପୂଜା ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାକୁ ବିଲକୁ ଯାଇଥିଲେ । ଉଭୟ ରୁନି ଓ ପୂଜା ଅତ୍ୟନ୍ତ ଗରିବ ଶ୍ରେଣୀର ଦିନ ମଜୁରିଆ ପରିବାର ହୋଇଥିବାରୁ ତାଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସହାୟତା ପ୍ରଶାସନ ପକ୍ଷରୁ ତୁରନ୍ତ ଯୋଗାଇ ଦେବାକୁ ଗ୍ରମବାସୀ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.