ETV Bharat / state

ବିଦେଶରେ ପାଠପଢ଼ାକୁ ନେଇ କର୍ମଶାଳା: ମେଡିକାଲ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ବଢ଼ିଲା ଉତ୍କଣ୍ଠା

author img

By

Published : Jul 30, 2023, 9:29 PM IST

ବିଦେଶରେ ପାଠପଢ଼ାକୁ ନେଇ କର୍ମଶାଳା ଆୟୋଜିତ ହୋଇଥବାବେଳେ କୋଷ୍ଟାଲରୁ ଅଧିକ ପିଲା ପାଠ ପଢିବା ପାଇଁ ବିଦେଶକୁ ଯାଇଥାଆନ୍ତି । ସେଥି ମଧ୍ୟରୁ ଓଡ଼ିଶାରୁ ରହିଛନ୍ତି 145 ଜଣ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ବିଦେଶରେ ପାଠପଢ଼ାକୁ ନେଇ କର୍ମଶାଳା
ବିଦେଶରେ ପାଠପଢ଼ାକୁ ନେଇ କର୍ମଶାଳା
ବିଦେଶରେ ପାଠପଢ଼ାକୁ ନେଇ କର୍ମଶାଳା

ଭୁବନେଶ୍ବର: ରାଜଧାନୀରେ ବିଦେଶରେ ପାଠପଢ଼ାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି । ଉପକୂଳିଆ ଜିଲ୍ଲାର ଅଧିକାଂଶ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଜଣାପଡ଼ିଛି । ରାଜ୍ୟରେ ପ୍ରାୟ କୋଷ୍ଟାଲରୁ ଅଧିକ ପିଲା ପାଠ ପଢିବା ପାଇଁ ବିଦେଶକୁ ଯାଇଥାଆନ୍ତି । ୟୁକ୍ରେନ ଓ ଋଷିଆ ସହିତ ୟୁକ୍ରେନ୍‌ରେ ଯୁଦ୍ଧ ହେବା ସମୟରେ ଯେଉଁ ପିଲାମାନେ ଭାରତକୁ ଫେରିଆସିଥିଲେ ସେମାନେ ପୁନର୍ବାର ପାଠ ପଢ଼ିବା ପାଇଁ ରଷିଆ ଯାଇଥିଲେ । ତେବେ ଚଳିତ ବର୍ଷ ସେଠାରେ ଥିବା ଅନେକ ବିଶ୍ଵବିଦ୍ୟାଳୟଗୁଡିକରୁ ଭାରତରୁ କେବଳ 395 ଜଣ ମେଡ଼ିକାଲ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡିଛି । ସେଥି ମଧ୍ୟରୁ ଓଡ଼ିଶାରୁ ରହିଛନ୍ତି 145 ଜଣ ଛାତ୍ରଛାତ୍ରୀ । ଏହି କ୍ରମରେ ଭୁବନେଶ୍ବରରେ ବିଦେଶରେ ମେଡିକାଲ ଶିକ୍ଷାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି ।

ଏନେଇ ଗ୍ଲୋବାଲ ଫୋକସର ପରିଚାଳନା ନିର୍ଦ୍ଦେଶକ ଅବଦୁଲ ଜାହିର କହିଛନ୍ତି ,"ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ ପାଇଁ ଅନେକ ଶିକ୍ଷାର୍ଥୀଙ୍କ ସ୍ବପ୍ନ ରହିଛି । ବିଶ୍ବର ଅନେକ ସମ୍ମାନଜନକ ବିଶ୍ୱବିଦ୍ୟାଳୟରେ ମେଡ଼ିକାଲ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରୁଛନ୍ତି । ମେଡ଼ିକାଲ ଛାତ୍ରଛାତ୍ରୀ ବଡ଼ ସ୍ବପ୍ନ ଦେଖିବା ଆବଶ୍ୟକ । କେବଳ ବିଦେଶରେ ନୁହେଁ, ସେଠାକାର ସଂସ୍କୃତି ଭାବଧାରା ଓ ଚାଲିଚଳନ ପରି ନିଜକୁ କିଭଳି ଭାବରେ ସାମିଲ କରାଯିବ ସେନେଇ ଅବଗତ ରହିବା ନିହାତି ଭାବରେ ଆବଶ୍ୟକ ।" ତେବେ ମେଡ଼ିକାଲ ଶିକ୍ଷା ସହ ସେଠାକାର ସଂସ୍କୃତି ଓ ଚାଲିଚଳନ ସମ୍ପର୍କରେ ପିଲାମାନଙ୍କ ସହ ଆଲୋଚନା କରାଯାଇଛି ।

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଡିକାଲ ଛାତ୍ର ଇଫୁ, ନେଲେ ସେଲଫି

ଡାକ୍ତରୀ ଶିକ୍ଷା ଲାଭ କରିବା ପାଇଁ ଅନେକ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଥାଏ । ହେଲେ ଭାରତ ସମେତ ବିଦେଶରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷା ଲାଭ କରିଥାଆନ୍ତି। ପ୍ରତି ବର୍ଷ ବିଭିନ୍ନ ଏଜେନ୍ସି ରାଜ୍ୟରୁ ଛାତ୍ରଛାତ୍ରୀଙ୍କୁ ନେଇ ବିଦେଶରେ ବିଭିନ୍ନ ବିଷୟରେ ନାମ ଲେଖାଇଥାଆନ୍ତି । ଯେଭଳି ମେଡ଼ିକାଲ ତଥା ଇଞ୍ଜିନିୟରିଂ ହେଉ ବା ଅନ୍ୟାନ୍ୟ ବିଭାଗରେ ମଧ୍ୟ ନାମ ଲେଖାଇଥାଆନ୍ତି । ତେବେ 10 ବର୍ଷ ମଧ୍ୟରେ 200ରୁ ଅଧିକ ଛାତ୍ରଛାତ୍ରୀ ମେଡ଼ିକାଲରେ କୃତିତ୍ୱ ଅର୍ଜନ କରିଥିବା ଜଣାପଡିଛି । ଏହାସହ ରାଜ୍ୟ ତଥା ଦେଶରେ ଥିବା ବିଭିନ୍ନ ମେଡ଼ିକାଲରେ ସେମାନେ କାର୍ଯ୍ୟଭାର ତୁଲାଉଥିବା ନଜିର ରହିଛି ।

ସୂଚନା ଅନୁସାରେ, କୋଭିଡ଼ ମହାମାରୀ ସମୟରେ ବିଦେଶରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭାବରେ ପ୍ରଭାବିତ ହୋଇଥିଲା । ଯାହା ଫଳରେ ଦେଶ ସମେତ ବିଦେଶରେ ମଧ୍ୟ ପାଠ ପଢ଼ିବା ଏକ ପ୍ରକାର ସ୍ୱପ୍ନ କେବଳ ସ୍ବପ୍ନରେ ରହିଯାଇଥିଲା। ବିଶେଷ ଭାବରେ ଚୀନ, ରୂଷ, ୟୁକ୍ରେନ, ଫିଲିପାଇନ୍ସ, ମରିସସ, ନେପାଳ, ବାଂଲାଦେଶ, ନାଇଜେରିଆ, ଆରମେନିଆ, କାଜିକସ୍ଥାନ, ପୋଲାଣ୍ଡ, ଜର୍ମାନୀ, ୟୁକେ, କାନାଡା ଆଦି ଦେଶରେ ଅଧିକାଂଶ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିଥାଆନ୍ତି । ରାଜ୍ୟରୁ 2ରୁ 3 ହଜାର ପିଲା କେବଳ ମେଡ଼ିକାଲ ପାଠ ପଢିବା ପାଇଁ ବିଦେଶକୁ ଯାଇଥାଆନ୍ତି । ହେଲେ ବିଟେକ୍‌ ଏମ୍.ଟେକ୍ ଭଳି ପାଠ୍ୟକ୍ରମ ପାଇଁ ପାଖାପାଖି 5 ହଜାରୁ ଅଧିକ ପିଲା ବିଦେଶ ଯାଇଥାନ୍ତି। ତେବେ ଦୁଇଟି ଫେଜରେ ବିଦେଶରେ ନାମଲେଖା ହୋଇଥାଏ। ଗୋଟିଏ ସେପ୍ଟେମ୍ବରରେ କରାଯାଉଥିବାବେଳେ ଅନ୍ୟଟି ଡିସେମ୍ବର ଓ ଜାନୁଆରୀ ମାସରେ କରାଯାଇଥାଏ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.