ETV Bharat / state

କାରକୁ ଲିଫ୍ଟ ମାଗି ନିଖୋଜ ହେଲେ ମହିଳା

author img

By

Published : Mar 22, 2021, 2:03 PM IST

କାରକୁ ଲିଫ୍ଟ ମାଗି ନିଖୋଜ ହେଲେ ମହିଳା । ବେଗୁନିଆ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ନିଖୋଜ ମହିଳାଙ୍କ ସ୍ବାମୀ । ଅଧିକ ପଢନ୍ତୁ...

କାରକୁ ଲିଫ୍ଟ ମାଗି ନିଖୋଜ ହେଲେ ମହିଳା
କାରକୁ ଲିଫ୍ଟ ମାଗି ନିଖୋଜ ହେଲେ ମହିଳା

ଖୋର୍ଦ୍ଧା: କାରକୁ ଲିଫ୍ଟ ମାଗି ନିଖୋଜ ହେଲେ ମହିଳା । ବେଗୁନିଆ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ନିଖୋଜ ମହିଳାଙ୍କ ସ୍ବାମୀ । ନିଖୋଜ ମହିଳା ଜଣକ ବାଘମାରୀ ଗ୍ରାମର ପ୍ରକାଶ ସେଠୀଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ସେଠୀ । ସୂଚନାନୁଯାଇ ପ୍ରକାଶ ଏବଂ ତାଙ୍କ ପତ୍ନୀ ଟାଙ୍ଗିରେ ରହୁଛନ୍ତି । କିନ୍ତୁ କୌଣସି କାମରେ ଗତ19 ତାରିଖରେ ଶୁଭଲକ୍ଷ୍ମୀ ବାପଘର ବେଗୁନିଆକୁ ଆସି 20 ତାରିଖ ଶନିବାର ସକାଳେ ବସରେ ଟାଙ୍ଗି ଯିବା ପାଇଁ ବେଗୁନିଆ ଥାନା ଛକରେ ଉକ୍ତ ମହିଳା ଏବଂ ତାଙ୍କ ମାଆ ଅପେକ୍ଷା କରିଥିଲେ । ଟାଙ୍ଗି ଯିବା ପାଇଁ ଏକମାତ୍ର ବସ ଥିବାବେଳେ ବସ୍ ଫେଲ ହେବାରୁ ଅତି ତରବରରେ ଏକ କାରକୁ ଲିଫ୍ଟ ମାଗିଥିଲେ। କାରଟି ଲିଫ୍ଟ ଦେଇ ବସ ନିକଟରେ ପହଞ୍ଚାଇଦେବ ବୋଲି କହିଥିଲା ।

କାରକୁ ଲିଫ୍ଟ ମାଗି ନିଖୋଜ ହେଲେ ମହିଳା

ସେପଟେ ସ୍ଵାମୀ ପ୍ରକାଶ ବସକୁ ଟାଙ୍ଗି ଛକରେ ଅପେକ୍ଷା କରିଥିଲେ । କିନ୍ତୁ ଆରତୀ ବସରୁ ନ ଓହ୍ଲାଇବାରୁ ବହୁ ଖୋଜାଖୋଜି କରି ନିରାଶ ହୋଇ ଶେଷରେ ବେଗୁନିଆ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶଙ୍କ ଶାଶୁ କେବଳ କାରର ରଙ୍ଗ ଧଳା କହୁଥିବା ବେଳେ ଗାଡି ନମ୍ବର କହିପାରୁନାହାନ୍ତି ।

ଏପଟେ ନିଖୋଜ ମହିଳାଙ୍କ ପାଖରେ ମୋବାଇଲ ନଥିବାରୁ ପୋଲିସ ତଦନ୍ତରେ ବାଧକ ସାଜିଛି। ବେଗୁନିଆ ପୋଲିସ ଘଟଣାକୁ ଗୁରୁତର ସହ ନେଇ ବେଗୁନିଆଠାରୁ ସୁନାଖଳା ପର୍ଯ୍ୟନ୍ତ ଥିବା ସମସ୍ତ ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.