ଖୋର୍ଦ୍ଧା: ଅଖା ଦୁର୍ନୀତିରେ ଲିପ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଅନଶନ । ଖୋର୍ଦ୍ଧା ଜିଲ୍ଲାରେ ଥିବା 139 ସମବାୟ ସମିତିର ହୋଇଛି କୋଟି କୋଟି ଟଙ୍କାର ଅଖା ଦୁର୍ନୀତି । ସମବାୟ ସମିତିରେ ହୋଇଥିବା ଏହି ଅଖା ଦୁର୍ନୀତିରେ ଲିପ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସାମାଜିକ କର୍ମୀ ବିଭୁତି ଦାଶ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଅନଶନରେ ବସିଛନ୍ତି ।
ବିଭୁତି ଏହି ଦୁର୍ନୀତି ସମ୍ପର୍କରେ ମାନ୍ୟବର ଲୋକାୟୁକ୍ତଙ୍କ ଦ୍ବାରାସ୍ଥ ହୋଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । କିନ୍ତୁ ଲୋକୟୁକ୍ତଙ୍କୁ ଜିଲ୍ଲାପାଳ ମିଥ୍ୟା ତଥ୍ୟ ଦେଇଥିବା ବିଭୁତି ଅଭିଯୋଗ କରିଛନ୍ତି । ସେହିପରି ଧାନ ମଣ୍ଡିରେ ଚାଷୀଙ୍କୁ ମିଲର ଅଖା ନଦେଇ କୋଟି କୋଟି ଟଙ୍କାର ବିଲ କରି ରାଜସ୍ବ ଲୁଟିଥିବା ଅଭିଯୋଗ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ