ETV Bharat / state

ବିସ୍ମୟ କୁନିଝିଅ ସୋହିନୀ: ମୁହେଁ ମୁହେଁ 163 ଦେଶ ନାଁ, ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ପାଇଲେ ସ୍ଥାନ

author img

By

Published : Dec 16, 2020, 6:03 PM IST

Updated : Dec 17, 2020, 7:36 AM IST

ଖୋର୍ଦ୍ଧା କାଇମାଟିଆର କମଳେନ୍ଦୁ ଓ ରଞ୍ଜନା ରାଣୀଙ୍କ ଝିଅ ସୋହିନୀ ଦାସ । ମାତ୍ର 3 ବର୍ଷରେ 163 ଦେଶର ନାଁ ମନେରଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ...

ବିସ୍ମୟ କୁନି ଝିଅ ସୋହିନୀ: ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଲେ ସ୍ଥାନ

ଖୋର୍ଦ୍ଧା: ବୟସ ମାତ୍ର ୩ ବର୍ଷ । ଠିକରେ ପାଟି ବି ଖୋଲିନି । ହେଲେ ତାର ପ୍ରତିଭା ତାକୁ ସମସ୍ତଙ୍କଠାରୁ ଭିନ୍ନ କରି ଗଢି ତୋଳିଛି। ଏହି ବୟସରେ ୧୬୩ ଦେଶର ନାଁ ରହିଛି ଏହି କୁନି ଝିଅ ମୁହଁରେ। ଖୋର୍ଦ୍ଧା କାଇମାଟିଆର କମଳେନ୍ଦୁ ଓ ରଞ୍ଜନା ରାଣୀଙ୍କ ଝିଅ ସୋହିନୀ ଦାସ । ମାତ୍ର 3 ବର୍ଷରେ 163 ଦେଶର ନାଁ ମନେରଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଏତେ କମ ବୟସରେ ତାଙ୍କର ଏହି କୃତିତ୍ବ ଓଡିଶା ପାଇଁ ଗୌରବ ଆଣିଦେଇଛି । ତାଙ୍କ କୁନି ହାତରେ ଏବେ ଇଣ୍ଡିଆ ବୁକ ଅଫ ରେକର୍ଡର ମାନଚିତ୍ର ଆଉ ମେଡାଲ । ଯେକୌଣସି ଦେଶରେ ଜାତୀୟ ପତାକା ଚିତ୍ର ଦେଖି ଦେଶର ନାଁ ଅତି ସହଜରେ କହିପାରୁଛି ସୋହିନି । ତା ସାଙ୍ଗକୁ ସୌରମଣ୍ଡଳ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ, ମହାଦେଶ, ଆହୁରି କେତେ କଣ। ତା ସାମ୍ନାରେ ଗ୍ଲୋବ ରଖିଲେ ସେ ନିର୍ଭୁଲ ଭାବେ ଯେକୌଣସି ଦେଶର ନାମ ମଧ୍ୟ କହିପାରୁଛି ।

ସୋହିନୀର ଏହି ଚମତ୍କାରିତା ପଛରେ ତାଙ୍କ ମା’ ରଞ୍ଜନା ରାଣୀଙ୍କର ଅବଦାନ ରହିଛି । ସେ ନିକଟରୁ ଫ୍ରାନ୍ସରୁ ରିସର୍ଚ୍ଚ କରି ଫେରିଛନ୍ତି । ନିଜ ଝିଅର ଟାଲେଣ୍ଟ ଦେଖି ତାକୁ ଆହୁରି ଉତ୍ସାହିତ କରିଥିଲେ । ଆଗକୁ ଗିନିଜ ବୁକ୍ ଅଫ୍ ୱାର୍ଲଡ଼ ରେକର୍ଡ୍ସରେ ସ୍ଥାନ ପାଇବାକୁ ସୋହିନୀ ପ୍ରଚେଷ୍ଟା ଚଳାଇଛନ୍ତି । ଆମେ ମଧ୍ୟ ଏହି ବିସ୍ମୟ କୁନି ପ୍ରତିଭା ସୋହିନୀକୁ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ଆଗାମୀ ଦିନର ଗୌରବ ପାଇଁ ଶୁଭକାମନା କରୁଛୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 17, 2020, 7:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.