ETV Bharat / state

ଲୋଭନୀୟ ଅଫର ଦେଖାଇ ଠକେଇ, ୮ ଅଭିଯୁକ୍ତଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଅନଲାଇନ ଟ୍ରାନଜାକ୍ସନ କରୁଥିଲେ ହୋଇଯାଆନ୍ତୁ ସାବଧାନ । ଡବଲ ଅଫରର ଲୋଭ ଦେଖାଇ ବ୍ୟବସାୟୀଙ୍କ ପତ୍ନୀଙ୍କଠୁ ୭୬ ଲକ୍ଷ ଠକେଇ କରିଛନ୍ତି ଅଭିଯୁକ୍ତ । ଅଧିକ ପଢନ୍ତୁ

insurance fraud
ଅଫର ଆଳରେ ଠକେଇ
author img

By ETV Bharat Odisha Team

Published : Nov 24, 2023, 9:12 PM IST

ଅଫର ଆଳରେ ଠକେଇ

ଭୁବନେଶ୍ବର: ଇନସୁରାନସ୍ ପ୍ରିମିୟମ ଡବଲ ଆଳରେ ଠକେଇ । କ୍ରାଇମବ୍ରାଞ୍ଚ ସାଇବର ସେଲ ହାତରେ ଧରାପଡିଲେ ୮ଜଣ ଅଭିଯୁକ୍ତ। ଡବଲ ଅଫରର ଲୋଭ ଦେଖାଇ ବ୍ୟବସାୟୀଙ୍କ ପତ୍ନୀଙ୍କଠୁ ୭୬ ଲକ୍ଷ ଠକେଇ କରିଛନ୍ତି ଅଭିଯୁକ୍ତ । ଏନେଇ ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ୮ଜଣଙ୍କୁ ଗିରଫ କରିଛି ଓଡିଶା କ୍ରାଇମବ୍ରାଞ୍ଚ । ୩ ଜଣ ମାଷ୍ଟରମାଇଣ୍ଡ ସମେତ ମୋଟ ୮ଜଣଙ୍କୁ ଗିରଫ କ୍ରାଇମବ୍ରାଞ୍ଚ ସାଇବର ସେଲ ଟିମ୍ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଆଇଜି ସଫିନ ଅହମ୍ମଦ କେ ।

ଗତ ଅକ୍ଟୋବର ୪ରେ ଜଣେ ବ୍ୟବସାୟୀ ବଇମଲ ଜାଲାନ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀଙ୍କୁ କଲ ଆସିଥିଲା । ତେବେ କଲ୍ କରିଥିବା ବ୍ୟକ୍ତି ନିଜକୁ ଇନସୁରାନ୍ସ କମ୍ପାନୀର ଏଜେଣ୍ଟ କହି ପ୍ରିମିୟମ ଡବଲ ହୋଇଯିବାର ଅଫର୍ ଦେଇଥିଲା । ଏଥିପାଇଁ ତାଙ୍କୁ ଅନଲାଇନରେ କିଛି ଡିପୋଜିଟ କରିବାକୁ କହିଥିଲା । ପରେ ବ୍ୟବସାୟୀଙ୍କ ପତ୍ନୀ କଲ କରିଥିବା ଲୋକର କଥାରେ ପଡ଼ି ଜିଏସଟି ଚାର୍ଜ, ଲୋନ ପ୍ରୋସେସିଂ ଚାର୍ଜ, ପାନ କାର୍ଡ ଚାର୍ଜ ପାଇଁ ପର୍ଯ୍ୟାୟକ୍ରମେ ୭୬ ଲକ୍ଷ ୧୫ହଜାର ଟଙ୍କା ଅନଲାଇନରେ ଦେଇଥିଲେ‌ । କିଛି ଦିନ ପରେ ଆଉ ଧରାଛୁଆଁ ଦେଇନଥିଲେ ଅଭିଯୁକ୍ତ ।

ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ୩ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ ଥିବା ୩ ଜଣ ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଯୁବକ ଥିବା ଜଣାପଡିଛି । ଯେଉଁମାନେ ପୂର୍ବରୁ କିଛି ଇନସୁରାନ୍ସ କମ୍ପାନିରେ କାମ କରୁଥିଲେ । ଆଉ କାମ ଛାଡିବା ପରେ ସେମାନେ ଇନସୁରାନସ୍ କରିଥିବା ଲୋକଙ୍କ ତଥ୍ୟ ଆଣି ସେହି ତଥ୍ୟ ଆଧାରରେ ସେମାନଙ୍କୁ କଲ କରି ବିଭିନ୍ନ ଲୋଭନୀୟ ଅଫର ଦେଉଥିଲେ । ସେମାନଙ୍କ କଥାରେ‌ ରାଜି ହେଲେ ବିଭିନ୍ନ ଚାର୍ଜ ଓ ପ୍ରୋସେସିଂ ଫି ଆଳରେ ଟଙ୍କା ନେଇ ଆଉ ଧରାଛୁଆ ଦିଅନ୍ତି ନାହିଁ ଠକ । ଏହିପରି ଢଙ୍ଗରେ ଠକେଇ ଟଙ୍କା ଆଣି କିଛି ଲୋକଙ୍କ ଜରିଆରେ ଆକାଉଣ୍ଟ ଖୋଲି ସେମାନଙ୍କ ନାଁରେ ଏଟିଏମ୍ ଜରିଆରେ ଟଙ୍କା ନେଣଦେଣ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ଏହା ବି ପଢନ୍ତୁ...Job Scam: ଚାକିରି ନାଁରେ ୬୦ ଲକ୍ଷ ଟଙ୍କା ଚଳୁ, କେନ୍ଦ୍ରମନ୍ତ୍ରୀଙ୍କ ମିଛ PA ସାଜିଥିବା ଠକ ଗିରଫ

ଆଇଜି ସଫିନ ଅହମ୍ମଦ କେ କହିଛନ୍ତି, "ଏହି ମାମଲାରେ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୯ ଲକ୍ଷ ନଗଦ ଟଙ୍କା ସହ କିଛି ସୁନା ଗହଣା , ୧୧ଟି ଏଟିଏମ୍ ଓ ୯ଟି କ୍ରେଡିଟ କାର୍ଡ ଜବତ ହୋଇଛି । ଏହାସହ ପାସବୁକ, ପେନଡ୍ରାଇଭ, ହାର୍ଡ ଡିସ୍କ ଓ କିଛି ଇନସୁରାନସ୍ ତଥ୍ୟ ସହ ଆଇଡି କାର୍ଡ ଓ ଆଧାରକାର୍ଡ ସହ ପରିଚୟ ପତ୍ର ମଧ୍ୟ ମିଳିଛି । ଇନସୁରାନ୍ସର ପ୍ରିମିୟମ ରାଶି ଠାରୁ ୧୦୦ଗୁଣା ଅଧିକ ଦେବାର ଲୋଭ ଦେଖାଇ ଏପରି ଲୋକଙ୍କୁ ଠକେଇ କରୁଛନ୍ତି । ଲୋଭରେ ପଡ଼ି ଏଭଳି‌ ଅନଲାଇନ ଟ୍ରାନଜାକ୍ସନ କରନ୍ତୁ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.