ETV Bharat / state

ଗଛ ଲଗାଇ ପିଲାଙ୍କ ସହ ବନ ମହୋତ୍ସବ ପାଳିଲେ ମନ୍ତ୍ରୀ-ମେୟର

ସ୍କୁଲ ପିଲାଙ୍କ ସହ ୭୪ତମ ବନ ମହୋତ୍ସବ ପାଳିଲେ ମେୟର ଓ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ପାଇଁ ସ୍କୁଲ ସରିବାର ୨ ଘଣ୍ଟା ଯାଏ ରହିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

74th bana mahotsav
74th bana mahotsav
author img

By

Published : Jul 8, 2023, 10:21 AM IST

74th bana mahotsav

ଭୁବନେଶ୍ବର: ରାଜଧାନୀ ସ୍ଥିତ ବଡ଼ଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ୭୪ତମ ବନ ମହୋତ୍ସବ ପାଳିଛନ୍ତି ମେୟର ସୁଲୋଚନା ଦାସ ଓ ମନ୍ତ୍ରୀ ଅଶୋକ ପଣ୍ଡା । ଦିନକୁ ଦିନ ପରିବେଶ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବୃକ୍ଷରୋପଣର ନିତାନ୍ତ ଆବଶ୍ୟକତା ରହିଛି l ତେଣୁ ବୃକ୍ଷରୋପଣ ଦ୍ୱାରା ଏହାକୁ ରୋକିବା ଉଦ୍ଦେଶ୍ୟରେ ବିଏମସି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଇଛି ।

ଏନେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଓଡ଼ିଶାରେ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ବୃକ୍ଷ ଲୋପ ପାଉଛି । ତେଣୁ ପ୍ରତ୍ୟେକ ବ୍ୟକ୍ତିର ଦାୟିତ୍ଵ ହେଉଛି ସମସ୍ତେ ଗଛ ଲଗାନ୍ତୁ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରନ୍ତୁ । ରାଜଧାନୀରେ ପ୍ରାକୃତିକ ପରିବେଶ ସୃଷ୍ଟି ପାଇଁ ଏକାମ୍ର କାନନ ଓ ଜୟଦେବ ବାଟିକା ରହିଛି । ଏକ ନୂତନ ପ୍ରାକୃତିକ ପରିବେଶ କଳିଙ୍ଗ ବିହାରରେ ଉଦଘାଟନ ମଧ୍ୟ ହେବ । ଏହାକୁ ନଜରରେ ରଖି ପୁରା ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି । ତେଣୁ ସମସ୍ତ ରାଜଧାନୀବାସୀଙ୍କୁ ପ୍ରକୃତିର ସନ୍ତୁଳନ ଓ ପରିବେଶର ସୁରକ୍ଷା ପାଇଁ ଗଛଟିଏ ଲଗାଇବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି l

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ବୃକ୍ଷର ସୁରକ୍ଷାକୁ ନେଇ ପ୍ଲା କାର୍ଡରେ ସଚେତନତାର ବାର୍ତ୍ତା ଦେଇଥିଲେ l କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବନ ମହୋତ୍ସବର ଗୁରୁତ୍ୱକୁ ମଧ୍ୟ ବୁଝିଥିଲେ l ହେଲେ ଏଠାରେ ଏକ ବିଡମ୍ବନା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ତିନି ଥର ଖରାରେ ଆସି ଛିଡା ହେବାକୁ ପଡିଥିଲା l କାରଣ ଗତକାଲିର ଏହି କାର୍ଯ୍ୟକ୍ରମର ସମୟକୁ ଦୁଇ ଥର ଘୁଞ୍ଚାଯାଇଥିବା ବେଳେ ତିନି ଥରରେ ନିର୍ଦ୍ଧାରିତ ହୋଇଥିବା ସମୟରେ ଅର୍ଥାତ ୪ଟାରେ କରାଯାଇଥିଲା । ବନ ମହୋତ୍ସବ ପାଳନ ପାଇଁ ଦୁଇ ଥର ପଡିଆକୁ ଆସି ଫେରିଥିବା ବେଳେ ୪ଟା ବେଳେ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ପିଲା ଖରାରେ ଏକ ଘଣ୍ଟା ଛିଡା ହେବା ପରେ ମହୋତ୍ସବ ପାଳନ ହୋଇଥିଲା । ଆଉ ସ୍କୁଲ ସରିବାର ୨ ଘଣ୍ଟା ଯାଏ ରହିବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ- ୭୪ତମ ବନ ମହୋତ୍ସବ, ଚଳିତ ବର୍ଷ ୮ ହଜାର ହାଇସ୍କୁଲରେ ଲାଗିବ ଗଛ

ପିଲାମାନଙ୍କୁ ଛିଡା ହେବାକୁ କଷ୍ଟ ଲାଗୁଥିଲେ ମଧ୍ୟ ସାର ମାଡାମଙ୍କ କଥା ମାନି ସେମାନଙ୍କୁ ରହିବାକୁ ପଡିଥିଲା ବୋଲି କହିଛନ୍ତି l ସେପଟେ ଏହି ମନ ମୁତାବକ ସମୟ ପରିବର୍ତ୍ତନ ଓ ପିଲାମାନଙ୍କୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବା ବେଳେ ଏ କଥାକୁ ଏଡାଇ ଦେଇଛନ୍ତି ମନ୍ତ୍ରୀ ଓ ମେୟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.