ETV Bharat / state

ଷୋଡ଼ଶ ବିଧାନସଭା: 67 ନୂଆ ବିଧାୟକଙ୍କ ନାଁରେ ଅପରାଧିକ ମାମଲା

ADR ରିର୍ପୋଟ ମୁତାବକ ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇଥିବା 146 ବିଧାୟକଙ୍କ ମଧ୍ୟରୁ 67 ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା ।

author img

By

Published : May 27, 2019, 2:35 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି 16ତମ ବିଧାନସଭା । ରାଜ୍ୟରେ ନିର୍ବାଚିତ ହୋଇଛନ୍ତି 146 ବିଧାୟକ । ସେମାନଙ୍କ ମଧ୍ୟରୁ 67 ନବ-ନିର୍ବାଚିତ ପ୍ରତିନିଧିଙ୍କ ନାମରେ ରହିଛି ଅପରାଧିକ ମାମଲା । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି ।

ଏଡ଼ିଆର ରିର୍ପୋଟ ମୁତାବକ ଓଡିଶା ବିଧାନସଭାର ସମୁଦାୟ ସଦସ୍ୟଙ୍କ ମଧ୍ୟରୁ 46 ପ୍ରତିଶତ ବିଧାୟକଙ୍କ ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ଅଛନ୍ତି । 2014 ନିର୍ବାଚନରେ 52 ଜଣଙ୍କ ନାମରେ ମାମଲା ଥିବା ବେଳେ ଏହି ପ୍ରତିଶତ ଥିଲା 35 । ହତ୍ୟା ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗରେ 52 ଜଣ ବିଧାୟକଙ୍କ ନାମରେ ରହିଥିଲା ଏପରି ମାମଲା ।

ଷୋଡ଼ଶ ବିଧାନସଭା ପାଇଁ ନିର୍ବାଚିତ ହୋଇଥିବା 11 ଜଣ ସଦସ୍ୟଙ୍କ ନାମରେ ରହିଛି ହତ୍ୟା ଅଭିଯୋଗ । ରିର୍ପୋଟ ମୁତାବକ ନୂଆକରି ନିର୍ବାଚିତ ହୋଇଥିବା ବିଜେଡିର 112 ବିଧାୟକଙ୍କ ମଧ୍ୟରୁ 46 ଜଣଙ୍କ ନାମରେ ଅପରାଧିକ ଅଭିଯୋଗ ଥିବା ବେଳେ 33 ବିଧାୟକଙ୍କ ନାମରେ ରହିଛି ସଙ୍ଗୀନ ମାମଲା ।

ସେହିପରି ନର୍ବାଚିତ ହୋଇଥିବା ବିଜେପି 23 ବିଧାୟକ ମଧ୍ୟରୁ 14 ଜଣ ଓ କଂଗ୍ରେସର 9 ଜଣଙ୍କ ମଧ୍ୟରୁ 6 ଜଣଙ୍କ ନାମରେ ରହିଛି ଥାନାରେ ମାମଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.