ETV Bharat / state

ଦାବି ପୂରଣ ନହେଲେ ମୂଲ୍ୟାଙ୍କନ ବର୍ଜନ, ଧମକ ଦେଲା ୬୬୨ ବର୍ଗ କଲେଜ ସଂଘ - କଳା ପଟି ବାନ୍ଧି ପ୍ରତିବାଦ କଲେ ହଜାର ହଜାର ଅଧ୍ୟାପକ

ଦାବି ପୂରଣ ନହେଲେ ମୂଲ୍ୟାଙ୍କନ ବର୍ଜନ ଧମକ ଦେଇଛି ୬୬୨ ବର୍ଗ କଲେଜ ସଂଘ । କଳା ପଟି ବାନ୍ଧି ପ୍ରତିବାଦ କଲେ ହଜାର ହଜାର ଅଧ୍ୟାପକ ଓ କର୍ମଚାରୀ । ଅଧିକ ପଢନ୍ତୁ

662 category college union protest
662 category college union protest
author img

By

Published : Apr 7, 2023, 11:12 AM IST

662 category college union protest

ଭୁବନେଶ୍ବର: ଦାବି ପୂରଣ ନହେଲେ ମୂଲ୍ୟାଙ୍କନ ବର୍ଜନ ଧମକ । କଳା ପଟି ବାନ୍ଧି ପ୍ରତିବାଦ କଲେ ହଜାର ହଜାର ଅଧ୍ୟାପକ ଓ କର୍ମଚାରୀ । ଯଦି ଯୁକ୍ତ ଦୁଇ ମୂଲ୍ୟାଙ୍କନ ପୂର୍ବରୁ ଦାବି ପୂରଣ ନ କରନ୍ତି ତେବେ ମୂଲ୍ୟାଙ୍କନ ବର୍ଜନ କରିବାକୁ ଧମକ ଦେଇଛି ୬୬୨ ବର୍ଗ କଲେଜ ସଂଘ । ଏନେଇ ୬୬୨ ବର୍ଗ କଲେଜ ସଂଘର ହଜାର ହଜାର ସଂଖ୍ୟାର ଅଧ୍ୟାପକ ଓ କର୍ମରୀମାନେ ଗତକାଲି ଏକ ବିଶାଳ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ଲୋୟର ପିଏମଜିରେ ସରକାରଙ୍କ ଉଦାସୀନତାର ତୀବ୍ର ପ୍ରତିବାଦ କରିଛନ୍ତି । ଦୀର୍ଘ ୫୩ ଦିନର ଅହୋରାତ୍ର ଧାରଣା ପରେ ଗତକାଲି ଏକ ଅଭିନବ ଢଙ୍ଗରେ ସମସ୍ତେ ମୁହଁରେ କଳାପଟି ବାନ୍ଧି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ଗତ ଫେବୃୟାରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଅହୋରାତ୍ର ଆନ୍ଦୋଳନର 15 ଦିନ ପରେ ସରକାର ଆଲୋଚନାକୁ ଡାକିଥିଲେ । ମାର୍ଚ୍ଚ ୧୦ ରୁ ୧୨ ତାରିଖ ମଧ୍ୟରେ ମନ୍ତ୍ରୀସ୍ତରୀୟ କମିଟି ବସି ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଲୋଚନାରେ ମନ୍ତ୍ରୀ ସ୍ତରୀୟ କମିଟିର ଚେୟାରମ୍ୟାନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଆଲୋଚନା ପରେ ରାଜ୍ୟରେ +୨ ପରୀକ୍ଷାକୁ ଅଧ୍ୟାପକମାନେ ସୂଚାରୁରୂପେ ପରିଚାଳନା କଲେ କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଆଲୋଚନା ନ କରି ନୀରବ ହୋଇ ବସି ରହିଛନ୍ତି । ଯାହାକୁ ନେଇ ତୀବ୍ର ଆନ୍ଦୋଳନ ରୂପ ନେବାରେ ବସିଛି ।

ପ୍ରକାଶ ଥାଉକି, ସମାନ ଟ୍ରେଡ-ପେ କୁ ସମାନ ଦରମା ବୃଦ୍ଧି, ସମସ୍ତ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ଦେବା ଓ ପେନସନ୍ ପରିସରଭୂକ୍ତ କରିବା, ୨୦୧୮ କି.ଓରେ ଅନ୍ତର୍ଭୁକ୍ତ କର୍ମରୀମାନଙ୍କୁ ୭ମ ବେତନ କମିଶନ ହାରରେ ଦରମା ଦେବା, ଅନୁଦାନରୁ ବାଦ୍ ପଡିଥିବା କର୍ମରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଇତ୍ୟାଦି ୪ ଦଫା ଦାବି ନେଇ ସଂଘ ଦୀର୍ଘ ଦିନ ହେଲା ଆନ୍ଦୋଳନ କରି ଆସୁଛି ସଂଘ । ହେଲେ ସରକାରଙ୍କ ଏନେଇ କର୍ଣ୍ଣପାତ କରୁନାହାନ୍ତି ।

କେବଳ ପ୍ରତିଶ୍ରୁତି ଦେଇ ସରକାର କର୍ମଚାରୀ ମାନଙ୍କୁ ଠକି ଚାଲିଛନ୍ତି । ଏହାର ପ୍ରତିବାଦରେ ହଜାର ହଳାର ସଂଖ୍ୟାର ଅଧ୍ୟାପକ ଓ କର୍ମରୀମାନେ ମୁହଁରେ କଳାପଟି ବାନ୍ଧି ଦୃଢ ପ୍ରତିବାଦ ସହ ସନ୍ଧ୍ୟାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଯଦି ସରକାର ଅତିଶୀଘ୍ର ଦାବି ଗୁଡ଼ିକ ସମାଧାନ ନ କରନ୍ତି ତେବେ ଆଗାମୀ +୨ ବାର୍ଷିକ ପରୀକ୍ଷା ମୂଲ୍ୟାୟନ ବର୍ଜନ କରିବା ଭଳି କଠୋର ନିଷ୍ପତ୍ତି ନେବା ପାଇଁ ସଂଘ ଚିନ୍ତା କରିବ ବୋଲି ସଂଘର ସଭାପତି ଗୋଲକ ନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.