ETV Bharat / state

ଶହୀଦଙ୍କୁ ତୋପ ସଲାମୀ, ରାଜ୍ୟରେ ପାଳିତ ହେଲା ୬୪ତମ ପୋଲିସ ଶହୀଦ ଦିବସ

author img

By ETV Bharat Odisha Team

Published : Oct 21, 2023, 8:08 PM IST

ରାଜ୍ୟରେ ପାଳିତ ହୋଇଛି ୬୪ ତମ ପୋଲିସ ଶହୀଦ ଦିବସ । ବୀର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ପୋଲିସ ବିଭାଗ । ଅଧିକ ପଢନ୍ତୁ

ଶହୀଦଙ୍କୁ ତୋପ ସଲାମୀ , ପାଳିତ ହେଲା ୬୪ତମ ପୋଲିସ ଶହୀଦ ଦିବସ

ଭୁବନେଶ୍ୱର: ରାଜ୍ୟରେ ପାଳିତ ହୋଇଛି ୬୪ତମ ପୋଲିସ ଶହୀଦ ଦିବସ । ଦେଶ ପାଇଁ ଜୀବନ ଦେଇଥିବା ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରତେକ ଜିଲ୍ଲାର ସଦର ମହାକୁମାରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର କର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । କେନ୍ଦୁଝର,କଳାହାଣ୍ଡି,ବଲାଙ୍ଗୀର ସମେତ ଯାଜପୁର,ରାଉରକେଲା ଶହୀଦ ବୀର ଯବାମାନଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।୧୯୫୯ ମସିହାରେ ଚୀନ ସୈନ୍ୟଙ୍କ ବିରୋଧରେ ଲଦାଖରେ ଭାରତୀୟ ଯବାନ ସାହସିକତାର ସହ ଲଢେଇ କରିଥିଲେ ।ଏଥିରେ ୧୦ ଜଣ ଯବାନ ଶହୀଦ ହୋଇଥିଲେ । ତେଣୁ ସେହି ଦିନ ଠାରୁ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ପୋଲିସ ଶହୀଦ ଦିବସ ଭାବେ ପାଳନ ହୋଇଆସୁଛି ।

କେନ୍ଦୁଝରରେ ପୋଲିସ ଶହୀଦ ଦିବସ ପାଳନ:କେନ୍ଦୁଝର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ୬୪ତମ ପୋଲିସ ଶହୀଦ ଦିବସ ଅନୁଷ୍ଠିତ ହୋଇଯାଇଛି । ଏକ ସ୍ୱତନ୍ତ୍ର ପ୍ୟାରେଡରେ ଏସପି ନୀତିନ କୁଶଲକର ଡାଗଡ଼ୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । ରାଜ୍ୟ ତଥା ଦେଶରେ ପୋଲିସ ସିଆରପିଏଫ , ଏନଡିଆରଏଫ, ଅଗ୍ନିଶମ ବାହିନୀ ସିଆଇଏସଏଫରେ କର୍ତ୍ତବ୍ୟରତରେ ଶହୀଦ ଯବାନ ମାନଙ୍କ ନାମ ସ୍ମରଣ କରି ଶହୀଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୋଲିସ ବାହିନୀ ଶହୀଦ ଯବାନଙ୍କ ଉଦେଶ୍ୟରେ ଶହୀଦ ସମ୍ମାନ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ,ଡ଼ିଏଫଓ ଧନରାଜ ଏଚଡି, ପୌର ନିର୍ବାହୀ ଅଧିକାରୀ ମଧୁସମିତା ସାମନ୍ତରାୟ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକାଶ ସାହୁ ସେମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

କଳାହାଣ୍ଡିରେ ପୋଲିସ ଶହୀଦ ଦିବସ: ଜିଲ୍ଲା ପୋଲିସ ପକ୍ଷରୁ ୬୪ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଭବାନୀପାଟଣା ଠାରେ ଥିବା ରିଜର୍ଭ ପୋଲିସ ପଡିଆ ଠାରେ ଏହି ଦିବସ ପାଳନ କରାଯାଇଛି । ଏସପି ଅଭିଳାଷ ଜି ,ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗଦେଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶହୀଦ ପରିବାରକୁ ମଧ୍ୟ ଗଭୀର ସମ୍ବେଦନା ଜଣାଇଛନ୍ତି । ଏସପି କହିଥିଲେ,"ଏହି କାର୍ଯ୍ୟକ୍ରମରେ ଆମେ ଅଙ୍ଗୀକାରବଦ୍ଧ ହୋଇଛୁ ଯେ ଦେଶମାତୃକାର ସେବା ଲାଗି ନିଜର ନିଷ୍ଠା ଜାରି ରଖିବୁ । ଏହାସହିତ ଡ୍ୟୁଟିରେ ଥାଇ ନିଜ ଆତ୍ମବଳି ଦେଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।"

ବଲାଙ୍ଗୀରରେ ପୋଲିସ ଶହୀଦ ଦିବସ: ବଲାଙ୍ଗୀରରେ 64 ତମ ପୋଲିସ ଶହୀଦ ଦିବସ ପୋଲିସ୍ ପାଳିତ ହୋଇ ଯାଇଛି । ପୋଲିସ ପ୍ୟାରେଡ ସହ ଶହୀଦଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ବଲାଙ୍ଗୀର ସ୍ଥାନୀୟ ମନୋହର ପୋଲିସ ପଡିଆରେ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଏସପି ରିଷିକେଶ ଖିଲାରୀ ଯୋଗଦାନ କରି ଅଭିବାଦନ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ବାର୍ତ୍ତା ପଠନ ପରେ ଗତ ଗୋଟିଏ ବର୍ଷ ମଧ୍ୟରେ ପୋଲିସ ସେବାରେ ଶହୀଦ ହୋଇଥିବା ୧୮୮ ଜଣ ପୋଲିସ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଏହା କର୍ଯ୍ୟକ୍ରମରେ ଏସପି ରିଷିକେଶ ଖିଲାରୀ,ସୁରେଶ ନାଏକ, ବିଦ୍ୟୁତ ପଣ୍ଡା,ଏସ୍‌ଡିପିଓ ତୋଫାନ ବାଗଙ୍କ ସହ ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ...64ତମ ଶହୀଦ ସ୍ମୃତି ଦିବସ ପାଳିଲା ଓଡ଼ିଶା ପୋଲିସ

ଯାଜପୁରରେ ପୋଲିସ ଶହୀଦ ଦିବସ: ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଜିଲ୍ଲା ପୋଲିସ ପକ୍ଷରୁ ଶହୀଦ ପୋଲିସ ସ୍କୃତି ଦିବସ ପାଳିତ ହୋଇଛି l ପୋଲିସ ପକ୍ଷରୁ ଆୟୋଜିତ ପୋଲିସ ଶହୀଦ ସ୍ମୃତି ଦିବସରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ l ପୋଲିସ ବିଭାଗ ପ୍ରତିଷ୍ଠା ହେବା ଦିନ ଠାରୁ ଦେଶ ପାଇଁ ଶହୀଦ ହେଇଥିବା ବୀର ଶହୀଦ ପୋଲିସ ମାନଙ୍କୁ ମନେପକାଇ ତାଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଜିଲ୍ଲାରେ ପୋଲିସ କାର୍ଯ୍ୟ ବେଳେ ଶହୀଦ ହେଇଥିବା ପୋଲିସ ପରିବାରକୁ ଆରକ୍ଷୀ ଅଧୀକ୍ଷକ ସମ୍ବର୍ଦ୍ଧିତ କରିଥିଲେ l

ରାଉରକେଲାରେ ପୋଲିସ ଶହୀଦ ଦିବସ: ରାଉରକେଲାରେ ପାଳନ ହେଲା ଶହୀଦ ସ୍ମୃତି ଦିବସ । 19 ତମ ବାଟାଲିୟନ ସିଆରପିଏଫରେ ଆୟୋଜିତ ହୋଇଛି ଏହି ଶହୀଦ ସ୍ମୃତି ଦିବସ । ଏହି ଅବସରରେ 1959ରେ ଚୀନ ଦ୍ୱାରା ଭାରତ ଉପରେ ହୋଇଥିବା ନରସଂହାରରେ ଶହୀଦ ହୋଇଥିବା ସିଆରପିଏଫ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଦିନ ଚାଇନା ପକ୍ଷରୁ ଲଦାଖ ଅଞ୍ଚଳରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସିଆରପିଏଫ 10 ଯବାନ ପ୍ରାଣବଳୀ ଦେଇଥିଲେ । ଏହି ବୀର ଯବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବାରୁ ଆଜିର ଦିନ ରାଉରକେଲାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶହୀଦ ଯବାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶହୀଦଙ୍କ ଉଦ୍ଦେଶ୍ୟରେ ପରେଡ଼ ଓ ତୋପ ସଲାମୀ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.