ETV Bharat / state

ପାଟ୍ରୋଲିଂ ବେଳେ 61 କେଜି ଗଞ୍ଜେଇ ଜବତ, କାର୍ ସହ 3 ଗିରଫ - khurda excise department ganja seized

ଖୋର୍ଦ୍ଧା ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ 3 ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ 61 କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ।

ganja seized
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Nov 27, 2019, 12:30 PM IST

ଖୋର୍ଦ୍ଧା: ପାଟ୍ରୋଲିଂ ବେଳେ 3 ଗଞ୍ଜେଇ ଚାଲାଣକାରୀ ଗିରଫ । ଖୋର୍ଦ୍ଧା ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ 3 ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ 61 କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ, ବୁଧବାର ଭୋର ସମୟରେ ଖୋର୍ଦ୍ଧା 16ନଂ ଜାତୀୟ ରାଜପଥରେ ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଦ୍ବାରା ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ବାଲିଗୁଡାରୁ ଆସୁଥିବା ଏକ କାରକୁ ସନ୍ଦେହରେ ସ୍କ୍ବାର୍ଡ ଅଟକାଇଥିଲେ । ଏହାପରେ ଯାଞ୍ଚ ବେଳେ କାର ମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା ।

ଏହାପରେ ଅବକାରୀ ବିଭାଗ କାରରେ ଥିବା 3ଜଣଙ୍କୁ ଗିରଫ କରିବା ସହ 61କେଜି ଗଞ୍ଜେଇ ଭର୍ତ୍ତି ବସ୍ତା ଏବଂ ବ୍ୟବହୃତ କାରକୁ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କାର୍ତ୍ତିକ ବେହେରା, ମହେଶ୍ବର ନାୟକ ଏବଂ ତୁଷାର ଲେଙ୍କା । ଏମାନେ ବାଲିଗୁଡାରୁ ଜାରକାକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଗଂଜେଇ ସହ କାର ଜବତ : ତିନି ଗିରଫ

Body:ଖୋର୍ଦ୍ଧା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ହାତରେ ଗଞ୍ଜେଇ ଚାଲାଣକାରୀ ଧରାପଡିଛନ୍ତି । 16ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡାରୁ ଆସୁଥିବା ଏକ କାରକୁ ସନ୍ଦେହରେ ଅଟକାଇବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ଅବକାରୀ ବିଭାଗ କାରରେ ଥିବା 3ଜଣଙ୍କୁ ଗିରଫ କରିବା ସହ 61କେଜି ଗଞ୍ଜେଇ ଭର୍ତ୍ତି ବସ୍ତା ଏବଂ ବ୍ୟବହୃତ କାରକୁ ଜବତ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ କାର୍ତିକ ବେହେରା,ମହେଶ୍ୱର ନାୟକ ଏବଂ ତୁଷାର ଲେଙ୍କା । ଏମାନେ ବାଲିଗୁଡାରୁ ଜାରକାକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେହିପରି ଆଜି ସକାଳୁ ଅନ୍ୟଏକ ଘଟଣାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଛକରୁ 3କେଜି ଗଂଜେଇ ସହ ଜଣେ ବ୍ୟକ୍ତିକୁ ଅବକାରୀ ବିଭାଗ ଗିରଫ କରିଥିଲା ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.