ETV Bharat / state

କେରଳରୁ ଫେରିବେ 600 ପ୍ରବାସୀ ଓଡ଼ିଆ: ପ୍ରସ୍ତୁତ ଖୋର୍ଦ୍ଧା ରୋଡ଼ ଷ୍ଟେସନ - ଲକଡାଉନ

600 ପ୍ରବାସୀ ଓଡ଼ିଆଙ୍କୁ ନେଇ କେରଳରୁ ବାହାରି ଥିବା ସ୍ୱତନ୍ତ୍ର ଟ୍ରେନ ଶନିବାର ରାତିରେ ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟେସନରେ ପହଞ୍ଚିବ ।ପ୍ରବାସୀଙ୍କର କୌଣସି ଅସୁବିଧା ନହେବ ସେଥିପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଅଧିକ ପଢନ୍ତୁ...

600 migrant Oriya to return from Kerala
କେରଳରୁ ଫେରିବେ 600 ପ୍ରବାସୀ ଓଡ଼ିଆ: ପ୍ରସ୍ତୁତ ଖୋର୍ଦ୍ଧା ରୋଡ଼ ଷ୍ଟେସନ
author img

By

Published : May 2, 2020, 3:56 PM IST

ଖୋର୍ଦ୍ଧା: କୋରୋନା ପାଇଁ ସାରାଦେଶ ଏବେ ଲକଡାଉନ । ଏଭଳି ସ୍ଥିତିରେ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ଯଥା ସମ୍ଭବ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏପଟେ ପ୍ରବାସୀ ଓଡ଼ିଆଙ୍କୁ ନେଇ କେରଳରୁ ବାହାରି ଥିବା ସ୍ୱତନ୍ତ୍ର ଟ୍ରେନ ଆଜି ରାତିରେ ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟେସନରେ ପହଞ୍ଚିବ । ଯେପରି ପ୍ରବାସୀଙ୍କର କୌଣସି ଅସୁବିଧା ନହେବ ସେଥିପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।

କେରଳରୁ ଫେରିବେ 600 ପ୍ରବାସୀ ଓଡ଼ିଆ: ପ୍ରସ୍ତୁତ ଖୋର୍ଦ୍ଧା ରୋଡ଼ ଷ୍ଟେସନ

ଏନେଇ ଆଜି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ରୋଡ଼ ଡିଆର୍‌ଏମଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ସମସ୍ତ ବରିଷ୍ଠ ଅଧିକାରୀ ମାନେ ସମସ୍ତ ଅଞ୍ଚଳ ବୁଲି ଦେଖିବା ସହିତ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । କେରଳରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ 600 ଲୋକ ସ୍ୱତନ୍ତ୍ର ଟ୍ରେନରେ ଫେରୁଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.