ETV Bharat / state

Tourism Conclave: ଫୋକସରେ ପର୍ଯ୍ୟଟନ କ୍ଷେତ୍ର, ଉଡାଣ ଯୋଜନାର ପରିବ୍ୟାପ୍ତ ପାଇଁ ପ୍ରସ୍ତାଵ - ପଞ୍ଚମ ଟୁରିଜିମ କନକ୍ଲେଭ

ରାଜଧାନୀ ଭୁବନେଶ୍ବରେ ଆୟୋଜିତ ହୋଇଛି ପଞ୍ଚମ ଟୁରିଜିମ କନକ୍ଲେଭ । ଏଥିରେ ଉଡାଣ ଯୋଜନାର ପରିବ୍ୟାପ୍ତ ଉପରେ ଗୁରୁତ୍ବ ଦିଆଯାଇଛି । ଯାହାଦ୍ବାରା ବିମାନ ଯୋଗେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକମାନେ ଆସିପାରିବେ । ଅଧିକ ପଢନ୍ତୁ

Tourism Conclave
Tourism Conclave
author img

By

Published : Feb 23, 2023, 9:40 PM IST

Tourism Conclave: ଫୋକସରେ ପର୍ଯ୍ୟଟନ କ୍ଷେତ୍ର
ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ ଗୁରୁବାର ଆୟୋଜିତ ହୋଇଛି ୫ମ ଟୁରିଜିମ କନକ୍ଳେଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଛନ୍ତି । ଏହି ଅବସରରେ ପର୍ଯ୍ୟଟନକୁ ପ୍ରାଥମିକ କ୍ଷେତ୍ର ଭାବରେ ଘୋଷଣା କରିବା ଏବଂ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଉପରେ ଲକ୍ଷ୍ୟ ରଖାଯାଇ ଉଡାଣ ଯୋଜନାର ପରିବ୍ୟାପ୍ତ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

ପର୍ଯ୍ୟଟନ ବିଭାଗର ଟାର୍ଗେଟରେ ରହିଛନ୍ତି ବିଦେଶୀ ପର୍ଯ୍ୟଟକ ରହିଛନ୍ତି । କାରଣ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ପର୍ଯ୍ୟଟନ ବିଭାଗର ଅର୍ଥନୀତିରେ ସୁଧାର ଆସିବା । ତେଣୁ ଉଡାଣ ଯୋଜନାରେ ପରିବ୍ୟାପ୍ତର ଆବଶ୍ୟକତା ରହିଛି । ଉଡାଣ ଯୋଜନାରେ ପରିବ୍ୟାପ୍ତ ପାଇଁ ହେଉଛି ଏୟାର କନକ୍ଟେଭିଟି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନିଆଯାଉଛି ପଦକ୍ଷେପ । ଦେଓମାଳି ସହ ନୂଆ ନୂଆ ପର୍ଯ୍ୟଟନ ସ୍ଥଳୀର ଚାଲିଛି ନବକଳେବର । ପର୍ଯ୍ୟଟନ ବିଭାଗକୁ ନୂଆ ଦିଶା ଦେଖାଇଛି ହକି ବିଶ୍ବକପ । ଭୁବନେଶ୍ବରରେ ଅନୁଷ୍ଠିତ ୫ମ ଟୁରିଜିମ କନକ୍ଳେଭରେ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ।

ପଞ୍ଚମ ଟୁରିଜିମ କନକ୍ଲେଭ
ପଞ୍ଚମ ଟୁରିଜିମ କନକ୍ଲେଭ

ଆଗକୁ ଗୋଆ, ମାଲେସିଆ, ରାଜସ୍ଥାନର ଉଦୟପୁର, ଗୋଆ, କେରଳ ପରିବର୍ତ୍ତେ ଓଡ଼ିଶାକୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଫୋକସରେ ପର୍ଯ୍ୟଟନ କ୍ଷେତ୍ର ରହିଥିବା ବେଳେ ମଧ୍ୟବିତ୍ତଙ୍କ ପକେଟ ସୁହାଇଲା ଭଳି ହେବ ଯୋଜନା ହେବ ବୋଲି କହିଛନ୍ତି ପର୍ଯ୍ୟଟନ ସଚିବ। ତେଣୁ ଲୋକଙ୍କ ୱିକେଣ୍ଡ ପାଇଁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ପ୍ୟାକେଜ । ବିକଶିତ ହେବ ନୂଆ ନୂଆ ଡେଷ୍ଟିନେସନ୍ । ଏହାସହ ବିଳାସପୂର୍ଣ୍ଣ ନୌଯାତ୍ରାର ମଜା ମଧ୍ୟ ନେବେ ପର୍ଯ୍ୟଟକ । ଆରମ୍ଭ ହେବ ୟାଚ୍, କରାମାଇନ୍ ଏବଂ ଉଇକେଣ୍ଡ ଟୁରିଜିମ୍ ବ୍ୟବସ୍ଥା ।

ଏହା ବି ପଢନ୍ତୁ- ମସ୍ତିଷ୍କ ଜ୍ବର ରିପୋର୍ଟ ନେଇ ଟେନସନ୍‌ରେ ସ୍ବାସ୍ଥ୍ୟ ବିଭାଗ, ଲକ୍ଷଣ ନଥିବା ରୋଗୀଙ୍କ ଆସୁଛି ପଜିଟିଭ

ଦେଓମାଳିର ବିକାଶ ସହ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଯୋଗାଯୋଗ ବ୍ୟବସ୍ଥା ହେବ। ଏହାସହ ପୁରୀ, କୋଣାର୍କ ଏବଂ ବିଭିନ୍ନ ମନ୍ଦିରର ବିକାଶ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ସାପ୍ତାହିକ ଛୁଟି କାଟିବା ପାଇଁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡିକୁ ପକେଟ ଫେଣ୍ଡଲି ଫରମାର୍ଟରେ ବିକଶିତ କରାଯିବ । ଯେଉଁଥିରେ ଲୋକମାନେ ୨ଦିନ ସେହି ସ୍ଥାନରେ କଟାଇ ପୁଣି ନିଜ ସ୍ଥାନକୁ ଫେରି ପାରିବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଶାସନ ସଚିବ ସୁରେନ୍ଦ୍ର କୁମାର । ସେପଟେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି ବୋଲି କହିଛନ୍ତି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ ଓଡ଼ିଶାର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି। କିନ୍ତୁ ବିମାନ ଯୋଗାଯୋଗ ନ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମ ଥିବା ସେ କହିଛନ୍ତି ।

ସିଙ୍ଗାପୁର ମାଲେସିଆକୁ କେବଳ ବିମାନ ସେବା ହେଲେ ହେବ ନାହିଁ, ଯେମିତି ଜୟପୁରକୁ ନିକଟରେ ବିମାନ ସେବା ଦିଆଗଲା ସେମିତି ଉଡାନ ସ୍କିମରେ ରାଜ୍ୟ ପର୍ଯ୍ୟଟନ ସ୍ଥଳୀଗୁଡିକୁ ବିମାନ ସଂଯୋଗ ହେବ । ଗତ ଜାନୁଆରୀରେ ଓଡ଼ିଶା ହକି ବିଶ୍ବକପ୍ ଆୟୋଜନ କରିଥିବାରୁ ବିଦେଶୀ ପର୍ଯ୍ୟଟକ ଏବଂ ବିଦେଶରେ ଓଡ଼ିଶା ପର୍ଯ୍ୟଟନ ପ୍ରଚାର ପ୍ରସାର ହୋଇଥିବାରୁ ହୋଟେଲ ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟପଟେ ନିକଟରେ କେନ୍ଦ୍ର ବଜେଟରେ ୫୦ଟି ପର୍ଯ୍ୟଟନ ସ୍ଥଳୀକୁ କେନ୍ଦ୍ର ସରକାର ଉନ୍ନତିକରଣ କରିବା ପାଇଁ ଘୋଷଣା କରିଛନ୍ତି ସେଥିରୁ ଅତିକମରେ ଓଡ଼ିଶାରେ ୨ଟି ପର୍ଯ୍ୟଟନ ସ୍ଥଳୀକୁ କେନ୍ଦ୍ର ଉନ୍ନତିକରଣ କରୁ ବୋଲି ହାରୋ ପ୍ରସ୍ତାବ ଦେଇଛି ।

ସେହିପରି ଏହି କନକ୍ଲେଭରେ ଭାରତୀୟ ହକିର ସଭାପତି ଦିଲୀପ ତିର୍କି କହିଛନ୍ତି, "ପର୍ଯ୍ୟଟନ ବିଭାଗ ଓ କ୍ରୀଡା ଉଭୟ ଓତପ୍ରୋତଃ ଭାବେ ଜଡିତ। ରାଜ୍ୟ ସରକାର ହକି ବିଶ୍ବକପର ଆୟୋଜନ କରି ଓଡ଼ିଶା ପର୍ଯ୍ୟଟନର ବିକାଶ କରିଛନ୍ତି । ଯେଉଁଥି ପାଇଁ ସାରା ବିଶ୍ବରେ ଭୁବନେଶ୍ବର ଏବଂ ରାଉଲକେଲାକୁ ନେଇ ଚର୍ଚ୍ଚା ହେଉଛି । ଏବେ ବି ବିଦେଶୀ ପର୍ଯ୍ୟଟକମାନେ ଆସି ରାଉରକେଲା ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି । ଏଥିପାଇଁ କ୍ରୀଡା କ୍ଷେତ୍ରର ସୁନାମ ପୁରା ବିଶ୍ବରେ ହୋଇପାରିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.