ETV Bharat / state

ଖୋର୍ଦ୍ଧ ଗସ୍ତରେ 5T ସଚିବ ପାଣ୍ଡିଆନ, ସଭାସ୍ଥଳ ଛାଡି ଚାଲିଗଲେ ମହିଳା ! - 5t ସଚିବ ଭିକେ ପାଣ୍ଡିଆନ

ଦିନିକିଆ ଖୋର୍ଦ୍ଧ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ । ସଚିବଙ୍କ କାର୍ଯ୍ୟକ୍ରମକୁ ଅସିଥିବା ଲୋକଙ୍କ ମଧ୍ୟରେ ଦେଖାଦେଇଥିଲା ଆସନ୍ତୋଷ । ଅଧିକ ପଢନ୍ତୁ

ଦିନିକିଆ ଖୋର୍ଦ୍ଧ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

author img

By ETV Bharat Odisha Team

Published : Aug 22, 2023, 9:36 PM IST

ଖୋର୍ଦ୍ଧ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ

ଖୋର୍ଦ୍ଧା : ଦିନିକିଆ ଗସ୍ତରେ ଖୋର୍ଦ୍ଧା ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ । ସଚିବଙ୍କର ଆଜି ଗୋଟିଏ ଦିନରେ ବେଗୁନିଆ, ଖୋର୍ଦ୍ଧା ଏବଂ ବାଣପୁରରେ କାର୍ଯ୍ୟକ୍ରମ ରହିଥିଲା । ହେଲେ ସଚିବଙ୍କ କାର୍ଯ୍ୟକ୍ରମକୁ ଅସିଥିବା ଲୋକଙ୍କ ମଧ୍ୟରେ ଆସନ୍ତୋଷ ଦେଖାଦେଇଥିଲା । ପାଣି ବୋତଲ ସଭାସ୍ଥଳକୁ ମନା ହୋଇଥିବା ବେଳେ, କାର୍ଯ୍ୟକ୍ରମରେ ପାଣି ଦେଇନଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ବସିବା ପାଇଁ ସ୍ଥାନ ନିଥିବା ବେଳେ ଲୋକଙ୍କ ଘଣ୍ଟା ଘଣ୍ଟା ଛିଡା କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାସହ ସ୍ଥାନୀୟ ପ୍ରତିନିଧିଙ୍କ ପାଇଁ ବିକିଛି ବ୍ୟବସ୍ଥା ନଥିବା ସମିତି ସଭ୍ୟ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଦିନିକିଆ ଗସ୍ତ ସମୟରେ ସଚିବ ପ୍ରଥମେ ବେଗୁନିଆ ମିନି ଷ୍ଟାଡିୟମରେ ନିର୍ଦ୍ଧାରିତ ସମୟରେ ହେଲିକ୍ୟାପ୍ଟର ଯୋଗେ ବେଗୁନିଆ ହେଲିପ୍ୟାଡ଼ରେ ପହଞ୍ଚି ଲୋକଙ୍କ ସହ ଭେଟି ଆଲୋଚନା କରିଥିଲେ । ସଚିବ ବେଗୁନିଆ କାର୍ଯ୍ୟକ୍ରମରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଠାରୁ 420 ଅଭିଯୋଗ ପାଇଥିବା ବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ସମାଧାନ କରାଯିବ ବୋଲି କହିଥିଲେ । ଏକ ମାସ ମଧ୍ୟରେ ଅଭିଯୋଗକାରୀଙ୍କ ପାଖକୁ ଫୋନ ଯିବ ଆଉ ସମାଧନା କରାଯିବ ବୋଲି କହିଥିଲେ 5t ସଚିବ ।

ତେବେ 5t ସଚିବଙ୍କୁ ଦେଖିବାକୁ ମହିଳା, ଯୁବକମାନଙ୍କ ଭିଡ ଲାଗିଥିଲା । ହେଲେ ସଭା ସ୍ଥଳୀକୁ ସଠିକ୍ ଭାବେ ପରିଚାଳନା କରାଯାଇ ନଥିବା ସଭାକୁ ଆସିଥିବା ମହିଳା ଅଭିଯୋଗ କରିଛନ୍ତି । ସଚିବଙ୍କ ଏହି ସଭାକୁ ଆସି ନାନା ଲୋକେ ବହୁ ଅସୁବିଧାରେ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ସଚିବଙ୍କ କାର୍ଯ୍ୟକ୍ରମ ପାଇଁ ନିର୍ବାଚନ ମଣ୍ଡଳୀରୁ ପ୍ରାୟ 20 ହାଜର ଲୋକ ଆସିବାର ସ୍ଥିର ହୋଇଥିଲା । ହେଲେ ସଭାସ୍ଥଳିରେ ସଠିକ୍ ବ୍ୟବସ୍ଥା କରାଯାଇନଥିବା ଲୋକେ ଅଭିଯୋଗ କରିବା ସହ ଚେୟାର ଫାଙ୍କା ପଡିଥିବାର ନଜର ଆସିଥିଲା।

ଅଧିକ ପଢନ୍ତୁ: Ink Attack: କାଳିମାଡର କାରଣ କହିଲେ ଭାସ୍କର, ପୁରୀ ଜିଲ୍ଲାପାଳଙ୍କୁ ମାଗିଲେ କ୍ଷମା

ସେହିପରି ସଭାସ୍ଥଳକୁ ଯିବା ପୂର୍ବରୁ ପାଣି ବୋତଲ ନେବାକୁ ଅନୁମତି ନଥିବାରୁ ପ୍ରବଳ ଗୁଳୁଗୁଳିରେ ପାଣିପାଇଁ ଡହଳ ବିକଳ ହୋଇଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ମଞ୍ଚରେ ସଚିବଙ୍କ ଭାଷଣ ଚାଲିଥିବା ସମୟରେ ମହିଳାମାନେ ସଭାସ୍ଥଳ ଛାଡି ଚାଲିଯାଉଥିବା ଦେଖାଯାଇଛି । ସେହିପରି ମଞ୍ଚ ଉପରେ ସଚିବଙ୍କ ଭାଷଣ ସମୟରେ ଶହ ଶହ ଚେୟାର ଫାଙ୍କା ପଡିଥିବା କରିଥିଲେ । ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆୟୋଜନ ହୋଇଥିବା ବେଳେ ଏହାକୁ ଉପଭୋଗ କରିବାକୁ ଜଣେ ହେଲେ ଲୋକ ରହି ନଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.