ETV Bharat / state

ବାଣପୁରରେ 5ଟି ସଚିବ, ନୂଆ ରୂପ ପାଇବ ଭଗବତୀ ପୀଠ

author img

By

Published : Nov 21, 2022, 7:14 AM IST

Updated : Nov 21, 2022, 9:30 AM IST

ଭଗବତୀ ପୀଠ ପରିଦର୍ଶନ କରିଛନ୍ତି 5ଟି ସଚିବଙ୍କ(5T Secretary VK Pandian) ସହ ପୁର୍ତ୍ତ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ । ଅଧିକ ପଢନ୍ତୁ

5ଟି ସଚିବ
5ଟି ସଚିବ

ଖୋର୍ଦ୍ଧା: ଖୋର୍ଦ୍ଧା ବାଣପୁର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭିକେ ପାଣ୍ଡିଆନ(5T Secretary VK Pandian) । ଭଗବତୀ ପୀଠ ପରିଦର୍ଶନ କରିଛନ୍ତି 5ଟି ସଚିବଙ୍କ ସହ ପୂର୍ତ୍ତ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ । ଏହା ସହିତ ବାଣପୁର ସହରର ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନକୁ ମଧ୍ୟ ଅନୁମୋଦନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ: ବେସାହାରା ବିସ୍ଥାପିତ, ପ୍ରତିଶ୍ରୁତି ଭୁଲିଗଲା ବେଦାନ୍ତ !

ବାଣପୁରରେ 5ଟି ସଚିବ

ସାରା ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରୁଛନ୍ତି 5ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ । ପରିଦର୍ଶନ ପରେ ଉକ୍ତ ମନ୍ଦିରକୁ ନୂତନ ରୂପରେଖ ଦିଆଯାଉଛି । ଏହିକ୍ରମରେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ମା’ ଭଗବତୀ ପୀଠ ପରିଦର୍ଶନ କରିଛନ୍ତି ବରିଷ୍ଠ ଅଧିକାରୀଗଣ । ପାଣ୍ଡିଆନ ସକାଳ ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ । ମନ୍ଦିର ମଧ୍ୟରେ ମାତ୍ର ୧୫ ମିନିଟ ସମୟ ଅତିବାହିତ କରିଥିଲେ 5ଟି ସଚିବ । ଉକ୍ତ ସମୟ ମଧ୍ୟରେ ମନ୍ଦିରର ବିଭିନ୍ନ ଉନ୍ନତି କରଣ ଯୋଜନା ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ପାଣ୍ଡିଆନ ମୋହର ମାରିଛନ୍ତି ।

ବରିଷ୍ଠ ଅଧିକାରୀଙ୍କ ପରିଦର୍ଶନ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ସ୍ଥାନୀୟ ଅଧିକାରୀ ମା’ ଭଗବତୀ ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ୱ ଅନୁଧ୍ୟାନ କରିଥିଲେ । ଏହା ସହ ବାଣପୁରରେ ବସଷ୍ଟାଣ୍ଡ, ଓସାର ରାସ୍ତା, ଡ୍ରେନେଜ ଆଦି ପ୍ରକଳ୍ପ ନିର୍ମାଣ ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ।

ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ, ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ, ବସ ଷ୍ଟାଣ୍ଡ ନିର୍ମାଣ ଓ ପାର୍କିଙ୍ଗ ବ୍ୟବସ୍ଥା ,ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ, ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ, ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ, ରୋଷ ଘର ଉନ୍ନତିକରଣ, ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ, ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର ଆଦି ଉପରେ ଆଲୋଚନା କରିଥିଲେ । ତେବେ ଉକ୍ତ ସମସ୍ତ ପ୍ରକଳ୍ପ ପାଇଁ ୫ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ଦିର ପାଖରେ କଲ୍ୟାଣମଣ୍ଡପ, ଯାତ୍ରୀ ବିଶ୍ରାମଗାର ଏବଂ ମନ୍ଦିର ଚାରିପାଖରେ ଥିବା ସରକାରୀ ଜମିକୁ ନେଇ ଉନ୍ନତି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି ଜାତୀୟ ରାଜପଥ 16ରୁ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରସସ୍ଥ କରିବା ପାଇଁ ପୂଜକଙ୍କ ଦ୍ୱାରା ପ୍ରସ୍ତାବ ଦିଆଯାଇଥିଲା । ଦିଆଯାଇଥିବା ପ୍ରସ୍ତାବର ତୁରନ୍ତ ଏଷ୍ଟିମେଟ କରି ପଠାଇବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 5t ସଚିବ । ପାଣ୍ଡିଆନଙ୍କ ଗସ୍ତ ପରେ ଦୁଇ ଦେବୀ ପୀଠ ନୂଆ ରୂପ ପାଇବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 21, 2022, 9:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.