ETV Bharat / state

VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା - 5T Secretary VK Pandian takes

ଓଡିଶା ରାଜନୀତିରେ ବଡ ହଲଚଲ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର । ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କଲା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ । ଭାରତୀୟ ପ୍ରଶାସନିକ ସେବାରୁ ଅବସର ପରେ ପାଣ୍ଡିଆନଙ୍କ ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ବଢିଲା ।

ରାଜନୀତିରେ  ପ୍ରବେଶ କରିବେ ପାଣ୍ଡିଆନ! VRS କୁ ମଞ୍ଜୁରୀ

author img

By ETV Bharat Odisha Team

Published : Oct 23, 2023, 9:38 PM IST

Updated : Oct 23, 2023, 10:59 PM IST

VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

ଭୁବନେଶ୍ବର: ଓଡିଶା ରାଜନୀତିରେ ବଡ ହଲଚଲ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର । ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କଲା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ । ଭାରତୀୟ ପ୍ରଶାସନିକ ସେବାରୁ ଅବସର ପରେ ପାଣ୍ଡିଆନଙ୍କ ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ବଢିଲା । ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସରର ନେଇ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲେ କାର୍ମିକ ମନ୍ତ୍ରାଳୟର ଅନୁସଚିବ । ଭିଆରଏସ ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନକୁ ଅନୁମୋଦନ ଦିଆଯାଇଥିବା ନେଇ ଜଣାଇଲେ କାର୍ମିକ ମନ୍ତ୍ରାଳୟର ଅନୁସଚିବ । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଞ୍ଜୁର ନେଇ ଚିଠି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜଣାଇଲା କେନ୍ଦ୍ର ।

ରାଜନୀତିରେ  ପ୍ରବେଶ କରିବେ ପାଣ୍ଡିଆନ! VRS କୁ ମଞ୍ଜୁରୀ
ରାଜନୀତିରେ ପ୍ରବେଶ କରିବେ ପାଣ୍ଡିଆନ! VRS କୁ ମଞ୍ଜୁରୀ

ତାମିଲନାଡୁର ମୂଳ ବାସିନ୍ଦା ଭି କାର୍ତ୍ତିକେୟନ ପାଣ୍ଡିଆନ ୨୦୦୦ ବ୍ୟାଚର ଓଡିଶା କ୍ଯାଡର IAS ଅଫିସର ହେଉଛନ୍ତି ପାଣ୍ଡିଆନ । ସୋନପୁର, ମୟୁରଭଞ୍ଜ, ଢେଙ୍କାନାଳ ଉପଜିଲ୍ଲାପାଳ ପରେ ଗଞ୍ଜାମ ଓ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ମଧ୍ୟ କାମ କରିଛନ୍ତି । 2005 ରୁ 2007 ଯାଏଁ ମୟୁରଭଞ୍ଜ, 2007 ରୁ 2011 ଯାଏଁ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଗତ ୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରୁଥିବା ଭିକେ ପାଣ୍ଡିଆନ, ୨୦୧୯ ମସିହାରୁ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । ଏହା ପର ଠାରୁ ପୁରା ସରକାରକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଏହା ପରେ ପରେ ବିଭିନ୍ନ ଜିଲ୍ଲା ଗସ୍ତ କରି ଚର୍ଚ୍ଚାରେ ଥିଲେ ।

ପ୍ରକାଶ ଯେ, ଅକ୍ଟୋବର ୨୦ରେ VRS ଆବେଦନ କରିଥିଲେ ପାଣ୍ଡିଆନ । ଇସ୍ତଫା ଗୃହୀତ ହୋଇଥିବା ଜଣାଇଲା କେନ୍ଦ୍ର କାର୍ମିକ ବିଭାଗ । ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହି ଆସିଥିବା ଭି କେ ପାଣ୍ଡିଆନ କାହିଁକି ସ୍ବେଚ୍ଛାକୃତ ଅବସର ନେଲେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କାହିଁକି ସେ ଅବସର ନେଲେ। ରାଜନୀତିରେ ସିଧା ସଳଖ ପ୍ରବେଶ କରିବା ନେଇ ଜୋର ଧରିଥିଲା । ଏପରିକି ବିରୋଧୀ ତାଙ୍କୁ ସିଧା ନିଶାନା କରିଥିଲେ । ଯଦି ରାଜନୀତି କରିବାର ଅଛି ତାହେଲେ ଚାକିରୀ ଛାଡି ରାଜନୀତିକୁ ଆସ ବୋଲି ଚ୍ୟାଲେଞ୍ଜ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ।

ପୂର୍ବରୁ ଭି କେ ପାଣ୍ଡିଆନ ସାରା ରାଜ୍ୟ ବୁଲି ଚର୍ଚ୍ଚା କୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ 30 ଜିଲ୍ଲା ରେ ସଭା ଆୟୋଜନ କରି ଜନଶୁଣାଣି କରିଥିଲେ। ପ୍ରତ୍ୟକ ଜିଲ୍ଲାକୁ ହେଲିକ୍ୟାପ୍ଟର ଗସ୍ତ ନେଇ ବିରୋଧୀଙ୍କ ଟାର୍ଗେଟରେ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ସେ ଜନ ଅଭିଯୋଗ ଶୁଣାଣି କରିବାକୁ ଆସିଛନ୍ତି ବୋଲି ସେ ନିଜର ବକ୍ତବ୍ୟ ରଖୁଥିଲେ ଯାହାକୁ ନେଇ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ।

ବିରୋଧୀ ବିଜେପି ଏବଂ କଂଗ୍ରେସ ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତକୁ ନେଇ ବିଜେଡି ଓ ସରକାରକୁ ସମାଲୋଚନା କରୁଥିଲେ। ଏପରିକି ତତ୍କାଳୀନ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରି ନିଜ ସମ୍ପାଦକୀୟ ଆଲେଖ୍ୟରେ ବିଜେଡିକୁ ସମାଲୋଚନା କରି ଦଳରୁ ତଡା ଖାଇଥିଲେ । ଏପରିକି ବିଜେପି ସାଂସଦ ଅପରାଜିତା ଏବଂ ରାଜ୍ୟ ସଭାପତି କେନ୍ଦ୍ର ସରକାରଙ୍କ ଡିଓପିଟିକୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେହିପରି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ସମାନ ଅଭିଯୋଗ କରିଥିଲେ ।

ଅନ୍ୟପଟେ ସରକାର ଓ ବିଜେଡି ଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଉଭା ହୋଇଥିଲେ ଭିକେ ପାଣ୍ଡିଆନ। ପୁରା ସରକାରକୁ ନିୟନ୍ତ୍ରଣରେ ରଖିବା ପରେ ଦଳୀୟ ବ୍ୟାପାରରେ ମଧ୍ୟ ହସ୍ତକ୍ଷେପ କରୁଥିବା ବିରୋଧୀ ଅଭିଯୋଗ କରନ୍ତି । ଗତ 3 ବର୍ଷ ଧରି 5ଟି ବିଭାଗ ଆରମ୍ଭ କରି ସବୁ ଠାରୁ ଅଧିକ ଚର୍ଚ୍ଚାରେ ଥିଲେ ପାଣ୍ଡିଆନ । 2019 ଠାରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କ ପରିବର୍ତ୍ତେ ପାଣ୍ଡିଆନଙ୍କୁ ବେଶୀ ଟାର୍ଗେଟ କରୁଥିଲେ । 2020 କୋଭିଡ ଆରମ୍ଭ ହେବା କ୍ଷଣି ପାଣ୍ଡିଆନ ସାରା ରାଜ୍ୟ ବୁଲିବା ଆରମ୍ଭ କରିଥିଲେ । ଜିଲ୍ଲାକୁ ଜିଲ୍ଲା ଯାଇ ଟିଏମସି ସେଣ୍ଟର ନିର୍ମାଣ ସହ ମେଡିକାଲ ଭିତ୍ତିଭୂମି ଓ ପ୍ରବାସୀଙ୍କ ଫେରିବା ଉପରେ କାର୍ଯ୍ୟ କରିଥିଲେ । କୋଭିଡ ପରେ ପରେ ବିଭିନ୍ନ ବିଭାଗୀୟ କାମର ସମୀକ୍ଷା ସମସ୍ୟା ନେଇ ସିଧା ଜିଲ୍ଲା ଗସ୍ତ କରିଥିଲେ । ଯାହାକୁ ନେଇ ରାଜନୀତି ଯୋରଦାର ବଢିବା ସହିତ ବିଜେଡି, ବିଜେପି ଓ କଂଗ୍ରେସ ମୁହାଁମୁହିଁ ହେଉଥିଲେ । ଗତ ଏକ ବର୍ଷ ହେଲା ବିରୋଧୀଙ୍କ ଆକ୍ରମଣ ସତ୍ବେ ପାଣ୍ଡିଆନ ଆହୁରୀ ତିବ୍ରଗତିରେ କାମ କରିବା ଆରମ୍ଭ କଲେ । ଘନ ଘନ ଜିଲ୍ଲା ଗସ୍ତ କରି ଏକ ପ୍ରକାର ଶାସନ ପ୍ରଶାସନକୁ ଚଳତଞ୍ଚଳ କଲେ । ସରକାର ଓ ବିଜେଡି ଭାବମୂର୍ତ୍ତୀ ସୁଧାରିବା ପାଇଁ ଉଦ୍ୟମ କଲେ । ବିଭିନ୍ନ ସରକାରୀ ଯୋଜନା ନେଇ ସିଧା ସଳଖ ଲୋକଙ୍କ ସହ ଆଲୋଚନା କଲେ । ପରେ ପରେ ନୂଆ ନୂଆ ଯୋଜନା, ସ୍କୁଲ ରୂପାନ୍ତରିକରଣ, ସହ ମଠ ମନ୍ଦିରକୁ ନୂଆ ରୂପ ଦେବା ପାଇଁ ଉଦ୍ୟମ କରିଥିଲେ । ଯଦିଓ କେତେକାଶଂରେ ସଫଳ ହୋଇଛନ୍ତି। ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ଦେଖି ବିଜେପି ତାଙ୍କୁ ସମାଲୋଚନା କରିବା ସହିତ ଚାକିରୀ ଛାଡି ରାଜନୀତି କରିବାକୁ ଆହ୍ବାନ ଦେଇଥିଲା । ଯାହା ଏବେ ହେବାକୁ ଯାଉଛି ।

ବର୍ତ୍ତମାନ ଚାକିରୀରୁ ଅବସରର ନେଇଥିବାରୁ ଏବେ ସିଧାସଖଳ ରାଜନୀତି କରିବାରେ ଆଉ କୌଣସି ସମସ୍ୟା ନାହିଁ । ଫଳରେ ପାଣ୍ଡିଆନ ଆଗାମୀ ନିର୍ବାଚନରେ ବିଜେଡିର ପରିଚାଳନା ଦାୟିତ୍ବ ସହ 2024 ସାଧାରଣ ନିର୍ବାଚନର ଟିକେଟ ବଣ୍ଟନ କରିବେ ବୋଲି ଆଲୋଚନା ଆରମ୍ଭ ହୋଇଛି । ଏହାସହ ରାଜ୍ୟର କୌଣସି ଏକ ଆସନରୁ ସିଧାସଳଖ ନିର୍ବାଚନ ମଧ୍ୟ ଲଢିପାରନ୍ତି । ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ଗ୍ରହଣୀୟତା ନେଇ କୌଣସି ଆଶଙ୍କା ନାହିଁ । କାରଣ ବିଜେଡିରେ ତାଙ୍କୁ କେହି ବିରୋଧ କରିନାହାଁନ୍ତି । ଯଦି ବିଜେଡିରେ ସାମିଲ ହୁଅନ୍ତି ଦଳୀୟ ନେତା କିଭଳି ଗ୍ରହଣ କରିବେ ତାହା ମଧ୍ୟ ବଡ ପ୍ରଶ୍ନ । ଏହାସହ ପାଣ୍ଡିଆନ ମୂଳତଃ ଜଣେ ଅଣଓଡିଆ ନେତା । ଯଦିଓ ସେ ଓଡିଶାର ନାଗରିକ । ତଥାପି ତାଙ୍କର ପ୍ରତ୍ୟେକ୍ଷ ରାଜନୀତିକୁ ରାଜ୍ୟବାସୀ କିଭଳି ଗ୍ରହଣ କରୁଛନ୍ତି ତାହା ମଧ୍ୟ ବଡ ପ୍ରଶ୍ନ ।

ସୂଚନାଯୋଗ୍ୟଯେ ତାମିଳନାଡୁର ମୂଳବାସିନ୍ଦା ଭିକେ ପାଣ୍ଡିଆନ 2000 ବ୍ୟାଚର ପଞ୍ଜାବ କ୍ୟାଡର ଆଇଏଏସ ଅଫିସର । ହେଲେ ଓଡିଆ ଝିଅ ତଥା ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ବିବାହ କରିବାରୁ ନିଜ କ୍ୟାଡର ପରିବର୍ତ୍ତନ କରି ଓଡିଶା ଆସିଥିଲେ । 2002 ମସିହାରେ କଳାହାଣ୍ଡି ଧର୍ମଗଡର ଉପଜିଲ୍ଲାପାଳ ଭାବେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2023, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.