ETV Bharat / state

୫୪ ପ୍ରତିଶତ ପିଲା LRP ଜାଣିନଥିବା ପ୍ରସଙ୍ଗ, ଯେଉଁଠି ଯଦି କିଛି ଅସୁବିଧା ଥାଏ ତେବେ ମୁଁ ଦେଖିବି, ଗଣଶିକ୍ଷା ମନ୍ତ୍ରୀ(doc)

author img

By

Published : Dec 9, 2022, 8:16 PM IST

Updated : Dec 9, 2022, 9:34 PM IST

୫୪ ପ୍ରତିଶତ ପିଲା LRP ଜାଣିନଥିବା ପ୍ରସଙ୍ଗ । ରାଜ୍ୟ ସରକାର ଏଲଆରପି ମାଧ୍ୟମରେ ପୁରୁଣା ପାଠ ପଢା ପରିପୂର୍ଣ କରିବା ପାଇଁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । କିନ୍ତୁ ରିପୋର୍ଟ ଅନୁସାରେ କିଛି ବ୍ଲକରେ ଏଲଆରପି ବିଷୟରେ ଜାଣନ୍ତି ନାହିଁ ୫୪ ପ୍ରତିଶତ ପିଲା। ଅଧିକ ପଢନ୍ତୁ

୫୪ ପ୍ରତିଶତ ପିଲା LRP ଜାଣିନଥିବା ପ୍ରସଙ୍ଗ
୫୪ ପ୍ରତିଶତ ପିଲା LRP ଜାଣିନଥିବା ପ୍ରସଙ୍ଗ

ଭୁବନେଶ୍ବର: କୋରନା ସମୟର ପିଲାଙ୍କ ପାଠ ପଢାରେ କ୍ଷତି ଘଟାଇଥିଲା । ଯାହା ଫଳରେ ଏଲଆରପି (LRP) ମାଧ୍ୟମରେ ପୁରୁଣା ପାଠପଢା ପରିପୂର୍ଣ୍ଣ କରିବା ପାଇଁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । କିନ୍ତୁ ଏକ ରିପୋର୍ଟ ଅନୁସାରେ କିଛି ବ୍ଲକରେ ଅନୁସନ୍ଧାନ କରାଯାଇଥିଲା । ଯେଉଁଠିକୁ ଏଲଆରପି ବିଷୟରେ ଜାଣନ୍ତି ନାହିଁ ୫୪ ପ୍ରତିଶତ ପିଲା ।

୫୪ ପ୍ରତିଶତ ପିଲା LRP ଜାଣିନଥିବା ପ୍ରସଙ୍ଗ

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, କେଉଁ ସଂସ୍ଥା ଏଭଳି ସର୍ଭେ କରିଛି ମୁଁ ଜାଣିନାହିଁ । କିନ୍ତୁ ପିଲାମାନଙ୍କୁ ଏଲଆରପି ଠିକ ଭାବେ ପଢ଼ାଯାଉଛି । ଯେଉଁଠି ଯଦି କିଛି ଅସୁବିଧା ଥାଏ ତେବେ ମୁଁ ଦେଖିବି । ଏଲଆରପି ପାଠପଢା କୁ ନେଇ ମଧ୍ୟ ଆଉ ୩ ମାସ ସମୟ ବ୍ୟବଧାନ ବଢ଼ାଯାଇଛି ବୋଲି କହିଛନ୍ତି ।

ଏପଟେ ରାଜ୍ୟରେ ୩୦ଟି ଜିଲ୍ଲା ରେ ୫୪ ହଜାର ୪୪୨ ଟି ବିଦ୍ୟାଳୟ ରହିଥିବା ବେଳେ ଶିକ୍ଷାର୍ଥୀ ୪୦ ଲକ୍ଷ୍ୟ ୯ ହଜାର ୭୮୭ ଓ ଶିକ୍ଷକ ମାନେ ହେଉଛନ୍ତି ୨ ଲକ୍ଷ୍ୟ ୨୮ ହଜାର ୮୮୬ ଜଣ ରହିଛନ୍ତି । ସେହିପରି ଏଲଆରପି କୁ ନେଇ ଆସନ୍ତାକାଲି ଅଭିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ହେବ ବୈଠକ । ତେବେ କିଭଳି ଭାବରେ ପିଲାମାନେ ପୁରୁଣା ପାଠକୁ ପଢିବେ । ଏଥିରେ ରହିବ ଅଭିଭାବକ ମାନଙ୍କର ମଧ୍ୟ ହସ୍ତକ୍ଷେପ । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ମାଧ୍ୟମ ସାଜିବେ । ପ୍ରତି ମୁହୂର୍ତ୍ତରେ ପିଲାଙ୍କ ଉପରେ ନଜର ରଖାଯିବ ।

ଅନ୍ୟପଟେ ସ୍କୁଲ ମାନଙ୍କରେ ହକି ଖେଳ ହେବା ସହ ଫୁଟବଲ ମଧ୍ୟ ଖେଳହେବ । ଶିକ୍ଷା ସହିତ ଖେଳ ପ୍ରତି ପିଲାମାନଙ୍କର ମନୋବଳ ବଢାଇବା ପାଇଁ ଏହି ଚେଷ୍ଟା କରାଯାଉଛି । ସେହିପରି ସମଗ୍ର ଭାରତ ବର୍ଷରେ ଓଡିଶା ଏକ ସ୍ପୋର୍ଟସ ହବ ହୋଇଥିବା ବେଳେ ପିଲାମାନଙ୍କର ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେଇଛି ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 9, 2022, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.