ETV Bharat / state

ନକଲି ଦସ୍ତାବିଜରେ ବିକୁଥିଲେ ଜମି; ସବ୍‌ରେଜିଷ୍ଟର ଅଫିସ କର୍ମଚାରୀ ସହ ୫ ଗିରଫ

author img

By ETV Bharat Odisha Team

Published : Sep 4, 2023, 9:54 PM IST

ରାଜଧାନୀରେ ମାତିଛନ୍ତି ଜମି ଦଲାଲ । ପର ଜମିକୁ ଅନ୍ୟକୁ ବିକିବାକୁ ଅନଲାଇନରେ ବିଛାଉଛନ୍ତି ଜାଲ । ଏଭଳି ଠକେଇ କରିଥିବା ସବ୍‌ରେଜିଷ୍ଟର ଅଫିସ କର୍ମଚାରୀ ସହ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ସବ୍‌ରେଜିଷ୍ଟର ଅଫିସ କର୍ମଚାରୀ ସହ ୫ ଜମି ଦଲାଲ ଗିରଫ

ଭୁବନେଶ୍ବର: ଜମି ଜାଲିଆତି ପାଇଁ ମାର୍କେଟରେ ମାତିଛନ୍ତି ଦଲାଲ । ପର ଜମିକୁ ଅନ୍ୟକୁ ବିକିବାକୁ ଅନଲାଇନରେ ବିଛାଉଛନ୍ତି ଜାଲ । ଆଉ ବିଭିନ୍ନ ଜାଗାରେ ଜମି ବିକ୍ରିର ବିଜ୍ଞାପନ ଦେଇ ଠକେଇ ପାଇଁ ଗ୍ରାହାକ ଯୋଗାଡ଼ କରୁଛନ୍ତି । ଜାଲ ପଟ୍ଟା ଓ ନକଲି ଜମି ମାଲିକ ଠିଆ କରି ଠକେଇ ପାଇଁ ତିଆରି କରୁଛନ୍ତି ନାଟକ । ଜାଗା ମୁଣ୍ଡଠୁ ଆରମ୍ଭ କରି ସବ୍‌ରେଜିଷ୍ଟାର ପର୍ଯ୍ୟନ୍ତ, ସଭିଙ୍କୁ ସେଟିଂ କରି ଭୁବନେଶ୍ବର ଜମି କିଣିବାକୁ ଆଗ୍ରହୀ ଥିବା ଲୋକଙ୍କୁ ଠକେଇ କରୁଛନ୍ତି । ଏମିତି ଏକ ଠକ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଯେଉଁଥିରେ ଜଣେ ସରକାରୀ କର୍ମଚାରୀ ସହ ୪ ଜଣ ଦଲାଲ ରହିଛନ୍ତି । ଗିରଫ ପରେ ସେମାନଙ୍କ ଠାରୁ କିଛି ଅସଲି ଷ୍ଟାମ୍ପ ସମେତ ଜମି ଦଲିଲ, ବ୍ୟାଙ୍କ ପାସବୁକ ଓ ଚେକ୍ ସମେତ ଆଧାର କାର୍ଡ ଓ ପଟ୍ଟା ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଖଣ୍ଡଗିରି ସବ୍‌ରେଜିଷ୍ଟର ଅଫିସର ହେଡ କ୍ଲର୍କ ସଞ୍ଜୟ କୁମାର ଷଡଙ୍ଗୀ । ଯାହାଙ୍କ ଜରିଆରେ ଠକ କେଉଁ ଜମି କାହା ନାଁରେ ରହିଛି ଏବଂ କେଉଁ ଲୋକେସନର ଜମି ଡିମାଣ୍ଡ ରହୁଛି ସେ ସବୁ ଜାଣୁଥିଲେ । କେଉଁ ଜମିକୁ କାହାକୁ ବିକିଲେ ଲାଭଦାୟକ ରହିବ ସେନେଇ ଗ୍ରାହକର ବିଶ୍ବାସ ଜନ୍ମାଇବାକୁ ସବ୍‌ରେଜିଷ୍ଟର ଅଫିସକୁ ମଧ୍ୟ କାଗଜପତ୍ର ନେଇ ନକଲି କାଗଜପତ୍ରରେ ଅସଲି ଜମି ବିକୁଥିଲେ ଠକ । ଏକ ଅନଲାଇନ ୱେବ୍‌ସାଇଟ୍‌ରେ ନୋଟିଫିକେସନ ଦେଇ ଗ୍ରାହାକ ଯୋଗାଡ଼ କରି ସେମାନଙ୍କୁ ଜାଗା ଓ ଜମି ଦେଖାଇ ଆଡ୍‌ଭାନ୍ସ ପରେ ରେଜିଷ୍ଟ୍ରେସନ କରିବା ଆଳରେ ଟଙ୍କା ନେଇ ଜାଲି କାଗଜପତ୍ରରେ ଠକୁଥିଲେ । ଏନେଇ ଦୁଇଜଣ ଅଭିଯୋଗକାରୀଙ୍କୁ ଚନ୍ଦକା ପାଇକରାପୁରରେ ସଂଯୁକ୍ତା ପାଣିଗ୍ରାହୀ ନାମକ ଜଣଙ୍କର ଏକ ଜମିକୁ ଜାଲ କାଗଜପତ୍ର ଜରିଆରେ ବିକିବା ପାଇଁ ସେମାନଙ୍କଠାରୁ ୬୦ ଲକ୍ଷ ଟଙ୍କା ନେଇଥିଲେ । ପରେ ବାକି ଟଙ୍କା ନେଇ ଜମିର ରେଜିଷ୍ଟ୍ରେସନ କରିବା ଆଳରେ ଆଉ ଟଙ୍କା ନେବାକୁ ଠକ ଦୁଇ ଜଣ ଅଭିଯୋଗକାରୀଙ୍କ ସହ‌ ଡିଲ୍‌ କରିଥିଲେ‌ ।

ଏହା ମଧ୍ୟ ପଢ଼ନ୍ତୁ...SDAର ନକଲୀ ବିଲଡିଂ ଅନୁମୋଦନ ଦେଉଥିଲେ, ଏବେ ବନ୍ଧା ହେଲେ

ହେଲେ ଦୁର୍ଭାଗ୍ୟବଶତଃ ଦୁଇ ଅଭିଯୋଗକାରୀ ପରେ ଜାଣିବାକୁ ପାଇଲେ କିଣିଥିବା ଜମିର ମାଲିକ ଆଉ ଜଣେ ଏବଂ ସେ କାହାରିକୁ ଜମି ବିକ୍ରି କରିନହନ୍ତି‌ । ବରଂ ଠକମାନେ ତାଙ୍କୁ ଜାଲ କାଗଜପତ୍ର ଜରିଆରେ ଏପରି ଠକାମୀ କରିଛନ୍ତି ବୋଲି ଜାଣିବା ପରେ ଏନେଇ ସେମାନେ ପୂର୍ବରୁ ଚନ୍ଦକା ଥାନରେ ଅଭିଯୋଗ କରିଥିଲେ ‌ । ଏହି ଘଟଣାରେ ତଦନ୍ତ ବେଳେ ଠକମାନଙ୍କର ଏଭଳି କାରବାର ସାମ୍ନାକୁ ଆସିଥିଲା । ଏନେଇ ଏକ ସ୍ପେଶାଲ କ୍ରାଇମ୍ ୟୁନିଟ୍‌ 'ଆଣ୍ଟି ଫ୍ରଡ୍ ସେଲ୍‌' ଏହି ଘଟଣାର ତଦନ୍ତ କରି ମୋଟ ୫ ଜଣଙ୍କୁ ଗିରିଫ କରିଛନ୍ତି । ସେମାନେ ହେଲେ ବିଶ୍ବଜିତ ବେହୁରା, ବିକାଶ ଚନ୍ଦ୍ର ପଣ୍ଡା, ସୀମାଞ୍ଚଳ ମହାନ୍ତି, ପ୍ରତାପ ମିଶ୍ର ଏବଂ ସବ୍‌ରେଜିଷ୍ଟର ଅଫିସର ହେଡ୍‌ କ୍ଲର୍କ ସଞ୍ଜୟ କୁମାର ଷଡଙ୍ଗୀ । ସରକାରୀ ଅଫିସରୁ ଜାଲ କାଗଜ ଯୋଗାଇବା ଓ ‌ଲୋକଙ୍କୁ ବିଶ୍ବାସ ଦେଇ ଠକିବା ଆଦି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.