ETV Bharat / state

AIIMS BBSR 4th Convocation: ଯୋଗଦେଲେ 3କେନ୍ଦ୍ରମନ୍ତ୍ରୀ, ମାଣ୍ଡବ୍ୟ କହିଲେ ସାକାର ହୋଇଛି ବାଜପେୟୀଙ୍କ ସ୍ୱପ୍ନ

author img

By

Published : Jan 7, 2023, 10:20 PM IST

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଥମେ ଏମ୍ସ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ 3 କେନ୍ଦ୍ରମନ୍ତ୍ରୀ । ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏନଟିପିସି ସହଯୋଗରେ ନିର୍ମିତ ୩୬ ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ ବର୍ଣ୍ଣ ୟୁନିଟକୁ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

4th Convocation of AIIMS Bhubaneswar
4th Convocation of AIIMS Bhubaneswar
  • Addressed the 4th Annual Convocation of @AIIMSBhubaneswr, along with Minister @DPradhanBJP Ji.

    Congratulated all the graduating bright minds & faculty members for providing quality medical education.

    Urged all the young doctors to serve humanity & society with great commitment. pic.twitter.com/Nq4Mx5oyDU

    — Dr Mansukh Mandaviya (@mansukhmandviya) January 7, 2023 " class="align-text-top noRightClick twitterSection" data=" ">

ଭୁବନେଶ୍ବର: ଯେଉଁ ସ୍ବପ୍ନ ନେଇ ଏମ୍ସ ଭୁବନେଶ୍ବର ଶିଳାନ୍ୟାସ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ କରିଥିଲେ ତାହା ଆଜି ପୂରଣ ହେଉଛି । ନିଜ 10 ବର୍ଷର ଯାତ୍ରାରେ ଅନେକ ସଫଳତା ହାସଲ କରିଛି । ଏହି ଅନୁଷ୍ଠାନରୁ ଉତ୍ତିର୍ଣ୍ଣ ହେଉଥିବା ଛାତ୍ରାଛାତ୍ରୀଙ୍କୁ ପୁରା ଦେଶ ଅପେକ୍ଷା କରିଛି । ଗୁଣାତ୍ମକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦେଶ ବିଦେଶରେ ଏମସ ଭୁବନେଶ୍ୱର ( All India Institute of Medical Science Bhubaneswar) ନିଜ ପ୍ରସିଦ୍ଧି ଲାଭ କରୁଛି । ଆହୁରି ଅନେକ ପଥ ଅତିକ୍ରମ କରିବାର ଅଛି । ସ୍ବାସ୍ଥ୍ୟସେବାକୁ ନେଇ ଅଟଳ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଆଜି ଭାରତ ସରକାର ସାକାର କରିବାକୁ ଉଦ୍ୟମ କରୁଛନ୍ତି । ଆଜି ଭୁବନେଶ୍ବର ଏମସର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ (4th Convocation of AIIMS Bhubaneswar) ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ତବ୍ୟ (Union Health Minister Mansukh Mandaviya ) ।

  • The medical profession is sensitive and responsible profession. A convocation marks the beginning of a new phase of life and new share of responsibilities.

    I congratulate all students receiving gold medals & certificates today at the 4th annual convocation of @AIIMSBhubaneswr. pic.twitter.com/24LopqXIhK

    — Dharmendra Pradhan (@dpradhanbjp) January 7, 2023 " class="align-text-top noRightClick twitterSection" data=" ">

ସମାବର୍ତ୍ତନ ଉତ୍ସବରେ ସମ୍ବୋଧିତ କରି ମାଣ୍ଡବ୍ୟ କହିଛନ୍ତି, ‘‘ଭୁବନେଶ୍ବର ଏମ୍ସ ପ୍ରତିଷ୍ଠା ନେଇ ଦେଶର ଦୂରଦର୍ଶୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ବପ୍ନକୁ ଏମ୍ସ ସାକାର କରୁଛି । ଏମ୍ସର ୧୦ ବର୍ଷର ସଫଳ ଯାତ୍ରା ପୂରଣ ଅବସରରେ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି । ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଦେଉଛି । ନିଜ ଅଭିଭାଷଣରେ ଆୟୁଷ୍ମାନ ଭାରତ ଠାରୁ ଆରମ୍ଭ କରି ଭାରତ ସରକାରଙ୍କ ସଫଳ କୋଭିଡ ମୁକାବିଲା, ମେଡିକାଲ କ୍ଷେତ୍ରରେ ମିଳିଥିବା ସଫଳତା, ଟିକାକରଣ ଉଲ୍ଲେଖ କରି ମାଣ୍ଡବ୍ୟ କହିଥିଲେ, ଆଜି ସାରା ବିଶ୍ବ ଭାରତକୁ ଅପେକ୍ଷା କରିଛି । କୋଭିଡ ସମୟରେ ଭାରତ ଏକମାତ୍ର ଦେଶ ଯିଏ ମାନବବାଦ ପାଇଁ କାମ କରିଥିଲା । ପୁରା ବିଶ୍ବକୁ ଗୋଟିଏ ପରିବାର ବୁଝିଥିଲା । କୋଭିଡ ସଂକଟ ସମୟରେ ଅନେକ ବିକଶିତ ରାଷ୍ଟ୍ର ବ୍ୟବସାୟକୁ ପ୍ରଧାନ୍ୟ ଦେଇଥିଲେ । ଭାରତ କିନ୍ତୁ ସେବାକୁ ପ୍ରାଧାନ୍ୟ ଦେଇଥିଲା । ଏମସରୁ ଉତ୍ତିର୍ଣ୍ଣ ହୋଇଥିବା ମେଡିକାଲ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଦେଶବାସୀଙ୍କର ସେବା କରିବାକୁ ଆହ୍ବାନ ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।’’

ସେହିପରି କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏମସକୁ ଶୁଭକାମନା ଦେବା ସହ ଏମ୍ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମିଳିତ ଭାବରେ ଡୁଆଲ ଡିଗ୍ରୀ ବ୍ୟବସ୍ଥାର ପ୍ରବର୍ତ୍ତନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଧର୍ମେନ୍ଦ୍ର କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜାତିସଂଘ ୨୦୨୩ କୁ ଅର୍ନ୍ତଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛି । ଏଥିରେ ଏମ୍ସ ପଛରେ ନ ରହି ହାଣ୍ଡବୁକ ଅଫ ମିଲେଟ ଅନ ହେଲଥ ବେନିଫିଟ୍ସ ଆଣ୍ଡ ଡିଜିଜ ପ୍ରସ୍ତୁତ କରିବା ପ୍ରଶଂସନୀୟ ବୋଲି କହିଛନ୍ତି । ସେହିଭଳି ସମାବର୍ତ୍ତନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ମଧ୍ୟ ଏମସ ଭୁବନେଶ୍ବର ଏକ ଦଶନ୍ଧୀ ଯାତ୍ରା ପାଇଁ ଶୁଭେଛା ଜଣାଇଛନ୍ତି ।

  • Laid the foundation stone for 150 bedded Critical Care Hospital Building at @AIIMSBhubaneswr under PM-Ayushman Bharat Health Infrastructure Mission, with Minister @DPradhanBJP Ji.

    The facility will help in immensely strengthening critical healthcare services in Odisha. pic.twitter.com/MJUGr9RGXt

ଏମସର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅବସରରେ ଅତିଥିମାନେ ବିଭିନ୍ନ ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୨୭ ଜଣ ଛାତ୍ରଛାତ୍ରୀଙ୍କୁ ୪୦ ସ୍ବର୍ଣ୍ଣପଦକ ପ୍ରଦାନ କରିଥିଲେ । ଶ୍ରେଷ୍ଠ ବିଦାୟୀ ଏମବିବିଏସ ଗ୍ରାଜୁଏଟ ଭାବରେ ଡ. ଅନିଲ ଦାସ ଏବଂ ଶ୍ରେଷ୍ଠ ବିଏସସି (ସମ୍ମାନ) ନର୍ସିଂ ଗ୍ରାଜୁଏଟ ଭାବେ ଶୁଭ୍ରଜ୍ୟୋତି ବାରିକଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଥମେ ଏମସ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ 3 କେନ୍ଦ୍ରମନ୍ତ୍ରୀ । ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ( Mandaviya also inaugurated the Burn Centre at AIIMS Bhubaneswar in presence of Union Education Minister Dharmendra Pradhan, Union Minister of State Bharati Pawar) ଏନଟିପିସି ସହଯୋଗରେ ନିର୍ମିତ ୩୬ ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ ବର୍ଣ୍ଣ ୟୁନିଟକୁ ଉଦଘାଟନ କରିଥିଲେ । ଏଥିସହ କ୍ରିଟିକାଲ କେୟାର ହସ୍ପିଟାଲ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ । ୨୫ ଅଗଷ୍ଟ ୨୦୧୮ ରେ ପୂର୍ବତନ ଉପ- ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଦ୍ବାରା ଏହି ବର୍ଣ୍ଣ ୟୁନିଟ ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା ।

ଏତତ ବ୍ୟତୀତ ଏମସ ପରିସରରେ ଏକ କ୍ରିଟିକାଲ କେୟାର ୟୁନିଟର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି 3 ଜଣ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଯୋଜନା ଅନ୍ତର୍ଗତ ଦେଢଶହ ଶଯ୍ୟା ବିଶିଷ୍ଟ ଏହି ୟୁନିଟର ବ୍ୟୟ ଅଟକଳ ୧୯୨ କୋଟି ରଖାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡଙ୍ଗୀ, ଏମ୍ସ ଭୁବନେଶ୍ବର ସଭାପତି ଡ. ସୁବ୍ରତ ଆଚାର୍ଯ୍ୟ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ, ଡିନ ଡ. ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

ସୂଚନାଯୋଗ୍ୟ ଯେ ୧୫ ଜୁଲାଇ ୨୦୦୩ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାର ଶିଳାନ୍ୟାସ କରିଥିଲେ । ଏହା କାର୍ଯ୍ୟକ୍ଷମ ହେବାକୁ ପାଖାପାଖି 10 ବର୍ଷ ସମୟ ଲାଗିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.