ETV Bharat / state

RajyaSabha: ଓଡିଶାର 44 ହଜାର ଗାଁରେ 4G ସେବା ଉପଲବ୍ଧ: କେନ୍ଦ୍ର ଟେଲିକମ ରାଷ୍ଟ୍ରମନ୍ତ୍ରୀ

author img

By

Published : Jul 31, 2023, 10:06 PM IST

Updated : Jul 31, 2023, 10:57 PM IST

ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଟେଲିକମ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ‘‘ଓଡିଶାର ୪୫ ହଜାର ୯୮୯ ଗାଁରେ ଭଏସ କଭରେଜ ସୁବିଧା ଅଛି । ୪୪ ହଜାର ୩୮୪ ଗାଁରେ ୪ଜି ସେବା ଉପଲବ୍ଧ ଅଛି । ରାଜ୍ୟର ଭୌଗୋଳିକ ସ୍ଥିତି ପାଇଁ ଇଣ୍ଟରନେଟ ସମସ୍ୟା ପ୍ରଭାବିତ ହେଉଛି ।" ଅଧିକ ପଢନ୍ତୁ

ଓଡିଶାର 44 ହଜାର ଗାଁରେ 4G ସେବା ଉପଲବ୍ଧ: କେନ୍ଦ୍ର ଟେଲିକମ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡିଶାର ୪୫ ହଜାର ୯୮୯ ଗାଁରେ ଭଏସ କଭରେଜ ସୁବିଧା ଅଛି । ୪୪ ହଜାର ୩୮୪ ଗାଁରେ ୪ଜି ସେବା ଉପଲବ୍ଧ ଅଛି । ରାଜ୍ୟର ଭୌଗୋଳିକ ସ୍ଥିତି ପାଇଁ ଇଣ୍ଟରନେଟ ସମସ୍ୟା ପ୍ରଭାବିତ ହେଉଛି । ଆର୍ଥିକ ଅନଗ୍ରସର ଲୋକ କିଭଳି ଇଣ୍ଟରନେଟର ସୁବିଧା ପାଇବେ ସେନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମୁଖ୍ୟତଃ ଏଲଡବ୍ୟୁଇ(LWE-2) ପରିଯୋଜନାରେ ୧୬୨ଟି ଟାୱାର ସ୍ଥାପିତ କରାଯାଇଥିବା ବେଳେ ଆକାଂକ୍ଷା ଜିଲ୍ଲା କଭରେଜ ପରିଯୋଜନାରେ ୧୪୯ ଟି ଟାୱାର ସ୍ଥାପନା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ରାଜ୍ୟସଭାରେ କହିଛନ୍ତି ।

ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଟେଲିକମ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ‘‘ଓଡିଶାର ୪୫ ହଜାର ୯୮୯ ଗାଁରେ ଭଏସ କଭରେଜ ସୁବିଧା ଅଛି । ୪୪ ହଜାର ୩୮୪ ଗାଁରେ ୪ଜି ସେବା ଉପଲବ୍ଧ ଅଛି । ରାଜ୍ୟର ଭୌଗୋଳିକ ସ୍ଥିତି ପାଇଁ ଇଣ୍ଟରନେଟ ସମସ୍ୟା ପ୍ରଭାବିତ ହେଉଛି । ଆର୍ଥିକ ଅନଗ୍ରସର ଲୋକ କିଭଳି ଇଣ୍ଟରନେଟର ସୁବିଧା ପାଇବେ ସେନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମୁଖ୍ୟତଃ ଏଲଡବ୍ୟୁଇ(LWE-2) ପରିଯୋଜନାରେ ୧୬୨ଟି ଟାୱାର ସ୍ଥାପିତ କରାଯାଇଥିବା ବେଳେ ଆକାଂକ୍ଷା ଜିଲ୍ଲା କଭରେଜ ପରିଯୋଜନାରେ ୧୪୯ ଟି ଟାୱାର ସ୍ଥାପନା କରାଯାଇଛି ।’’ ଏନେଇ ମନ୍ତ୍ରୀ ଲିଖିତ ଉତ୍ତର ଆକାରରେ ରାଜ୍ୟସଭାରେ ଦେଇଛନ୍ତି ।

ଏହାବି ପଢନ୍ତୁ- RajyaSabha: ଓଡିଶା ପାଇଁ ଏକ ହଜାର ମୋବାଇଲ ଟାୱାର ଦାବି କଲେ ସାଂସଦ ମାନସ ମଙ୍ଗରାଜ

ରାଜ୍ୟରେ ବର୍ତ୍ତମାନ ୬ ହଜାରରୁ ଅଧିକ ଗ୍ରାମର ଲୋକେ ମୋବାଇଲ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ଏମାନଙ୍କ ପାଇଁ ଇଣ୍ଟରନେଣ୍ଟ ସେବା ଏବେବି ସାତ ସପନ ହୋଇ ରହିଛି । ଏହାକୁ ନେଇ ରାଜ୍ୟ ସରକାର ବହୁବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଟାୱାର ସ୍ଥାପନ ପାଇଁ ଦାବି କରି ଆସୁଛନ୍ତି । ଏତତ ବ୍ୟତୀତ ଗତ ଡିସେମ୍ବର 2022 ରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟସଭାରେ ରାଜ୍ୟରେ ଏକ ହଜାର ଟାୱାର ସ୍ଥାପନ ପାଇଁ ଦାବି କରିଥିଲେ । ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଓଡିଶାର ପ୍ରତ୍ୟେକ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ ପାଇଁ ସଂସଦ ମାନସ ମଙ୍ଗରାଜ ଦାବି କରିଥିଲେ। ସ୍ବତନ୍ତ୍ର ଧ୍ୟାନ ଆକର୍ଷଣକାରୀ ନୋଟିସ ମାଧ୍ୟମରେ ସାଂସଦ ମାନସ ମଙ୍ଗରାଜ କହିଥିଲେ ଯେ ମୋବାଇଲ ନେଟୱର୍କ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ବେଳେ ବିଭିନ୍ନ ପ୍ରକାର ଜରୁରୀ କାମ ପାଇଁ ଲୋକେ ମୋବାଇଲ୍ ଫୋନ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଦୀର୍ଘ ଦିନ ହେଲା ଓଡିଶାର ଅଧିକାଂଶ ଅଞ୍ଚଳରେ ମୋବାଇଲ ସେବା ପହଞ୍ଚିପାରି ନାହିଁ। ସମଗ୍ର ଦେଶରେ ଓଡିଶାର ସର୍ବାଧିକ ଗ୍ରାମ ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ଅତିକମରେ ରାଜ୍ୟରେ ଏକ ହଜାର ମୋବାଇଲ ଟାୱର ନିର୍ମାଣ ପାଇଁ ଦାବି କରିଥିଲେ ।

Last Updated : Jul 31, 2023, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.