ETV Bharat / state

ବେଆଇନ ପଥର ଚାଲାଣ, 4 ମାଙ୍କଡା ବୋଝେଇ ଗାଡି ଜବତ - stone smuggling in Khurda

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ଅଞ୍ଚଳରେ ବେଆଇନ ଚାଲାଣ ହେଉଥିବା ବେଳେ 4 ମାଙ୍କଡା ବୋଝେଇ ଗାଡି ଜବତ ହୋଇଛି । ଅଧିକ ପଢନ୍ତୁ...

4 truck seized by Begunia tahasildar during stone smuggling in Khurda
ବେଆଇନ ଚାଲାଣ ବେଳେ 4 ମାଙ୍କଡା ବୋଝେଇ ଗାଡି ଜବତ
author img

By

Published : Dec 15, 2020, 1:09 PM IST

ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ତହସିଲ ଅଞ୍ଚଳରେ ଚୋରା ମାଙ୍କଡା ପଥର କାରବାର ବୃଦ୍ଧି ପାଉଛି । ତେବେ ମଙ୍ଗଳବାର ଏହି ଅଞ୍ଚଳରେ ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ବେଳେ 4ଟି ମାଙ୍କଡା ପଥର ବୋଝେଇ ଟ୍ରକ୍‌କୁ ବେଗୁନିଆ ତହସିଲଦାର ଜବତ କରିଛନ୍ତି ।

ବେଆଇନ ଚାଲାଣ ବେଳେ 4 ମାଙ୍କଡା ବୋଝେଇ ଗାଡି ଜବତ

ବେଗୁନିଆ ଅଞ୍ଚଳରେ ବେଆଇନ ଭାବେ ଚୋରା ଚାଲାଣ ସମ୍ପର୍କରେ ଅଭିଯୋଗ ହୋଇ ଆସୁଛି । ରାଜସ୍ବ ବିଭାଗର ଅଜାଣତରେ ଟାଙ୍ଗରା ଭୂଇଁକୁ କାଟି କୋଟି କୋଟି ଟଙ୍କାର ପଥର ଦୃବୁର୍ତ୍ତ ଲୁଟି ନେଉଛନ୍ତି । ମଙ୍ଗଳବାର ବେଗୁନିଆ ତହସିଲ ଅଞ୍ଚଳର ବିଞ୍ଚଣା ଖଣିରେ ବେଧଡକ ପଥର କଟାଯାଉଥିବା ନେଇ ତହସିଲଦାର ଖବର ପାଇ ଚଢାଉ କରିଥିଲେ ।

ଚଢାଉ ସମୟରେ ଚାରୋଟି ମାଙ୍କଡା ବୋଝେଇ ଗାଡିକୁ ଜବତ କରିଛି । ଗାଡି ମାଲିକ,ଡ୍ରାଇଭର ଓ ଶ୍ରମିକମାନେ ଖସିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି । ଏ ସମ୍ପର୍କରେ ବେଗୁନିଆ ତହସିଲଦାର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.