ଭୁବନେଶ୍ବର: ସଂସଦର ବିଭିନ୍ନ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଛନ୍ତି ଓଡିଶାର 4 ରାଜ୍ୟସଭା ସାଂସଦ। ବିଭିନ୍ନ କମିଟି ସଦସ୍ୟ ଭାବରେ ଏମାନଙ୍କୁ ମନୋନୀତ କରାଯାଇଛି। ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟିରେ ମୁନ୍ନା ଖାଁ, ଗ୍ରାମ୍ୟ ଉନ୍ନୟନ କମିଟିରେ ସୁଜିତ କୁମାର, ସାମାଜିକ ନ୍ୟାୟ କମିଟିରେ ମମତା ମହନ୍ତ ସ୍ଥାନ ପାଇଛନ୍ତି। ନିକଟରେ 4 ଜଣ ନୂଆ ସାଂସଦ ଶପଥ ନେଇଥିଲେ। ସେମାନଙ୍କୁ ଶପଥ ପାଠ କରାଇଥିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ