ETV Bharat / state

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ସାଢେ 4 ଲକ୍ଷ ଲୁଟ

୧୬ନଂ ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ବନ୍ଧୁକ ମୁନରେ ଲୁଟ । ଅଧିକ ପଢନ୍ତୁ....

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ସାଢେ 4 ଲକ୍ଷ ଲୁଟ
ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ସାଢେ 4 ଲକ୍ଷ ଲୁଟ
author img

By

Published : Apr 15, 2021, 10:52 PM IST

ଖୋର୍ଦ୍ଧା : ୧୬ନଂ ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ବନ୍ଧୁକ ମୁନରେ ଲୁଟ ହୋଇଛି । ପାଇକରାୟ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟେରା ଲୁଟି ନେଇଛନ୍ତି ୪ ଲକ୍ଷ ୫୦ ହଜାର ଟଙ୍କା । ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯାଉଥିବା ବେଳେ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ଲୁଟି ନେଲେ ଲୁଟେରା ।

ମିଳିଥିବା ସୂଚନା ଅନୁସାରେ ରାମେଶ୍ୱରସ୍ଥିତ ପାଇକରାୟ ପେଟ୍ରୋଲ ପମ୍ପର କର୍ମଚାରୀ ବାଇକରେ ଯାଉଥିଲେ । ଠିକ ଏହି ସମୟରେ ଲୁଟେରାମାନେ ତାଙ୍କ ଠାରୁ ଏପରି ଲୁଟ କରିବାରେ ସଫଳ ହୋଇଥିଲେ । ୨ ଜଣ କର୍ମଚାରୀ ଏକ ସ୍କୁଟିରେ ଟଙ୍କା ଜମା କରିବା ପାଇଁ ନିକଟସ୍ଥ ପଞ୍ଜାବ ନାସନାଲ ବ୍ୟାଙ୍କକୁ ଯିବା ରାସ୍ତାରେ ଏହି ଲୁଟ ହୋଇଥିବା ଜଣାପଡିଛି । ଲୁଟେରାମାନେ ୨ଟି ପଲସର ବାଇକରେ ଆସି ସ୍କୁଟିକୁ ଗୋଇଠା ମାରିବା ସହ ଚାଳକଙ୍କୁ ଲୁଟେରାମାନେ ଭୁଜାଲି ଓ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ । ସ୍କୁଟି ଚାବି ଛଡାଇ ନେଇ ସ୍କୁଟି ଡିକିରୁ ୪ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଜଙ୍କିଆ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.