ETV Bharat / state

ସ୍ମାର୍ଟ ହେଉଛି ସରକାରୀ ସ୍କୁଲ, ସ୍ମାର୍ଟ ଉପକରଣରୁ ସୁବିଧା ପାଇବେ ଛାତ୍ରଛାତ୍ରୀ - Naveen Pattnaik

ରାଜ୍ୟ ସରକାରଙ୍କ ୫‘ଟି’ ଅଧିନରେ ଖୋର୍ଦ୍ଧା ଜିଲ୍ଲା ସ୍ମାର୍ଟ ସ୍କୁଲରେ ପାଠ ପଢିବେ ଛାତ୍ରଛାତ୍ରୀ । ଡିଜିଟାଲ କ୍ଲାସରୁମ, ଇ ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନଗାର, ସ୍ମାର୍ଟ ଖେଳ ପଡିଆ, ସ୍ମାର୍ଟ ଶୌଚାଳୟ ଭଳି ଅନେକ ସୁବିଧା ପାଇବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ବଦଳିଲା ସରକାରୀ ବିଦ୍ୟାଳୟର ଚିତ୍ର, ଡିଜିଟାଲ କ୍ଲାସରୁମରେ ପାଠ ପଢିବେ ଛାତ୍ରଛାତ୍ରୀ

author img

By

Published : Nov 13, 2021, 3:18 PM IST

ଖୋର୍ଦ୍ଧା: ଆଉ ଘରୋଇ ସ୍କୁଲକୁ ଯାଇ ଖର୍ଚ୍ଚାନ୍ତ ହେବେନି ଅଭିଭାବକ । କାରଣ ଘରୋଇ ସ୍କୁଲ ଠାରୁ ଅଧିକ ସୁବିଧା ସୁଯୋଗ ମିଳିବ ସରକାରୀ ସ୍ମାର୍ଟ ସ୍କୁଲରେ । ଯେଉଁଠି ଗରିବ ପିଲାଙ୍କୁ ମିଳିବ ମାଗଣାରେ ଅନେକ ସୁବିଧା । ଏଣିକି ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ ରୁମରେ ପାଠ ପଢି ସ୍ମାର୍ଟ ହେବେ ଛାତ୍ରଛାତ୍ରୀ । ଡିଜିଟାଲ କ୍ଲାସରୁମ, ଇ ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନଗାର, ସ୍ମାର୍ଟ ଖେଳ ପଡିଆ ,ସ୍ମାର୍ଟ ଶୌଚାଳୟ ଭଳି ଅନେକ ସୁବିଧା ଏବେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉପଲବ୍ଧ ହେବ ।

ସ୍ମାର୍ଟ ହେଉଛି ସରକାରୀ ସ୍କୁଲ, ସ୍ମାର୍ଟ ଉପକରଣରୁ ସୁବିଧା ପାଇବେ ଛାତ୍ରଛାତ୍ରୀ

ଏହି ସବୁ ସୁବିଧା ଏବେ ଉପଲବ୍ଧ ହୋଇଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଚନ୍ଦ୍ରଶେଖରଦେବ ସରକାରୀ ଉଚ୍ଚବିଦ୍ୟାଳୟରେ । ସରକାରଙ୍କ ୫‘ଟି’ ଅଧିନରେ ଏହି ସ୍କୁଲ ଏବେ ସ୍ମାର୍ଟ ସ୍କୁଲରେ ପରିବର୍ତ୍ତନ ହୋଇଛି । ଫଳରେ ସୁସ୍ଥ ଓ ଶୈକ୍ଷିକ ପରିବେଶ ସ୍କୁଲ ଆସୁଥିବା ପିଲାଙ୍କୁ ଆକୃଷ୍ଟ କରୁଛି । ଏହି ସ୍କୁଲର ଥିବା ଅତ୍ୟାଧୁନିକ ସୁବିଧା ସୁଯୋଗ ପିଲାଙ୍କ ପାଠପଢ଼ାରେ ସହାୟକ ହେବା ସହ ସେମାନଙ୍କୁ ଭବିଷ୍ୟତରେ ଅଧିକ ସହାୟକ ହେବବୋଲି କହିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ପୌରପାଳିକାକୁ ମିଶାଇ ମୋଟ 38ଟି ସ୍କୁଲକୁ 5T ଅଧୀନରେ ସ୍ମାର୍ଟ ସ୍କୁଲ ରୂପେ ରୂପାନ୍ତରିତ କରାଯାଇଛି । ଯେଉଁଠି ପିଲାମାନେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଶିକ୍ଷିତ ହେବେ । ଏହି ସ୍କୁଲ ଗୁଡିକୁ ଆସନ୍ତା 18 ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସ୍କୁଲର ପରିବେଶକୁ ଏପରି ସୌନ୍ଦର୍ଯ୍ୟ କରାଯାଇଛି ଯେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମ ହୋଇପାରିବ ବୋଲି ଆଶା ରଖିଛନ୍ତି ସ୍ମାର୍ଟ ସ୍କୁଲ ପ୍ରଧାନଶିକ୍ଷକ । ସେହିପରି ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.